ତେଲକୋଇ-ସଂପ୍ରତି ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଅର୍ଥ ଵ୍ୟୟ କରି ନଳକୂପ ଖନନ, ବସୁଧା ଜଳ ପ୍ରକଳ୍ପ ବିଭିନ୍ନ ଯୋଜନାରେ ଉଭରହେଡ଼ ଟାଙ୍କି ନିର୍ମାଣ କରାଯାଇ ଗାଁ ସାହି ବସ୍ତି ରେ ପାନୀୟ ଜଳ ଯୋଗାଣ କରାଯାଇଛି।ତେବେ ଶିବନାରାୟଣ ପୁର ଗୋଡ଼ା ପଞ୍ଚାୟତର କେତେକାଂଶ ଗ୍ରାମ ସମ୍ପୂର୍ଣ୍ଣ ଅଲଗା।ଏହାର ନଗ୍ନ ଚିତ୍ର ଗୁଣ୍ଡରୁବାସୀଙ୍କ ଠାରେ ଦେଖିବାକୁ ମିଳିଛି।ସରକାରଙ୍କ ପକ୍ଷରୁ ଏକ ନଳକୂପ ଖନନ କରାଯାଇଛି।ହେଲେ ବହୁ କଷ୍ଟରେ ପାଣି ବାହାରୁଥିବା ବେଳେ ପାନୀୟ ଜଳ ଭାବେ ଉପଯୋଗୀ ହୋଇ ପାରିନଥିବା ଯୋଗୁଁ ବାଧ୍ୟ ହୋଇ ବର୍ଷ ତମାମ ଝରଣା ଉପରେ ନିର୍ଭର କରିଥାନ୍ତି।ଉକ୍ତ ଝରଣା ପାଣିକୁ ସଂଗ୍ରହ କରି ପାନୀୟ ଜଳ ଭାବେ ଗ୍ରହଣ କରିବା ସହିତ ରୋଷେଇ କରିଥାନ୍ତି।ଖରାଦିନେ ଝରଣା ପାଣି ଶୁଖି ଗଲେ ଚୁଆ କରି ତାକୁ ବ୍ୟବହାର କରିଥାନ୍ତି।ଗ୍ରାମର ସନୁ ଦେହୁରୀ ଙ୍କ କହିବା ଅନୁଯାୟୀ ଏହି ଝରଣା ପାଣି ବ୍ୟବହାର କଲେ ପେଟରୋଗ, ଚର୍ମରୋଗରେ ଶିକାର ହୋଇଥାଉ ଏହା ବ୍ୟତୀତ ଜୂର, କାଶ ଥଣ୍ଡା ବୃଦ୍ଧି ପାଇଥାଏ।