ତିହିଡି,୦୭/୦୨: ତିହିଡି ବ୍ଲକ ଅଧିନ କୋହ୍ଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଜ୍ଞାନପ୍ରକାଶ ମାହୁନ୍ତଙ୍କ ବାସଭବନ ପରିସରରେ ଅନୁଷ୍ଠିତ ବୈଠକରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଦେବେନ୍ଦ୍ର କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ସୁବର୍ଣ୍ଣ ଜୟନ୍ତୀକୁ ଆଡମ୍ବର ପୁର୍ଣ୍ଣ ଭାବେ ପାଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା । ଏଥିସହ ସ୍କୁଲର ଏକ ସ୍ମରଣିକା ପ୍ରକାଶ କରିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ସ୍ୱୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ଯୋଗାଯୋଗ କରିବାକୁ ସ୍ଥିର କରାଯାଇଥିଲା । ପ୍ରତି ଗ୍ରାମରେ ବୈଠକ କରାଯାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏ ସଂପର୍କରେ ଅବଗତ କରାଯିବା ଏବଂ ସମସ୍ତେ କିପରି ସହଯୋଗ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏଥିସହ ବାହାରେ ବିଭିନ୍ନ କର୍ମ କ୍ଷେତ୍ରରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଯୋଗ କରାଯାଇ ଏହି ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ସେମାନେ କିପରି ସାମିଲ ହୋଇପାରିବେ ସେ ନେଇ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା । ଉତ୍ସବର ସୁପରିଚାଳନା ଲାଗି ଏକ କମିଟି ସହ ସବ୍ କମିଟି ମଧ୍ୟ ଗଠିତ ହୋଇଥିଲା । ଏହିସବୁ କମିଟିରେ ବରିଷ୍ଠ ଏବଂ ଯୁବବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇଥିଲା । ବୈଠକରେ ବିଷ୍ଣୁ ଚରଣ ମହାନ୍ତି, ହୃଦାନନ୍ଦ ପରିଡା, ଶରତ ପାଣିଗ୍ରାହୀ, କମଳାକାନ୍ତ ପଣ୍ଡା, ଜ୍ଞାନେଶ୍ୱର ଶତପଥି, ରମେଶ ଚନ୍ଦ୍ର ନାୟକ, ସଞ୍ଜିତ କୁମାର ବଳ, ଅଭୟ ଦାସ, ଅଶୋକ ଗୋଚ୍ଛାୟତ, ପ୍ରଦୀପ କୁମାର ସାହୁ, ଉଦୟ କୁମାର ଦାସ, ଅଭୟ ସାହୁ, ରାଜେଶ ସେଠୀ, କାହ୍ନୁଚରଣ କବି, ବଂଶୀଧର ପାଣି, ଅମୂଲ୍ୟ ନାୟକ ଓ ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Comments are closed.