ରାକେଶ କୁମାର ବାରିକ : ଶିକ୍ଷା ମନୁଷ୍ୟକୁ ଜୀବନ ରୁପୀ ନୌକାର ସୁଦକ୍ଷ ନାଉରୀ ବନେଇବାର ମାଧ୍ୟମ । ଶିକ୍ଷା ସେହି ପବିତ୍ର ଜ୍ୟୋତି ଯାହାର ସ୍ପର୍ଶ ମାତ୍ରେ ହିଁ ଅଜ୍ଞାନ ଓ ମୂର୍ଖତା ରୂପକ ଅନ୍ଧାକାର ଦୂରେଇ ଯାଇ ସଂଚରିଯାଏ ଜ୍ଞାନର ମହକ । କେବଳ ଚାକିରୀ ନୁହେଁ ବ୍ୟକ୍ତିତ୍ୱ ବିକାଶର ଅମେଘା ମାଧ୍ୟମ ହେଉଛି ଶିକ୍ଷା । ଯେ କୌଣସି ଦେଶର ମେରୁଦଣ୍ଡ ହେଉଛି ଶିକ୍ଷା । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା ଏକ ଉକôଟ ସମସ୍ୟା ହୋଇ ଠିଆ ହୋଇଛି । ପ୍ରତିଦିନ ଶିକ୍ଷା ସମ୍ବନ୍ଧୀୟ ନୁତନ ତଥ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ମାନସିକ ଚାପ ପକାଉଛି । କରୋନା ମହାମାରୀର ପ୍ରଭାବ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇ ଥିବା ବେଳେ ଶିକ୍ଷା ଉପରେ ଏହାର ପ୍ରଭାବ କଥା ନକହିଲେ ଭଲ ।
ଦୀର୍ଘ ୬ମାସ ହେବ ଶିକ୍ଷା ସ୍ଥାଣୁ ପାଲଟି ଯାଇଛି । ଉଭୟ ଶିକ୍ଷକ ଓ ଅଭିଭାବକ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତାଗ୍ରସ୍ତ । କରୋନା ସମୟରେ ଅନଲାଇନ ଶିକ୍ଷା ଏକ ପ୍ରକାରର ମାଧ୍ୟମ ସାଜିଛି । ଫଳରେ ଇ-ଲର୍ଣ୍ଣିଙ୍ଗର ଚାହିଦା ଏବେ ଆକାଶ ଛୁଆଁ । ଭିଡିଓ କନଫରେସିଂ ହେଉ ବା ଭର୍ଚ୍ଚୁଆଲ ଟିଚରିଂ ,ଶୋଇ ଯାଉଥିବା ଶିକ୍ଷାକୁ ନୁତନତ୍ୱ ପ୍ରଦାନ କରିଛି । ଛାତ୍ରଛାତ୍ରୀ ମାନେ ଇ-ଲର୍ଣ୍ଣିଙ୍ଗ ଦ୍ୱାରା ନିଜର ଶିକ୍ଷା ଜାରି ରଖିଛନ୍ତି । ଏହି ସଙ୍କଟ ସମୟରେ ଇ-ଲର୍ଣ୍ଣିଙ୍ଗ ଦ୍ୱାରା ବିଦ୍ୟାର୍ଥି ମାନେ ବିଭିନ୍ନ ପାଠ୍ୟଚକ୍ରରେ ଭାଗ ନେଇ ପାରୁଛନ୍ତି । ତେବେ ଏହି ଅନଲାଇନ ଶିକ୍ଷା ବା ଇ-ଲଣ୍ଣିଙ୍ଗ କଣ? ପାରମ୍ପରିକ ଶିକ୍ଷଣ ପ୍ରଣାଳି ବଦଳରେ ବୌଦୁତିକ ଉପକରଣ ସାହାଯ୍ୟରେ ଶିକ୍ଷା ଗ୍ରହଣକୁ ଇ-ଲର୍ଣ୍ଣିଙ୍ଗ କୁହାଯାଏା ଅନଲାଇନ ଶିକ୍ଷା ମହାମାରୀ ଆଗରୁ ମଧ୍ୟ ପ୍ରଭାବ ପକାଇ ଥିଲା ମାତ୍ର ଏହାର ପ୍ରଭାବ ଏତେ ବ୍ୟାପକ ନଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଏହା ଶିକ୍ଷାର ଉକôୃଷ୍ଟ ମାଧ୍ୟମ ହୋଇ ଛିଡା ହୋଇଛି ।
ଦେଶର ଅନେକ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ କ୍ଲାସ ମଧ୍ୟ ହେଉଛି । ଏଥିରେ ସନେ୍ଦହ ନାହ୍ନି ଯେ ପାରମ୍ପରିକ ଶିକ୍ଷା ପଦ୍ଧତିର ମାନ ଅନଲାଇନ ଶିକ୍ଷା ଠାରୁ ଗୁରୁତ୍ୱପୁର୍ଣ୍ଣ, କିନ୍ତୁ ପ୍ରଯୁକ୍ତିବିଦ୍ୟା ଭିତିକ ଶିକ୍ଷାର ଗୁରୁତ୍ୱ ଓ କାର୍ଯ୍ୟକାରିତାକୁ ହାଲୁକା ଭାବରେ ଗ୍ରହଣ କରାଯାଇ ପାରିବ ନାହ୍ନି । ବିଶ୍ୱାସ କରାଯାଏ ଯେ ମନୁଷ୍ୟର ମସ୍ତିଷ୍କ ଚଳଚିତ୍ର ଓ ଭିଜୁଆଲ ମାଧ୍ୟମରେ ଯାହା ଦେଖେ ଯାହା ଶୁଣେ ସହଜରେ ମନ ରଖିପାରେ । ଭିଜୁଆଲ ମସ୍ତିଷ୍କରେ ଅଧିକା ସମୟ ପର୍ଯ୍ୟନ୍ତ ରହିପାରେ । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସେବା , ବ୍ୟବସାୟ ଆଦି ବିଭିିନ୍ନ କ୍ଷେତ୍ରର ପ୍ର୍ଗତିରେ ଇ-ଶିକ୍ଷଣ ଏବେ ମାଧ୍ୟମ ସାଜିଛି । ଅନେକ ଅନଲାଇନ ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢାଉଛନ୍ତି, ଯାହା ଦ୍ୱାରା ବିଦ୍ୟାର୍ଥୀ ମାନେ ଉପକୃତ ହେଇଛନ୍ତି । ଯେଉଁ ବିଦ୍ୟାର୍ଥୀ ମାନଙ୍କ ପାଖରେ ଅନଲାଇନ କ୍ଲାସ ପାଇଁ ସଠିକ ଉପକରଣ ଅଛି, ସେମାନଙ୍କ ଉପରେ ଅନଲାଇନ ଶିକ୍ଷାର ପ୍ରଭାବଶୀଳ ହୋଇପାରିଛି ।
କିଛି ପିଲା ଅନଲାଇନ ଶିକ୍ଷା ଦ୍ୱାରା ଅଧିକ ପରିମାଣର ସଫଳତା ହାସଲ କରିପାରୁଛନ୍ତି , ମାତ୍ର ସମସ୍ତଙ୍କ ପାଖରେ ଏହା ସମ୍ଭବ ନୁହ୍ନେଁ । ଅନେକ ପିଲାଙ୍କ ଏହା ଦ୍ୱାରା ବିଭ୍ରାନ୍ତି ମଧ୍ୟ ହେଉଛନ୍ତି । କିଶୋର ଅବସ୍ଥାର ବିଦ୍ୟାର୍ଥୀ ସହଜରେ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ବେଳେ କମ୍ ବୟସର ଛାତ୍ରଛାତ୍ରୀଙ୍କ ପାଖରେ ଏହା ଏକ ପ୍ରକାରର ଚ୍ୟାଲେଂଜ ସୃଷ୍ଟି କରିଛି । ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ବଦଳରେ ଡିଜିଟାଲ ଶିକ୍ଷାକୁ ଶିଶୁ ସହଜରେ ଗ୍ରହଣ କରିପାରୁ ନାହ୍ନିଁ । ଅଧିକାଂଶ ଅଧ୍ୟାପକ ମାନେ ଅନଲାଇନ ଶିକ୍ଷା ପାଇଁ ଦରକାର ଥିବା ଉପକରଣ ନିଜ ପିଲାଙ୍କୁ ଦେଇ ପାରୁ ନାହାନ୍ତି । ଏମିତି କିଛି ପିଲା ସମସ୍ତ ଉପକରଣ ପାଇଲେ ମଧ୍ୟ ନେଟବ୍ୱାର୍କ ନଥିବା ହେତୁ କ୍ଲାସ କରି ପାରୁ ନାହାନ୍ତି, ଯାହାଦ୍ୱାରା ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅପେକ୍ଷା କମ ଜ୍ଞାନ ଅର୍ଜନ କରୁଛନ୍ତି, ଯାହା ଏକ ଉକôଟ ସମସ୍ୟା ହୋଇ ଉଭାହୋଇଛି ।
ତେବେ ଇ-ଲର୍ଣ୍ଣିଙ୍ଗ ଏତେ ମାତ୍ରାରେ ସଫଳତା ହାସଲ କରିପାରୁ ନାହଁ୍ନି । ସାଧାରଣ ଛାତ୍ର ପାଇଁ ଏହା ଫଳପ୍ରଦ ହେଉନାହଁ୍ନି । ଡିଜିଟାଲ ଫର୍ମାଟରେ ଶିକ୍ଷାଦାନ ବର୍ତମାନ ନିହାତି ଜରୁରୀ ଥବା ବେଳେ ବିଦ୍ୟାର୍ଥୀ ମାନେ ପାଠ୍ୟ ଉପକରଣ ଅଭାବରୁ ଠିକ୍ ଭାବରେ ପଢି ପାରୁ ନାହାନ୍ତି । ସେଥିପ୍ରତି ସରକାର ଦୃଷ୍ଟି ଦେଇ ବିଦ୍ୟାଳୟ/ ମହାବିଦ୍ୟାଳୟ ମାନଙ୍କୁ ସେମାନେ କିପରି ବିଦ୍ୟା ଗ୍ରହଣ କରିବେ ସେଥିପ୍ରତି ଦୃଷ୍ଟି ଗୋଚର କରିବା ଉଚିତ । ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଧ୍ୟ ଏହି ଅନଲାଇନ ଶିକ୍ଷା ପ୍ରତି ଅଭ୍ୟସ୍ତ ନାହାନ୍ତି । ଫଳରେ ସେମାନେ ଠିକ୍ ଭାବରେ ପିଲାଙ୍କୁ ପାଠ ପଢାଇ ପାରୁ ନାହାନ୍ତି । ତା, ସହ ଅନ୍ଲାଇନ କ୍ଲାସ ସମୟରେ ବାରମ୍ବାର ନେଟବ୍ୱାର୍କ କଟିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଠିକ୍ ଭାବରେ ପାଠ ପଢି ପାରୁ ନାହାନ୍ତି । କ୍ଲାସ ମାନଙ୍କର ନିର୍ଦ୍ଧିଷ୍ଟ ସମୟ ସୀମା ରହୁ ନାହିଁ ।
ତା ସହ ବର୍ତମାନ ପିଲାଙ୍କ ପାଇଁ ସବୁଠାରୁ ଉକôଟ ସମସ୍ୟା ହେଉଛି ପରୀକ୍ଷା ହେବ କି ନା ନାହ୍ନି , ଯଦି ହେବ କେବେ ହବ ? ମାନସିକ ଚିନ୍ତାରେ ରହୁଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ପରିକ୍ଷାକୁ ନେଇ କିଛି ରୋଚକ ତଥ୍ୟ ଆସୁଛି । ପିଲାମାନେ ନିଜ ନିଜ କ୍ୟାରିୟରକୁ ନେଇ ଖୁବ ଚିନ୍ତାରେ । ଆଗରୁ କେବଳ ଅନ୍ତିମ ବର୍ଷର ପରିକ୍ଷା ସେପ୍ଟେମ୍ବର ତିରିଶି ସୁଦ୍ଧା କରିବା ନେଇ ଗାଇଡଲାଇନ ହୋଇଥିଲେ ମଧ୍ୟ ଏପର୍ଯନ୍ତ ବିଭିନ୍ନ ରାଜ୍ୟ ପରୀକ୍ଷା କରି ନାହାନ୍ତି । କେତେକ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ସରିଯାଇ ଥିବା ବେଳେ ଅନ୍ୟ ମାନଙ୍କରେ ପରୀକ୍ଷାର ପ୍ରଶ୍ନ ଉଠୁନାହ୍ନି । ଅନ୍ତିମ ବର୍ଷ ପରୀକ୍ଷା ନେଇ ସୁପ୍ରମକୋର୍ଟ ଯଥାଶୀଘ୍ର ନିର୍ଣ୍ଣୟ ନେଲେ ଏହା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ସ୍ପଷ୍ଟୀକରଣ ଦେବ । ସେମିଷ୍ଟାର ପରୀକ୍ଷା ସହ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ତେବେ ଆମେ ଯଦି ଓଡିଶାର କଥା ଦେଖିବା , ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ପିଜି ପରୀକ୍ଷା ହେବାକୁ ଯାଉଛି କିନ୍ତୁ ଏପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାର ସିଲାବସ୍ ଉଚ୍ଚଶିକ୍ଷା ବିଭାଗ ଦେଇ ନାହ୍ନି । ପରୀକ୍ଷା ପାଇଁ ଛାତ୍ରଛାତୀ କିପରି ପ୍ରସ୍ତୁତ ହେବେ ସେ ନେେଇ ସେମାନେ ଦ୍ୱନ୍ଦରେ ଅଛନ୍ତି । କରୋନାର ତାଣ୍ଡବ ଶିକ୍ଷାକୁ ଯେପରି ଦୋହଲାଇ ଦେଇଛି । ଶିକ୍ଷା ସମସ୍ୟା ସତେ ଯେପରି ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଏକ ଶକ୍ତ ଚାପୁଡା ମାରିଛି । କେବଳ ଅନ୍ତିମ ବର୍ଷର ପରୀକ୍ଷା କରିବାକୁ ସରକାର ନିଷ୍ପତି ନେଇଥିଲେ ସୁଦ୍ଧା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ଠାରୁ ପରୀକ୍ଷା ନିମନ୍ତେ ଫର୍ମ ଫିଲ ଅପ ଫି ନିଆଯାଉଛି । ଅର୍ଥନୈତିକ ସଂକଟରେ ଗତି କରୁଥିବା ସତ୍ୱେ ଛାତ୍ରଛାତ୍ରୀଙ୍କ ଉପରେ ବେଡି ଉପରେ ନଳିତା ବିଡା ସଦୃଶ ତାଙ୍କ ନିତି ଦିନିଆ ଜୀବନ ଉପରେ ଏହା ପ୍ରଭାବ ପକାଉଛି ।
କରୋନା ପାଇଁ ସବୁ କ୍ଷେତ୍ରରେ ପ୍ୟାକେଜ ଘୋଷଣା ହେବା ସତ୍ୱେ , ଚିନ୍ତା କରିବାର ବିଷୟ ଏହିକି ଯେ ସରକାର ସବୁଠାରୁ ଦରକାର ଥିବା ଶିକ୍ଷା କ୍ଷେତ୍ର ପାଇଁ କୌଣସି ଆର୍ଥକ ପ୍ୟାକେଜ ଏର୍ପ୍ୟନ୍ତ ଘୋଷଣା କରିନାହାନ୍ତି । ସରକାର ଯଥାଶିଘ୍ର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ପିଲାମାନେ କିପରି ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟ ମାନଙ୍କରେ ଇ-ଲାଇବ୍ରେରୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ଧ୍ୟାନ ଦେବା ଦରକାର ।
ପ୍ରାଥମିକ ଶିକ୍ଷା ଦୃଷ୍ଟିରୁ ଅଭିଭାବକ ମାନେ କିପରି ପିଲାଙ୍କୁ କିପରି ଘରେ ପାଠ ପଢାଇ ପାରିବେ ସେଥିପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ । ଯେଉଁ ଛାତ୍ରଛାତ୍ରୀ ମାନେ ଆଗକୁ ବୋର୍ଡ ପରୀକ୍ଷା ଦେବେ ସେମାନେ କିପରି ଠିକ୍ ଭାବରେ ପାଠ ପଢି ପାରିବେ ସେଥିପାଇଁ ଏବେଠାରୁ ପଂଚାୟତ ସ୍ତରରୁ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ଆମେ ଦେଖୁଛେ ବିଭିନ୍ନ ରାଜନୈତିକ ଦଳ ଦେଶର କୋଣ ଅନୁକୋଣରେ ନିଜ ନିଜ ପାଟିର ଭର୍ଚ୍ଚୁଆଲ ରାଲି କରିପାରୁଛନ୍ତି , ସେହିପରି ଅନଲାଇନରେ ପାଠ ମଧ୍ୟ ସବୁଠି ପଢିହେବ । ସେଥିପ୍ରତି ସରକାରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବାକୁ ପଡିବ ।
ଆଗାମି ଦିନରେ ସମଗ୍ର ଦେଶରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି, ଯଦି ଏବେ ଠାରୁ ଆମେ ପ୍ରସ୍ତୁତ ନରହିବା ଆଗକୁ ପାଣି ସଂକଟ, ଖାଦ୍ୟ ସଂକଟ ଭଳି ଶିକ୍ଷା ସଂକଟ ମଧ୍ୟ ଦେଖାଯାଇପାରେ । ଜାତୀୟ ଶିକ୍ଷା ନୀତି ବୈଭବଶାଳି ଭାରତର ଆଭାଷ ସଦୃଶ ଆମ ଶିକ୍ଷା ବ୍ୟବସ୍ଥାକୁ ନୁତନ ଦିଗନ୍ତର ବାର୍ତା ଦେଇପାରେ । ମୁଖ୍ୟତଃ ପିଲାମାନଙ୍କୁ ୬ଷ୍ଟ ଶ୍ରେଣୀରୁ ଯେଉଁ ଧନ୍ଦାମୂଳକ ଶିକ୍ଷା ଦିଆଯିବ ତାହା, ସେମାନଙ୍କ ଭବିଷ୍ୟତ ସହ ଦେଶର ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବ । ଭାରତୀୟ ସଂସ୍କୃତି ଓ ପରମ୍ପରା ତଥା ଭାରତୀୟ ଜୀବନ ମୂଲ୍ୟବୋଧ ଉପରେ ଆଧାରିତ ଏହି ଶିକ୍ଷାନୀତି ସମୃଦ୍ଦ ରାଷ୍ଟ୍ର ଗଠନ କରିବାରେ ସହାୟକ ହୋପୋରେ । ଆଗକୁ ଆଖି ଆଗରେ ରଖି ଏହି ମହାମାରୀ ସମୟରେ ଉତ୍ପନ ହୋଇଥିବା ଶିକ୍ଷା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଆବଶ୍ୟକ ।
ଶିକ୍ଷାର ଅବଦାନ ଅନନ୍ୟ । ଶିକ୍ଷା ଆମର ମୌଳିକ ଅଧିକାର । ଶିକ୍ଷା ପାଇଁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ନିୟମ ମାନ ମଧ୍ୟ ଅଛି । ଶିକ୍ଷା ହେଉଛି ଜ୍ଞାନ କୌଶଳ, ମୂଲ୍ୟବୋଧ, ଅଭ୍ୟାସ ଓ ବିଶ୍ୱାସର ପ୍ରତୀକ । ଶିକ୍ଷା ଏପରି ଏକ ଜିନିଷ ଯାହା ମନୁଷ୍ୟ ଅନ୍ୟଠୁ କମ୍ ନିଜଠୁ ଅଧିକ ଶିଖିଥାଏ । ନିଜ ସହ ହୋଇଥିବା ଅନୁଭୂତିରୁ ମନୁ୍ୟଷ୍ୟ ଅନେକ କଥା ଶିଖିଥାଏ । ତେଣୁ ନିଜ ପାଇଁ ଏକ ଉତମ ଶିକ୍ଷକ ହୋଇ ପରିସ୍ଥିତି ସହ ଖାପଖୁଆଇ ଶିକ୍ଷାଗ୍ରହଣ କଲେ ଆମେ ନିଶ୍ଚିତ ସଫଳ ହୋଇ ପାରିବା । ତେବେ ବର୍ତମାନ ସମୟରେ ଉପୁଜିଥିବା ପରିସ୍ଥିତି କିଛି ପରିମାଣର ପ୍ରଭାବ ପକାଇପାରେ , ମାତ୍ର ଉଚିତ୍ ପଦକ୍ଷେପ ଏହି ସମସ୍ୟାକୁ ନିଶ୍ଚିତ ଭାବରେ ସମାଧାନ କରିପାରିବ ।