ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରେ ଏକ ଅଦ୍ଭୁତ ଘଟଣା ଘଟି ଯାଇଛି l ଏଠାକାର ଜଣେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଦିଆ ଯାଇଛି l ଆପଣ ଭାବିବେ ଯେ ଏଥିରେ ଅଦ୍ଭୁତ କଣ ରହିଲା ,କିନ୍ତୁ ଏହି ନିଲମ୍ବିତ ପଛର ରହସ୍ୟ ରହିଛି ତାଙ୍କର ଦାଢ଼ି l ସେ ତାଙ୍କର ଉଚ ଅଧିକାରୀଙ୍କର ଅନୁମତି ନନେଇ ନିଜର ଦାଢ଼ି ବଢାଇଥିଲେ l ଏହି ମାମଲାଟି ରମାଲା ଥାନାର ମୁତୟନ ହୋଇଥିବା ଥାନା ଅଧିକାରୀଙ୍କର l ମିଳିଥିବା ଖବରରୁ ଜଣl ପଡିଛି ଯେ ଏସ୍ପି ଅଭିଷେକ ସିଂହ କହିଛନ୍ତି ଥାନା ଅଧିକାରୀ ଇନ୍ସାରଅଲ୍ଲୀ ପୋଲିସ ବିଭାଗର ବିନା ଅନୁମତିରେ ନିଜର ଦାଢ଼ି ବଢାଇଥିଲେ l
ଏସ୍ପି ମହାଶୟ ତାଙ୍କୁ ଏବିଷୟରେ ଚେତାବନୀ ଦେଇ ତିନିଥର ଦାଢ଼ି କାଟିବାକୁ ଉପଦେଶ ଦେଇଥିଲେ l ଏହାପରେ ମଧ୍ୟ ଥାନା ଅଧିକାରୀ ଜଣଙ୍କ ଏସ୍ପିଙ୍କ ନିର୍ଦେଶକୁ ପାଳନ କରି ନଥିଲେ l ଏସ୍ପିଙ୍କ ନିର୍ଦେଶ ନମାନିବା କାରଣରୁ ତାଙ୍କ ବିରୁଦ୍ଧରେ ନିଲମ୍ବନ କରିବାର କାର୍ଯ୍ୟାନୁଷ୍ଠାନ ନିୟ ଯାଇଛି l ଏସ୍ପି କହିଛନ୍ତି ଯେ ପୋଲିସ ବିଭାଗରେ ଯେକୌଣସି ଧର୍ମର ବ୍ୟକ୍ତିଙ୍କୁ ଦାଢ଼ି ରଖିବାକୁ ହେଲେ ବିଭାଗର ଅନୁମତି ନେବାକୁ ପଡିବ ,କିନ୍ତୁ ଇନ୍ସାରଅଲ୍ଲୀ କୌଣସି ଅନୁମତି ନନେଇ ଦାଢ଼ି ରଖିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି l
ଥାନା ଅଧିକାରୀ ଜଣଙ୍କ ନିଜ ପକ୍ଷରେ କହିଛନ୍ତି ଯେ ମୁଁ ଦାଢ଼ି ରଖିବା ପାଇଁ ଆଇଜି କାର୍ଯ୍ୟାଳୟରୁ ଅନୁମତି ମାଗିଥିଲି l କିନ୍ତୁ ମୋର ଏହି ଅନୁମତି ପତ୍ର ବିଷୟରେ ଆଜି ପର୍ଯ୍ୟନ୍ତ କୌଣସି ଶୁଣାଣି ହୋଇନାହିଁ l ତେଣୁ ମୋ ଉପରେ ଅଚାନ ଏସ୍ପି ମହାଶୟ କାର୍ଯ୍ୟାନୁଷ୍ଠାନ ନେଇଥିବା ହେତୁ ମୁଁ ଦୁଃଖିତ ଅଛି l