Odisha news

ତିହିଡି ବ୍ଲକର ଦୁର୍ନୀତି ବିରୋଧରେ ବିଜେପିର ଯୁଦ୍ଧଂ ଦେହି ଡାକରା

0

ତିହିଡି :ତିହିଡି ବ୍ଲକ ପାଲଟିଛି ବିଜେଡିର ଅଘୋଷିତ କାର୍ଯ୍ୟାଳୟ । ବ୍ଲକ ଅଧ୍ୟକ୍ଷାଙ୍କ ମନୋମୁଖୀ ଓ ସେ୍ୱଚ୍ଛା‘ାରୀ କାଯର୍‍ୟକଳାପରେ ସମଗ୍ର ବ୍ଲକବାସୀ ହତାଶ ହୋଇପଡିଛନ୍ତି । ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ଫନି, ଅମ୍ଫାନ ଓ କରୋନା ସହାୟତା ଅନୁଦାନରେ ବ୍ୟାପକ ଘୋଟାଲା ହେଉଥିବା ବିଜେପି ଅଭିଯୋଗ କରିଛି । ବିନା ତଦନ୍ତରେ ଶାସକ ଦଳର କର୍ମୀଙ୍କ ରାଶନକାର୍ଡ ହେଉଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ହିତାଧିକାରୀଙ୍କ ନାଁ କାଟି ଦିଆଯାଉଛି । କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବ୍ଳକରେ ଥିବା ବିଭିନ୍ନ ରାସ୍ତା, ବିଦ୍ୟାଳୟ, ରୋଷେଇ ଘର ମରାମତି ଭଳି ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବା‘ୀ ସୃଷ୍ଟି ହୋଇଛି ।

କେଉଁ ରିପୋର୍ଟ ମାଧ୍ୟମରେ ବ୍ଲକ ପକ୍ଷରୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଅନୁମୋଦନ କରାଗଲା ଓ କିଛି ସ୍ଥାନରେ କାର୍ଯ୍ୟ ଆରମ୍ଭ କରାଗଲା ସେଥିନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଜେପି ଦାବି କରିଛି । ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି ହେବା ସହ ଜବ୍‍ କାର୍ଡ ଧାରୀଙ୍କୁ ନିୟମାନୁସାରେ କାମ ଦିଆ ଯାଉନଥିବା ବେଳେ ମନରେଗା କାର୍ଯ୍ୟ ମେସିନ ଯୋଗେ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି । ବ୍ଲକର ୪ ମଣ୍ଡଳ କର୍ମକତ୍ତାକୁ ନେଇ ଏହି ପରିପ୍ରେକ୍ଷୀରେ ଏକ ବୈଠକ ଅନୁଷ୍ଠିତ ହେବା ସହ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳିପାରିବ ସେ ସଂପର୍କରେ ଭବିଷ୍ୟତ କର୍ମପନ୍ଥା ସ୍ଥିର କରିଛନ୍ତି ବିଜେପି ନେତୃମଣ୍ଡଳୀ ।

ପିସି ଦେଇ ଦେଇ ପେଶି ହୋଇଯାଉଥିବା ଶୋଷିତ, ବଞ୍ଚିତ ଓ ଲୁଣwିତ ହିତାଧିକାରୀଙ୍କୁ ଦଳ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଆହ୍ୱାନ କ୍ରମେ ତଥା ଆଗାମୀ ଦିନରେ ସୂଠନା ଅଧିକାର ଆଇନ ଓ ଅନ୍ୟାନ୍ୟ ପ୍ରାବଧାନ ମାଧ୍ୟମରେ ତିହିଡି ବ୍ଲକରେ ହେଉଥିବା ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାସ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ବିଜେପି ନେତା ରଘୁନାଥ ପାତ୍ର, ଦୁର୍ଗାଠରଣ ନାୟକ, ବୁଦ୍ଧଦେବ ଜେନା, ଶଶିକାନ୍ତ ବିଶ୍ୱାଳ, ତପନ ପାଢୀ, ପ୍ରମୋଦ ଦାସ, ପ୍ରଦୀପ ବଳ, ରାଜାରାମ ମହାକୁହ, ରାଜକିଶୋର ନାୟକ, ସଞ୍ଜିବ ବେହେରା, ଅଜୟ ମହାପାତ୍ର, ଭରତ ସାହୁ, ରାମ ନାୟକ ଓ ଅନନ୍ତ ତ୍ରିପାଠୀ ସମେତ ଅନ୍ୟ ବିଜେପି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave A Reply