ତିହିଡି,୨୬/୧୧(Jadumani Panigrahi) : ଦେଶର ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ଗୁଡିକ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ତିହିଡିରେ ସଫଳ ହୋଇଛି । ଆଜି ସକାଳ ସିପିଏମ୍ ତିହିଡି ଆଞ୍ଚଳିକ ସଙ୍ଗଠନ ପକ୍ଷରୁ ତିହିଡିରେ ରାସ୍ତା ଅବରୋଧ କରାଯାଇଥିଲା । ଶ୍ରମିକ ମାନଙ୍କ ଲାଗି ଥିବା ୨୯ଟି ଶ୍ରମ ଆଇନର ଉଚ୍ଛେଦ ଏବଂ ଶ୍ରମିକ ମାନେ ୮ଘଣ୍ଟା ପରିବେର୍ତ୍ତ ୧୨ ଘଣ୍ଟା କାମ କରିବା ନିୟମର ପରିବର୍ତ୍ତନ କରିବା ତଥା ୪ଟି ଲେବର କୋର୍ଡର ଯେଉଁ ଆଇନ କରିଛନ୍ତି ତାହାର ପ୍ରତ୍ୟାହାର କରିବା, ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା, କୃଷି ବିଲକୁ ପ୍ରତ୍ୟାହାର କରିବା, ଚାଷୀ ମାନଙ୍କ କୃଷି ଋଣ ଛାଡ କରିବା, ପାଚିକା, ଅଙ୍ଗନୱାଡି ଓ ଆଶା ମାନଙ୍କୁ ନିୟମିତ କରିବା ଓ ସେମାନଙ୍କୁ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବା ଏବଂ ସର୍ବନିମ୍ନ ଦୈନିକ ମଜୁରୀ ୭ଶହ ଟଙ୍କା ଘୋଷଣା କରିବା ସର୍ବୋପରି ବିଦୁ୍ୟତ ବଲ ଛାଡ କରିବା ଆଦି ଦାବିରେ ଏହି ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦ ଯୋଗୁଁ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା ।
ସେହିପରି ସିପିଏମର କର୍ମୀ ମାନେ ତିହିଡି ବଜାରରେ ଥିବା ବିଭିନ୍ନ ବ୍ୟାଙ୍କ ଓ ଦୋକାନ ବଜାର ଆଦି ବନ୍ଦ ରଖି ସେମାନଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ଅନୁରୂପ ଭାବେ ଦୋଳସାହି ଗେଟ ବଜାର ଓ ପୀରହାଟ ଠାରେ ମଧ୍ୟ ରାସ୍ତାରୋକ କରାଯାଇଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ ସିପିଏମର ବିଷ୍ଣୁ ଦାସ, ପ୍ରଫୁଲ୍ଲ ପାଢୀ, ସତ୍ୟବ୍ରତ କୁଣ୍ଡ, ନାରାୟଣ ଚନ୍ଦ୍ର ଦାସ, ନିର୍ମଳ ଦଳାଇ, ବାଦଲ ଦାସ, ଗୟାଧର ସେଠୀ, ଦିଲ୍ଲୀପ ନାଥ, କୃଷ୍ଣଚନ୍ଦ୍ର ମଳିକ, ଇନ୍ଦ୍ରମଣି ମଲ୍ଲିକ ଓ ଜ୍ୟୋର୍ତିମୟୀ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।