ବନ୍ତଳା- ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ରାଜ୍ୟ କାହିଁକି ସାରା ଦେଶରେ ନାମ କମାଇଛି।ବାଘ ବଂଶ ବୃଦ୍ଧି ପାଇଁ କୋଟି କୋଟିଟଙ୍କା ବ୍ୟୟ ରେ ମଧ୍ୟ ପ୍ରଦେଶରୁ ଅଣା ଯାଇଥିଲା ବାଘ ବାଘୁଣୀ।କିନ୍ତୁ ଏନ ଟି ସିଏ ର ନିଷ୍ପତ୍ତି ଦୋହଲାଇ ଦେଇଛି ବୁଦ୍ଧି ଜୀବି ଓ ରାଜ୍ୟ ସରକାରଙ୍କୁ। ସତରେ ବ୍ୟାଘ୍ର ପ୍ରକଳ୍ପ ହେଲେ ଲାଭ କାହାର, କ୍ଷତି କାହାର ତାହା ଏବେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରିଛି ? ସୂଚନା ଅନୁଯାୟୀବ୍ୟାଘ୍ର ଵଂଶ ବୃଦ୍ଧିପାଇଁଏନ ଟି ସିଏ ଓ ରାଜ୍ୟ ସରକାରଙ୍କ ଉଦ୍ୟମ ରେ ୨୦୧୮ ମସିହାରେ ମଧ୍ୟପ୍ରଦେଶ ବାନ୍ଧବ ଗଡ଼ରୁ ବାଘୁଣୀ ସୁନ୍ଦରୀ ଓ କାହ୍ନା ଅଭୟାରଣ୍ୟ ରୁ ମହାବଳ ମହାବୀର କୁ ଅଣlଗଲା ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ କୁ। ସାତକୋଶିଆ ମଧ୍ୟରେ ରାଇଗୋଡl ଠାରେ ନିର୍ମିତ ହୋଇଥିବା ଏନକ୍ଲୋଜର ମଧ୍ୟରେ କିଛି ଦିନ ରଖିବା ପରେ ଛଡା ଯାଇଥିଲା ଜଙ୍ଗଲ ମଧ୍ୟକୁ। ମହାବଳ ମହାବୀର ନରସିଂହପୁର ମୁହାଁ ହୋଇଥିଲା। ଶିକାରୀ ର ଶିକାର ହୋଇ ମୃତ୍ୟୁ ହୋଇଥିଲା।ସେପଟେ ବାଘୁଣୀ ସୁନ୍ଦରୀ ଗ୍ରାମଭିମୁଖୀ ହୋଇ ମଣିଷ, ମଇଁଷି ଗୋରୁ ଶିକାର କଲା । ଯାହାକୁ ନେଇ ଖଣ୍ଡ ଯୁଦ୍ଧ ମଧ୍ୟ ହେଲା ।
ବନ ବିଭାଗ ର ଲଞ୍ଚ ଠାରୁ ବିଟ ହାଉସ ସବୁଠି ଜଳୁଥିଲା ପ୍ରତିହିଂସା ର ନିଆଁ । ଶେଷରେ ବାଧ୍ୟ ହୋଇବାଘୁଣୀ ସୁନ୍ଦରୀ କୁ ଟ୍ରlଙ୍କୁଲାଇଜ କରି ପୁଣି ଫେରାଇନିଆଗଲା ରାଇଗୋଡା ଠାରେ ଥିବା ଏନକ୍ଲୋଜର ମଧ୍ୟକୁ।ଆଜକୁ ପ୍ରାୟ ଦେଢ଼ବର୍ଷ ଧରି ବନ୍ଦୀ ଜୀବନ କାଟୁଛି ସୁନ୍ଦରୀ। ଏହାକୁ ଦୃଷ୍ଟିରେ ରଖି ଏନ ଟି ସିଏ ଗମ୍ଭୀରତା ର ସହ ପୁଣି ଫେରାଇ ନେବା ପାଇଁ ରାଜ୍ୟ ସରକାରଙ୍କୁ ଚିଠିଲେଖିବା ସହ ଫେରାଇ ନେବା ପାଇଁ ସମସ୍ତ ପ୍ରକାର ଯୋଜନା କରିସାରିଥିବା ଜଣାପଡିଛି।ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବନ୍ୟ ଜନ୍ତୁ ଙ୍କ ଉପରେ ନଜର ରଖିବା ପାଇଁ୨୫୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।ଏହା ଦ୍ୱାରା ବନ୍ୟ ଜନ୍ତୁ ତଥା ବାଘର ଗତି ବିଧି ଉପରେ ନଜର ରଖାଯାଇ ପାରୁଛି ।ଅନ୍ୟ ପଟେ ମିଳିଥିବା ସୂଚନା ଅନୁଯାୟୀ
୨୦୦୫ ଗଣନା ଅନୁଯାୟୀ ସମୁଦାୟ ୧୮ଟିବାଘ ବାଘୁଣୀସାତକୋଶିଆ ମଧ୍ୟରେ ଥିଲେ। ସାତକୋଶିଆ ବନଖଣ୍ଡ ରେ୧୧ଟି ମହାନଦୀ ବନଖଣ୍ଡ ରେ ୭ ଟି ।କରୁଥିଲେ ଗର୍ଜ୍ଜନ ପ୍ରକମ୍ପିତ ହେଉଥିଲା ବଣ ଜଙ୍ଗଲ। କିନ୍ତୁ ତଥ୍ୟ ଅନୁସାରେ ୨୦୦୭ବେଳକୁ ମାତ୍ର୧୨ଟି ବାଘ ବାଘୁଣୀ ଥିବା ଜଣାପଡିଛି।୨୦୦୭ ବେଳକୁ ପ୍ରାୟ ୬ ଟିବାଘ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ଶିକାରୀ ହାତରେ ୨ ଜଣ ବାଘଙ୍କ ର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଥିଲା। ତେବେ ୨୦୧୨ ମସିହା ବେଳକୁ ଆଉମାତ୍ର ୨ ଟିବାଘ ବାଘୁଣୀ ରହିଥିବା ସୂଚନା ମିଳିଛି।କିନ୍ତୁ ୨୦୧୨ ମସିହାରେ ଅଣ୍ଡିରା ମହାବଳ ଯାହାର ବୟସ ଆନୁମାନିକ ୩ ବର୍ଷ ,ଲମ୍ବ ୫ ଫୁଟ ୬ ଇଞ୍ଚ ,ନାଁ ଥିଲା “ନନ୍ଦନ” ମହାନଦୀ ପାର ହୋଇ ଆଠଗଡ଼ ଦେଇ ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ନନ୍ଦନ କାନନ ରେ ପହଞ୍ଚିଥିଲା ।
ସେଠି ସବୁଦିନ ପାଇଁରହିଗଲା ନନ୍ଦନକାନନ ର ଖୁଆଡ଼ ଭିତରେ। ଅନ୍ୟପଟେ ଏକୁଟିଆ ହୋଇ ସାତକୋଶିଆ ଅଞ୍ଚଳରେ ଘୁରିବୁଲି ମଝିରେ ମଝିରେ ରାଇଗୋଡ ଏନକ୍ଲୋଜରପାଖକୁ ଆସି ଗର୍ଜନ କରୁଥିବା ସୁନ୍ଦରୀ ବାଘୁଣୀ ପାଇଁ ଲାଗିଥିବା କ୍ୟାମେରା ରେ ରେକର୍ଡ ହୋଇଥିଲା।ପୂର୍ବରୁଥିବା ସାତକୋଶିଆ ଦେଶୀ ବାଘୁଣୀଲାଞ୍ଜରେ ଛୋଟ ଘା ହୋଇଥିବା ବେଳେ ଏହାର ଚିକିତ୍ସା କିପରି ହୋଇପାରିବ ସେଥିପାଇଁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିଲା।ବାଘୁଣୀ ର ବୟସ ଅଧିକ ହୋଇଥିବା ରୁ ତାକୁ ସିଧାସଳଖ ଟ୍ରାଙ୍କୁଲାଇଜକରିହେବ ନାହିଁ।କ୍ୟାମେରା ଟ୍ରାପ ଓ ଯନ୍ତା ସାହାଯ୍ୟ ରେ ବାଘୁଣୀ କୁ ଧରାଯାଇ ଚିକିତ୍ସା ସମ୍ଭବ ହୋଇପାରିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦେଇଥିଲେ।
ଏ ସମ୍ପର୍କରେ RCCF କହିଛନ୍ତି ସାତକୋଶିଆ ରେ ଥିବା ଦେଶୀ ବାଘୁଣୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।ଅଭୟାରଣ୍ୟ ଭିତରେ ରହୁଛି ଜନ ବସତି ମୁହାଁ ହେଉନାହିଁ।ଗତ କିଛି ଦିନ ହେବ ଦେଶୀ ବାଘୁଣୀ ଲାଞ୍ଜ ରେଆଘାତ ଲାଗି ଘା ହୋଇଛି।ଅଭୟାରଣ୍ୟ ମଧ୍ୟରେ ଲାଗିଥିବା କ୍ୟାମେରା ଟ୍ରାପ ରେ ଗତିବିଧି ଉପରେ ଲକ୍ଷ ରଖାଯାଇଥିବା ଆର ସି ଏଫ ପ୍ରଦୀପ କରାଟେ ସୂଚନା ଦେଇଥିଲେ କିନ୍ତୁ ଇତି ମଧ୍ୟରେ ଛଅ ମାସ ବିତି ଯାଇଛି।କେମିତି ଅଛି ଦେଶୀ ବାଘୁଣୀ। ଯଦି ସଂକ୍ରମଣ ବଢିଥାଏ ତେବେ? ଯାହା ଜଣାପଡୁଛି ଖୁବ ଶୀଘ୍ର ସାତକୋଶିଆ ଅଭୟାରଣ୍ୟ ରୁ ଚାଲିଯିବ ସୁନ୍ଦରୀ। ତେବେ ମୋଟା ମୋଟୀ ଭାବରେ ଦେଖିବାକୁ ଗଲେ ପୁଣି ଏକୁଟିଆ ହୋଇଯିବ ସାତକୋଶିଆ ବାଘୁଣୀ।ତେବେ ବାଘ ବଂଶ ବୃଦ୍ଧି ହେବ କିପରି ? ଯାହାକୁ ନେଇ ପରିବେଶବିତ, ବୁଦ୍ଧିଜୀବୀଙ୍କ ମଧ୍ୟରେଆଲୋଚନା ଜୋର ଧରିଛି ।