Odisha news

ଟ୍ରକ ଧକ୍କାରେ ବନକର୍ମଚାରୀକଂ ମୁତ୍ୟୁ: ହାତି ଟ୍ରାକିଂ କରି ଫେରୁଥିବା ବେଳେ ଚାଲିଗଲା ଜୀବନ

0

ତେଲକୋଇ-ବାଂଶପାଳ ବ୍ଲକ କାଞିପାଣି ଥାନା କାଞିପାଣି ବୈତରଣୀ ବ୍ରିଜ ନିକଟରେ ଆଜି ସଂଧ୍ୟାରେ ଏକ ଟ୍ରକ ଧକ୍କାରେ କାଞିପାଣି ବିଟର ଓ୍ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ କଂ ମୁତ୍ୟୁ ଘଟିଛି.ମୁତକ କାଞିପାଣି ବିଟର ଓ୍ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ ର ସତ୍ୟବ୍ରତ ବେହେରା.ସୁଚନାନୁଯାୟୀ କାଞିପାଣି ବିଟ ର ବାୟାକୁମୁଟିଆ ଅଚଂଳରେ ୬ ଟିକିଆ ହାତୀପଲ ଅଛନ୍ତି.ତେବେ ଉପରିସ୍ଥ ଅଧିକାରୀ କଂ ନିର୍ଦେଶ କ୍ରମେ ଆଜି ଅପରାହ୍ନରେ ସତ୍ୟବ୍ରତ ବେହେରା ହାତୀ ଟ୍ରାକିଂ କରିବା ପାଇଁ ବାୟାକୁମୁଟିଆ କୁ ଯାଇଥିଲେ.ବାୟାକୁମୁଟିଆ ରୁ ହାତି ଟ୍ରାକିଂ କରି ଏକ ବାଇକ ଯୋଗେ କାଞିପାଣି ବିଟକୁ ଫେରୁଥିବା ବେଳେ ବୈତରଣୀ ବ୍ରିଜ ନିକଟରେ ଶୁଆକାଟି ରୁ ଆଈରନ ବୋଝେଇ କରି ଯାଉଥିବା ଓଆର ୦୯ କେ ୯୭୨୯ ନମ୍ୱର ର ଏକ ଟ୍ରକ ତାକୁଂ ଧକ୍କା ଦେଇଥିଲା.ଫଳରେ ବାଇକଟି ଚୁରମାର ହେଇଯିବା ସହ ଘଟଣା ସ୍ଥଳରେ ତାକଂର ମୁତ୍ୟ ଘଟିଥିଲା.ଖବର ପାଇ କାଞିପାଣି ପୋଲିସ ଘଟଣା ସ୍ଥଳରେ ପହଚିଂ ଶବକୁ ଜବତ କରିବା ସହ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଟ୍ରକ କୁ ଟ୍ରାକ କରି ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଥିବା ଆଈଆଈସି ବିରେନ୍ଦ୍ର କୁମାର ଶିଆଳ ପ୍ରକାଶ କରିଛନ୍ତି.

Leave A Reply