Odisha news

କଲେଜ ଛାତ୍ରୀ ସୁନାୟନା ହତ୍ୟାକାଣ୍ଡ ର ୪୫ ଦିନ ପରେ ହତ୍ୟାକାରୀ ଗିରଫ

0
ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତକିଡ଼ିହା କଲୋନୀ ସାହି ର କଲେଜ ଛାତ୍ରୀ ସୁନୟନା ଙ୍କୁ ଗଳା କାଟି ହତ୍ୟା ଘଟଣାର ୪୫ ଦିନ ପରେ ଲାଏ ଡ଼ିଟେକ୍ସନ ଟେଷ୍ଟ ପରେ ମହୁଲଡିହା ଥାନା ପୋଲିସ ହତ୍ୟାକାରୀ କୁ ଗିରଫ କରିବା ରେ ସଫଳ ହୋଇଛି।ଯୁବତୀଙ୍କ ଘର କୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିବା ସେହି ଗ୍ରାମ ର ବିବାହିତ ଯୁବକ ଜ୍ୟୋତି ରାମ ପଥୁରିଆ ଘରେ କେହି ନଥିବା ର ସୁଯୋଗ ନେଇ ଯୁବତୀ ଙ୍କୁ ବଳାତ୍କାର କରିବା ପରେ କଥା ପ୍ରଘଟ ହେବାର ଭୟରେ ଯୁବତୀ ଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆ ଦ୍ଵାରା ହତ୍ୟା କରିଥିବା ନେଇ ପୋଲିସ କହିଛି।ବ୍ୟବହୃତ ଟାଙ୍ଗିଆ ଜବତ ସହ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ପୋଲିସ କେଶ ନମ୍ବର ୩୮/୨୦ ଅନୁଯାୟୀ ସୋମବାର ତାଙ୍କୁ କୋର୍ଟ ଚାଲାଣ କରିଛି।
 ପ୍ରକାଶ ଯେ, ଗତ ଜୁଲାଇ ୨ ତାରିଖ ସୁନୟନା ର ବାପା ଓ ମା ସାତକୋଶିଆ ସାପ୍ତାହିକ ହାଟ କୁ ଯାଇଥିବା ସମୟରେ ଘରେ କେବଳ ତାଙ୍କର ଏକମାତ୍ର ଝିଅ ରହିଥିଲେ। ବାପା ଓ ମା ହାଟରୁ ଫେରି ଘର ଭିତରେ ଝିଅ ର ରକ୍ତ ଜୁଡୁବୁଡୁ ଶରୀର ପଡିଥିବା ଦେଖି ସଙ୍ଗେ ସଙ୍ଗେ ଏକ ଓଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଝିଅ ର ବାପା ହତ୍ୟାକାଣ୍ଡ ସମ୍ପର୍କରେ ମହୁଲଡିହା ଥାନା ରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳ କୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ କରିଥିଲେ ମଧ୍ୟ ଘଟଣା ର ଅଗ୍ରଗତି ହୋଈ ନଥିଲା।ହତ୍ୟାକାରୀ ଧରା ନ ପଡିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟା କରି କୁ ଗିରଫ କରିବା ପାଇଁ ଦାବୀ ଜୋର ଧରିଥିଲା।ପୋଲିସ ଏହି ଘଟଣା ରେ ସନ୍ଧେହ କରି ୩ ଜଣ କୁ ତଦନ୍ତ ପରିସର କୁ ଆଣି ପଚରା ଉଚରା କରିଥିଲା।
ପରେ ଏସପି ଙ୍କ ନିର୍ଦେଶ କ୍ରମେ ଯଶିପୁର ଆଈ ଆଈ ସି ରଞ୍ଜନ କୁମାର ସେଠୀ ଙ୍କୁ ତଦନ୍ତ ଭାର ଦିଆଯାଇଥିଲା।କରଞ୍ଜିଆ ଏସ୍ ଡି ପିଓ ନାରାୟଣ ନାୟକ,ମହୁଲଡିହା ଥାନା ଅଧିକାରୀ ଶଶ ଧର ସେଠୀ ଏହି ତଦନ୍ତରେ ସହଯୋଗ କରିଥିଲେ।ସୁନୟନା ର ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ବଳାତ୍କାର ପରେ ହତ୍ୟା ହୋଇଥିବା ନେଇ ରିପୋର୍ଟ ଆସିବା ପରେ ପୋଲିସ ର ସନ୍ଦେହ ଘେରରେ ଥିବା ଜ୍ୟୋତିରାମ ଙ୍କୁ ଲାଏ ଡିଟେକସନ ଟେଷ୍ଟ ନିମନ୍ତେ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ର ରସୁଲଗଡ଼ କୁ ନେଇଥିଲେ।ଲାଏ ଡିଟେକସନ ଟେଷ୍ଟ ପରେ ପୋଲିସ ସୁରାକ ପାଇ ତଦନ୍ତ କରିଥିଲା।ସୁନୟନା ସହିତ ମୋବାଇଲ ରେ କଥା ହୋଈ ନଥିବା କଥା ଜ୍ୟୋତିରାମ କହିଥିବା ବେଳେ  ମୋବାଇଲ କୋଲ ରେକର୍ଡ ରୁ ୧୨୦ ଦିନ ରେ ୧୦୮ ଥର ସୁନାୟନା ସହିତ କଥା ହୋଈ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା।ସୁନୟନା କୁ ଟାଙ୍ଗିଆ ରେ ହତ୍ୟା ପରେ ନିକଟ ରେ ଥିବା ନାଳ ରେ ଜ୍ୟୋତିରାମ ଧୋଇ ହୋଇ ଘର କୁ ପଳାଇ ଯାଇ ଟାଙ୍ଗିଆ କୁ ଘରେ ନେଇ ରଖି ଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲା।
Leave A Reply