ଠାକୁରମୁଣ୍ଡା ୧୧/୧୧ : ରାତିରେ ଲଷ୍ମୀ ପୂଜା ଯାତ୍ରା ଦେଖିବାକୁ ଆସି ଗଣ ବଳତ୍କାର ର ଶିକାର ହୋଇଥିବା ଜଣେ କଲେଜ ପଢୁଆ ଆଦିବାସୀ ଯୁବତୀଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଜଣେ ନା ବାଳକ ଙ୍କ ସମେତ ୩ ଜଣ ଯୁବକ ଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ କରୁଛି।ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅଞ୍ଚଳରେ ।ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ଗ୍ରାମରେ ଲଷ୍ମୀ ପୂଜା ଅବସର ରେ ଯାତ୍ରା ଓ ମେଳା ହେଉଥିଲା।ଗତ ଅକ୍ଟୋବର ମାସ ୧୫ ତାରିଖ ରାତିରେ ଯାତ୍ରା ଦେଖିବାକୁ ଆନନ୍ଦପୁର ଅଞ୍ଚଳ ରୁ ଜଣେ ଯୁବତୀ ତାଙ୍କ ପରିବାର ଲୋକଙ୍କ ସହିତ ସାତକୋଶିଆ ଆସିଥିଲେ।ରାତିରେ ଯାତ୍ରା ଦେଖୁଥିବା ସମୟରେ ଜଣେ ପରିଚିତ ଯୁବକ ସଂପୂର୍କ୍ତ ଯୁବତୀ ଙ୍କୁ ସେଠାରୁ ଡାକି ନେଇ ଯାତ୍ରା ଠାରୁ କିଛି ଦୂରରେ ତାଙ୍କୁ ବଳତ୍କାର କରିଥିଲେ।ଏବଂ ଯୁବକ ଙ୍କ ସହିତ ଥିବା ଅନ୍ୟ ୩ ଜଣ ମଧ୍ୟ ତାଙ୍କୁ ବଳତ୍କାର କରିଥିବା ନେଇ ପିଡୀତା ଅଭିଯୋଗ କରିଥିଲେ। ଘଟଣା ଘଟିବାର ର ୨୬ ଦିନ ପରେ ଗତ ଶୁକ୍ରବାର ରାତିରେ ପିଡୀତା ଜଣକ ମହୁଲଡ଼ିହା ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ପୋଲିସ ଏନେଇ ଥାନାରେ ୭୨/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ସାତକୋଶିଆ ଗ୍ରାମ ପ୍ରଧାନ ସାହି ଓ ଦେଓଝରଣ ଗ୍ରାମରୁ ୪ ଅଭିଯୁକ୍ତ ଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରୁଥିବା ନେଇ ଥାନା ଆଈ ଆଈ ସି ସଞ୍ଜୀବ ପରିଡା ସୂଚନା ଦେଇଛନ୍ତି ।