Odisha news

ବିଧାୟକ ସଦାଶିବ ପ୍ରଧାନଙ୍କ ବଦାନ୍ୟତା, ମାନବିକତା ପାଇଁ ଧନ୍ୟବାଦ।

0

ତେନ୍ତୁଳିଖୁଣ୍ଟି-  ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନଙ୍କ ନାଁ ଗତ କିଛି ଦିନ ହେଲା ଲୋକଙ୍କ ମୁହଁରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।  କଷାଗୁମୁଡାରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ମହୁଲପଦର ଛକ ଠାରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡିଥିବା ଦେଖି ବିଧାୟକ ନିଜ ଗାଡିରେ ଆଣି ନବରଙ୍ଗପୁର ବଡ ଡାକ୍ତରଖାନାକୁ ଆଣି ଚିକିତ୍ସା କରେଇଥିଲେ।  ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗାଁରେ ଗୋଟିଏ ପରିବାରରେ ପହଞ୍ଚି ଦୁଃଖରେ ସହଭାଗିତା ହୋଇଥିବା ଦେଖିବାକୁ ମିଳିଛି। ଦହଣା ଗାଁର ଜଣେ ଗରୀବ ବିଧବା ସୌଦାମିନି ରଥଙ୍କ ପରିବାରର ଦୁଇ ପୁଅଝିଅ ଦୁର୍ଭାଗ୍ୟକୁ ଦୃଷ୍ଟିଶକ୍ତି ହରେଇଛନ୍ତି। ସେମାନଙ୍କର ବୟସ ବଢିବା ପରେ ସମସ୍ୟା ଜଟିଳ ହେବାରେ ଲାଗିରହିଥିଲା। ଖବର ପାଇ ବିଧାୟକ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିଥିଲେ ଓ ଏହାର ସୁବ୍ୟବସ୍ଥା କରି କଟକ ବଡ ମେଡିକାଲକୁ ପଠାଇ ତୁରନ୍ତ ଅପରେସନ କରାଯିବ ବୋଲି କହିଥିଲେ। ଏହି ଘଟଣାଟି ଘଟିବାର  କିଛି ଦିନ ବିତିଯାଇଥିଲେ ବି ଫେସବୁକ, ଓ୍ବାଟ୍ସଆପ୍ ରେ ଭାଇରଲ ହେବା ପରେ ପ୍ରଶଂସା ପାଇଥିଲେ ଓ ଚର୍ଚ୍ଚାକୁ ଆସିଥିଲେ ଶ୍ରୀ ସଦାଶିବ ପ୍ରଧାନ।

Leave A Reply