ଠାକୁରମୁଣ୍ଡା : ବାବା ବାରଖଣ୍ଡା ୟୁଥ କ୍ଳବ ଆନୁକୂଲ୍ୟରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ୨୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ 24 ତାରିଖରେ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚରେ ବାପାଲ ସାହି ପତ୍ରପଡା ପରସ୍ପରକୁ ଭେଟିଥିଲେ l ନିର୍ଦ୍ଧାରିତ ସମୟରେ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଗୋଲଶୂନ୍ୟ ରହିଥିଲା l ଫଳରେ ପେନାଲଟି ସୁଟର ସାହାଯ୍ୟ ନିଆଯାଇଥିଲା l ଏଥିରେ ପତ୍ରପଡା 1-0 ରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା l ପୁରସ୍କାର ରାଶି ଭାବେ ବିଜେତା ଦଳକୁ 20 ହଜାର ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା l 24 ତାରିଖ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ କ୍ରୀଡା ବିକାଶର ଏକ ଅଂଶ ବୋଲି କହିବା ସହିତ ଭଲ ପଢିବା ସହ ଭଲ ଖେଳିବାକୁ ପରାମର୍ଶ ଦେଇଥିଲେ l ସରକାର ଯୁବ ପ୍ରତିଭାର ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ଏବଂ କ୍ରୀଡା କ୍ଷେତ୍ରରେ ଓଡିଶା ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇ ପାରିଛି ବୋଲି ମତ ରଖିଥିଲେ l ସମ୍ମାନୀତ ଅତିଥିଭାବେ ସମାଜସେବୀ ବସନ୍ତ କୁମାର ପଇବର୍ତ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜବାମଣି ଟୁଡୁ, ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ, ଠାକୁରମୁଣ୍ଡା ପୂର୍ବତନ ସରପଞ୍ଚ ଆଲୋକ ଦଙ୍ଗ, ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଠାକୁରମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ରେଫରୀ ଭାବେ ରାମ ସିଂ ଟୁଡୁ, ଶ୍ୟାମ ମାର୍ଣ୍ଡି ଓ ଶ୍ରୀରାମ ପାଳିଆ ପ୍ରମୁଖ 4 ଦିନ ବ୍ୟାପୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ l ବାବା ବାରଖଣ୍ଡା ୟୁଥ କ୍ଳବ, ମୁ୍ଳାପାଳର ସଭାପତି ଟ୍ରିବନ ଚାତାର, ସମ୍ପାଦକ ବିଜୟ ଦଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l