ଥାଇରଏଡ କ୍ୟାନ୍ସର ଗୋଟିଏ ସାଧାରୱାନ କ୍ୟାନ୍ସର ନୁହେଁ, କିନ୍ତୁ ଏହାର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଯେବେକି ଫୁସଫୁସ , ବ୍ରେଷ୍ଟ , ଓଭାରିଆନ କ୍ୟାନ୍ସର ଖୁବ ସାଧାରଣ ଅଟେ l ଥାଇରଏଡ କ୍ୟାନ୍ସର ର ସ୍ୱାସ୍ଥ୍ୟ ଉପରେ ଖୁବ ଗମ୍ଭୀର ପ୍ରଭାବ ପଡିଥାଏ l ଗଳାର ଶେଷ ଭାବରେ ଥାଇର ଗ୍ଲାଣ୍ଡ ରେ କ୍ୟାନ୍ସର ବିକଶିତ ହୋଇଥାଏ l ଯାହାକି ହୃଦ ଗତିକୁ ଧୀର କରିଦେଇ ଥାଏ l ଥାଇରଏଡ କ୍ୟାନ୍ସର ର ଅନେକ ରୂପ ପ୍ରକଟ ହୋଇଥାଏ l ଯେଉଁଥିରେ ଶରୀର ଉପରେ ବିଶେଷ ପ୍ରଭାବ ପଡିଥାଏ l
= ପେମ୍ପିଲେରୀ ଥାଇରଏଡ କ୍ୟାନ୍ସର –
ପେମ୍ପିଲେରୀ ଥାଇରଏଡ କ୍ୟାନ୍ସର ସବୁଠୁ ସାଧାରଣ କ୍ୟାନ୍ସର ଅଟେ, ଯାହାକି ୫୦ % ରୁ ଅଧିକ ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଏହି କ୍ୟାନ୍ସର ଧୀରେ ଧୀରେ ଗଳାର ଲିମ୍ଫ ନୋଡଶ ପର୍ଯ୍ୟନ୍ତ ବ୍ୟାପିଥାଏ l ଯଦି ଏହାକୁ ସମୟ ଥାଉ ଥାଉ ଚିକିତ୍ସା କରାଯାଏ ତେବେ ଲାଭ ମିଳିଥାଏ l
= ଫୋଲିକ୍ୟୁଲଡ ଥାଇରଏଡ କ୍ୟାନ୍ସର –
କଲମ୍ବିଆ ବିଶ୍ୱବିଦ୍ୟାଳୟ ର ଅଧ୍ୟୟନ ଅନୁସାରେ ଏହି ପ୍ରକାରର ଥାଇରଏଡ କ୍ୟାନ୍ସର ଶରୀରର ହାଡ଼ ରୁ ନେଇ ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ l ଏହି କ୍ୟାନ୍ସର ଚିକିତ୍ସା ହୋଇପାରିବ କିନ୍ତୁ ସମୟ ସମୟ ଥାଉ ଥାଉ ଧ୍ୟାନ ଦେଇ ଚିକିତ୍ସା କରାଇବା ଜରୁରୀ l
= ମେଦୁଳାର ଥାଇରଏଡ କ୍ୟାନ୍ସର –
ମେଦୁଲାରି ଥାଇରଏଡ କ୍ୟାନ୍ସର ଖୁବ ଦୁର୍ଲଭ କ୍ୟାନ୍ସର ଅଟେ, କିନ୍ତୁ ଅନୁବଂଶିକ ସ୍ଥିତି ସହିତ ଜଡିତ l ଏହାର ଆକ୍ରମକ ଗୁଣ ଯୋଗୁଁ ଏହା ଶରୀର କୁ ପ୍ରଭାବିତ କରିଥାଏ l ଯାହାକୁ ତୁରନ୍ତ ଚିକିତ୍ସା କରିବା ଜରୁରୀ l
= ଏନପ୍ଲାସ୍ଟିକ ଥାଇରଏଡ କ୍ୟାନ୍ସର –
ଏହି ଥାଇରଏଡ କ୍ୟାନ୍ସର ଗୋଟିଏ ଦୁର୍ଲଭ କ୍ୟାନ୍ସର, ଓ ଆକ୍ରମକ ରୂପ ଅଟେ, ଯାହାକି ଦ୍ରୁତ ଗତିରେ ବ୍ୟାପିଥାଏ, ଯେଉଁଥିପାଇଁ ତୁରନ୍ତ ଉପଚାର ଆବଶ୍ୟକ ରହିଥାଏ l
ଥାଇରଏଡ କ୍ୟାନ୍ସର ର କାରଣ –
ଥାଇରଏଡ କ୍ୟାନ୍ସର ଅନେକ କାରଣରୁ ବିକଶିତ ହୋଇଥାଏ, ଏବଂ ଯାହାକୁ ଜାଣିବା ଜରୁରୀ ଅଟେ l ଥାଇରଏଡ କ୍ୟାନ୍ସର ୪୦ ରୁ ଅଧିକ ଆୟୁ ର ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଥାଇରଏଡ କ୍ୟାନ୍ସର କିମ୍ବା ସ୍ତନ କର୍କଟ ରୋଗ ବଂଶାନୁକ୍ରମିକ ମଧ୍ୟ ହୋଇଥାଏ l ବର୍ଦ୍ଧିତ ଗୋଇଟର , ଆୟୋଡିନ ର କମି କାରଣରୁ ଥାଇରୟାଦିଟିସ ଭଳି ସ୍ଥିତି କ୍ୟାନ୍ସର ର ବିକାଶ ରେ ଯୋଗଦାନ ରହିଥାଏ l