Odisha news

ତିହିଡି : ବଜ୍ରାଘାତରେ ଯୁବକ ମୃତ

0

ତିହିଡି,୦୧/୧୦(Jadumani Panigrahi) : ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗାଁର ଜଣେ ଯୁବକଙ୍କ ବଜ୍ରାଘାତରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏହି ଗାଁର ମଧୁସୂଦନ ଦାସଙ୍କ ପୁଅ ରାଜେଶ ଦାସ(୩୮) । ପ୍ରକାଶ ଯେ, ମଙ୍ଗଳବାର ଦିନ ଅପରାହ୍ଣ ପ୍ରା ୨ଟା ବେଳେ ରାଜେଶ ନିଜ ଧାନ ବିଲରେ ସାର ପକାଉଥିଲେ । ଏହି ସମୟରେ ବର୍ଷା ହେବା ସହିତ ବଜ୍ରପାତ ଘଟିଥିଲା । ବଜ୍ରାଘାତରେ ରାଜେଶ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ ।

ତେବେ ସନ୍ଧ୍ୟା ଯାଏଁ ରାଜେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ବିଲକୁ ଯାଇ ଖୋଜାଖୋଜି କରିଥିଲେ । ବିଲ ମଧ୍ୟରେ ରାଜେଶ ପଡିଥିବାର ଦେଖି ଗାଁ ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରି ସେମାନେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଘରକୁ ଅଣାଯାଇଥିଲା । ତିହିଡି ପୋଲିସଏଥିନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ଜଣାଯାଇଛି । ରାଜେଶଙ୍କ ମୃତୁ୍ୟରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply