Odisha news

ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

0

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭ ଟି ୱାର୍ଡ କୁ ୭୨ ଘଣ୍ଟା ପାଈଁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସ।ସୋମବାର ସଂଧ୍ୟା ୬ ଘଟିକା ଠାରୁ ଗୁରବାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ ଜାରି ରହିବ ବୋଲି ଗ୍ରାମପଞ୍ଚାୟତ ରୁ ନୋଟିସ ଜାରି ହୋଇଛି।ଏ ସମ୍ପର୍କରେ ସରପଞ୍ଚ ଜିଲ୍ଲାପାଳ ଙ୍କୁ ଚିଠି ଯୋଗେ ଅବଗତ କରାଇଛନ୍ତି।

ଠାକୁରମୁଣ୍ଡା ମନ୍ଦିର ସାହି ରୁ ୨ ଜଣ କରୋନା ପୋଜେଟିଭି ଚିହ୍ନଟ ହେବାପରେ ଗୋଷ୍ଠି ସଂକ୍ରମଣ ଆଶଙ୍କା ଦେଖାଯାଇଛି।ଏଣୁ ଗ୍ରାମପଞ୍ଚାୟତ ରେ ଥିବା ୧୪ ନମ୍ବର ରୁ ୨୦ ନମ୍ବର ୱାର୍ଡ କୁ ମିଶାଇ ମୋଟ ୭ ଟି ୱାର୍ଡ ସଟଡାଉନ ରହିବ।ଏହି ସଟଡାଉନ ରେ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା ସରକାରୀ ଅଫିସ ଓ ଦୋକାନ ଖୋଲା ରହିବା ସହିତ ବ୍ୟାଙ୍କ ଗୁଡିକ ଏହିସମୟ ମଧ୍ୟରେ ଦିନ ୧୦ ଘଟିକା ରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ସେବା ଯୋଗାଇ ଦେବେ ଓ ଠାକୁରମୁଣ୍ଡା ର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର କରାଯାଇଛି।

Leave A Reply