Odisha news

ବିକାଶର ନିଦର୍ଶନ : ଭଙ୍ଗା ଘରେ ବିତୁଛି ବିଧବା ମହିଳାଙ୍କ ଜୀବନ

0

ତିହିଡ଼ି : ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏ ରାଜ୍ୟରେ ଆଜି ବି ଏମିତି ଲୋକ ଅଛନ୍ତି ଯାହାଙ୍କର ମୁଣ୍ଡ ଗୁଞ୍ଜିବା ଲାଗି ସାମାନ୍ୟ ଘର ଖଣ୍ଡେ ମଧ୍ୟ ନାହିଁ । ସରକାର ମୋ କୁଡିଆ, ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ଏବେ ବି ଅନେକ ଲୋକ ଏସବୁ ପାଇବାରୁ ବଞ୍ଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି ।

ଯାହାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଶଂଖିଡା ଗାଁରେ । ଏହି ଗାଁର ସ୍ୱର୍ଗତ ଭାଗିରଥି ସାହୁଙ୍କ ସ୍ତ୍ରୀ କ୍ଷୀରମଣି ସାହୁ(୫୬) । ସ୍ୱାମୀ ମରିବାକୁ ପ୍ରାୟ ବର୍ଷକରୁ ଅଧିକ ସମୟ ବିତିଗଲାଣି ।

ସ୍ୱାମୀଙ୍କ ରୋଜଗାର ଉପରେ ଘର ଚଳୁଥିଲା । ସ୍ୱାମୀ ମରିଯିବା ପରେ ଅସହାୟା କ୍ଷୀରମଣିଙ୍କ ଲାଗି ଜୀବନ ଦୁର୍ବିସହ ହୋଇପଡିଛି । ମାସକୁ ମାସ ମିଳୁଥିବା ଭତ୍ତା ଟଙ୍କାରେ ଦୁଃଖେକଷ୍ଟେ ସେ ଚଳି ଯାଉଥିବା ବେଳେ ଖରାବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡେ ନାହିଁ । ପୂର୍ବରୁ ଥିବା ଚାଳ ଘର ଖଣ୍ଡିକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ମାଟିରେ ମିଶିଯାଇଛି । ଏଭଳି ସ୍ଥିତିରେ ତାଙ୍କର ରହିବା ଲାଗି ସର୍ବନିମ୍ନ ଘର ଟିଏର ଆବଶ୍ୟକତା ରହିଛି । ତୁରନ୍ତ ତାଙ୍କୁ ବାସଗୃହ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply