ଠାକୁରମୁଣ୍ଡା ତା ୧/୭ : ଜୁଲାଇ ମାସ ୧ ତାରିଖ ଠାରୁ ସାରା ଭାରତ ରେ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ନେଇ ସୋମବାର ଦିନ ଠାକୁରମୁଣ୍ଡା ଓ ମହୁଲଡ଼ିହା ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସର ରେ ଅୟୋଜିତ ହୋଈ ଯାଇଛି।ବ୍ରିଟିଶ ଅମଳ ରୁ କାର୍ଯ୍ୟକାରୀ ହୋଈ ଅସୁଥିବା ଆଇପିସି ଓ ସିଆରପିସି ଓ ଭାରତୀୟ ସାକ୍ଷ୍ୟ ଆଇନ ର ପରିବର୍ତ୍ତନ କରାଯାଇ ଏବେ ସାରା ଦେଶ ରେ ଭାରତୀୟ ନ୍ୟାୟ ସଂହିତା, ଭରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ।କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ଆଇନ ର ଧାରା ଗୁଡିକ ସମ୍ପର୍କରେ ଥାନା ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା।ଠାକୁରମୁଣ୍ଡା ଥାନା ପୋଲିସ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ,ଏସଆଇ ଅନିତା ସ୍ୱାଇଁ,ଆଇନଜିବୀ ଅଜୟ ଦାସ ପ୍ରମୁଖ ଉପସ୍ଥିତ ରହି ବ୍ରିଟିଶ ସମୟରୁ ପ୍ରଚଳିତ ଆଇପିସି ଓ ସିଆରପିସି ର ପରିବର୍ତ୍ତନ ହୋଈ ବିଏନେସ ର ନୂତନ ଧାରା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ।ନୂତନ ଧାରା ଅବଗତ ହେବାକୁ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ପ୍ରତିନିଧି , ବରିଷ୍ଠ ନାଗରିକ ଏହି ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।