Odisha news

ପ୍ରଫେସର ସୁଶୀଲ ଜେନାଙ୍କ ଏକାଦଶାହରେ ବିଭିନ୍ନ କାର୍ଯ୍ୟକ୍ରମ

0

ତିହିଡି(Jadumani Panigrahi) : ଅବିଭକ୍ତ ବାଲେଶ୍ୱର-ଭଦ୍ରକ ଜିଲ୍ଲାର ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ଜିଲା ସଭାପତି ପ୍ରଫେସର ସୁଶୀଲ ଜେନାଙ୍କର ଏକାଦଶାହ ଉପଲକ୍ଷେ ତିହିଡି ସତ୍ୟସାଇ ସେବା ସମିତି ପକ୍ଷରୁ ଦୋହରାସାହି ବାତ୍ୟା ଆଶ୍ରୟ ପ୍ରକଳ୍ପ ଗୃହରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୪-୩୦ରେ ଜାଗରଣ, ସୁପ୍ରଭାତଂ, ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ, ଉପଚାର ପୂଜା ଆଦି ସମସ୍ତ ସାଇ ଆଶ୍ରିତ ନିଜ ଘରେ ପାଳନ କରିଥିଲେ ।

ଦିବା ୯ଘଟିକା ସମୟରେ ଦୋହରାସାହି ପ୍ରକଳ୍ପ ଗୃହରେ ସମସ୍ତ ଭାଇଭଉଣୀ ସାମାଜିକ ଦୂରତା ରକ୍ଷା କରି ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବେଦପାଠ, ଭଜନ, ସ୍ମୃତିଚାରଣ, ନଡିଆ ଗଛ, ଆମ୍ବ ଗଛ ରୋପଣ, ଗୀତା ପାଠ, ଅମୃତ କଳସ ବଣ୍ଟନ, ଜଣେ ସିଲାଇ ଜାଣିଥିବା ଛାତ୍ରୀଙ୍କ ସ୍ୱାବଲମ୍ବୀ ହେବା ନିମନ୍ତେ ସିଲାଇ ମେସିନ ଓ ଉପକରଣ ପ୍ରଦାନ, ଦୋହରାସାହି ପ୍ରକଳ୍ପ ଗୃହର ଉତ୍ତର ପାଶ୍ୱର୍ରେ ପାଚେରୀ ନିର୍ମାଣ ଓ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା ।

ତିହିଡି ସମିତିର ଆବାହକ ପାର୍ଥସାରଥୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଓ ଜିତେନ୍ଦ୍ର ବେହେରା, ସଞ୍ଜୟ ମହାପାତ୍ର, ରବିନ୍ଦ୍ର ଦାସ, ରମାକାନ୍ତ ନାଥ, ପ୍ରଭାତ ରାଉଳ, ଦେବକିଶୋର ଦାସ, ପ୍ରହ୍ଲାଦ ବଳ, ଜଗବନ୍ଧୁ ମାଝି, ନାରାୟଣ ନାୟକ, ରାଜେଶ ନାୟକ, ନିତ୍ୟାନନ୍ଦ ମାଝି, ଲିଟୁନ ବାରିକ, ରାଧାଶ୍ୟାମ ବାରିକ, ମାଗୁଣି ମାଝି, ପ୍ରହ୍ଲାଦ ମାଝି ଓ ଅନ୍ୟମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply