Odisha news

ହାଇକୋର୍ଟଙ୍କ ନିଦେ୍ର୍ଦଶ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି ଅଟକିଲାନି ସଂଘ ପୁନର୍ଗଠନ କାର୍ଯ୍ୟ

0

ତିହିଡି (Jadumani Panigrahi) : ତିହିଡି ବ୍ଲକ ସୟା ପଞ୍ଚାୟତ ଅନ୍ତର୍ଗତ ମାତୃଶକ୍ତି ମହିଳା ମହାସଂଘ ପୁନର୍ଗଠନ ନିଷ୍ପତ୍ତି ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ସଂଘର କର୍ମକର୍ତ୍ତା ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ନିଜର ଅଭିଯୋଗ ଆଗତ କରିଥିଲେ । ଚଳିତ ମାସ ୩ ତାରିଖରେ ହାଇକୋର୍ଟ ଦେଇଥିବା ନିଦେ୍ର୍ଦଶରେ ଜିଲ୍ଲାପାଳ ପକ୍ଷଙ୍କ ଅଭିଯୋଗ ପାଇବାର ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କୁ ଡକାଇ ଘଟଣାର ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଅନୁସାରେ ସଂଘ ପକ୍ଷରୁ ଗତ ୪ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଘଟଣାର ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ମାତ୍ର ଏସବୁସତ୍ତ୍ୱେ ସଂଘ ପୁନର୍ଗଠନ କରିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଆଜିର ତାରିଖରେ ସୟା ହାଇସ୍କୁଲ ଠାରେ ସଂଘ ପୁନର୍ଗଠନ କାର୍ଯ୍ୟ କରାଯାଇଛି ।

ଯାହାକି ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ମାତୃଶକ୍ତି ମହିଳା ମହାସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଗତ ୨୦୧୮ରେ ଅନୁରୂପ ନିଦେ୍ର୍ଦଶ ବ୍ଲକ ଜୀବିକା ମିଶନର ବିପିଏମଙ୍କ ଙ୍କ ପକ୍ଷରୁ ଦିଆଯାଇଥିବା ବେଳେ ମାତୃଶକ୍ତି ମହିଳା ମହାସଂଘ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଦ୍ୱାରସ୍ଥ ହେବା ପରେ କୋର୍ଟଙ୍କ ନିଦେ୍ର୍ଦଶ ମତେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଗତ ୦୭-୦୨-୧୯ରେ ଭୋଟିଂ ମାଧ୍ୟମରେ ସଂଘ ପୁନର୍ଗଠନ କରାଇଥିଲେ । ସେଥିରେ ମାତୃଶକ୍ତି ମହିଳା ମହାସଂଘର କର୍ମକର୍ତ୍ତାଙ୍କ ସପକ୍ଷରେ ଯଥେଷ୍ଟ ଅଧିକ ଭୋଟ ଅର୍ଥାତ ୮୫୨ ଖଣ୍ଡ ଓ ଅପରପକ୍ଷ ସପକ୍ଷରେ ମାତ୍ର ୪୮ ଖଣ୍ଡ ଭୋଟ ମିଳିଥିଲେ ମଧ୍ୟ ବିପିଏମ ଉକ୍ତ ମହାସଂଘର ବ୍ୟାଙ୍କ ଜମାଖାତାକୁ ଅଚଳ କରାଇବା ସହିତ ବିଭିନ୍ନ ଭାବେ ହଇରାଣ କରି ଆସୁଛନ୍ତି । ତଦନୁଯାୟୀ ଏହାର କାର୍ଯ୍ୟକାଳ ଆସନ୍ତା ୦୬.୨.୧୯ରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଆଜିର ତାରିଖରେ ସଂଘ ପୁନର୍ଗଠନ କରିବା କେତେଦୂର ନ୍ୟାୟ ସଙ୍ଗତ ବୋଲି ସଂଘ ପ୍ରକାଶ କରିଛି ।

ମହାସଂଘର ପୁର୍ନଗଠନ କରି ପରୋକ୍ଷରେ ବିପିଏମ ମହାଶୟା ଆଇନକୁ ଅବମାନନା କରିଛନ୍ତି ବୋଲି ସଂଘର ସଭାନେତ୍ରୀ ନିରୁପମା ଦାସ, ସମ୍ପାଦିକା ଜୟନ୍ତୀ ନାୟକ, କୋଷାଧ୍ୟକ୍ଷ ସୁରତୀ ମହାପାତ୍ର, ଉପଦେଷ୍ଟା ଅମିୟ·ନ୍ଦ ନାୟକ, ମନୋରମା ନାୟକ, ସୁବାସିନି ପାତ୍ର, ସୁଦିପ୍ତା ନାୟକ, ଶୁଷମା ପାତ୍ର, ପଦ୍ମିନୀ ନାୟକ, ଗୀତା ରାଉଳ, କୁନ୍ତଳା ନାୟକ, ମିନତୀ ମଳିକ, ସାବିତ୍ରୀ ଜେନା, ମିନତୀ ଜେନା, ସିଆରପି ଶାନ୍ତିଲତା ନାୟକ, ସୁବାଶିନୀ ଦାସ, ସୁଚିସ୍ମିତା ବିଶ୍ୱାଳ, ମମତା ଦାସ, ପ୍ରତିମା ମହାଳିକ ପ୍ରମୁଖ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ବିପିଏମଙ୍କ ଏହି ବେଆଇନ କାର୍ଯ୍ୟ ବିରୋଧରେ ଆଇନରେ ଅଶ୍ରୟ ନିଆ ଯାଇଛି ଓ କୋର୍ଟର ନିଦେ୍ର୍ଦଶ ଅନୁସାରେ ଯାହାକିଛି ହେବ ତାକୁ ସଂଘ ମାନିନେବ ବୋଲି କର୍ମକର୍ତ୍ତମାନେ ପ୍ରକାଶ କରିଛନ୍ତି ।

Leave A Reply