ହିଞ୍ଜିଳିକାଟୁ ତା 31/5 – ସ୍ଥାନୀୟ ହିଞ୍ଜିଳି ବ୍ଲକ ତଥା ରା୍ଳବ ପଂଚାୟତଧୀନ ଆଲପୁର ହାଇସ୍କୂଲର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ସାମଲ ଆଜି ଅର୍ଥାତ 31/5/22 ରେ ନିଜ କର୍ମଜୀବନରୁ ଅବସର ଗ୍ରହଣ କରିଛନ୍ତି l 1992 ସାଲରେ ବିଦ୍ୟାଳୟ ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ନିରନ୍ତର ସେବା ଯୋଗାଇ ସେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଆସିଛନ୍ତି l ତାଙ୍କ ଅବସର ନେଇ ଗ୍ରାମବାସୀ, ଛାତ୍ରଛାତ୍ରୀ ମହଲରେ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା l କଳିଙ୍ଗ ବୀର ବିଜୁବାବୁଙ୍କ ଆଦର୍ଶ, ପ୍ରେରଣାରେ ଓ ଆଲପୁର ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମରେ ପ୍ରତିଷ୍ଠିତ ଏହି ହାଇସ୍କୂଲକୁ ବହୁବିଦ୍ଧ ଦୁର୍ଗମ ପଥ ଦେଇ ଆଗେଇନେବାରେ ଶ୍ରୀ ସାମଲଙ୍କ ଭୂମିକା ବେଶ ପ୍ରଶଂସନୀୟ l ଜଣେ ସଚୋଟ, କର୍ତଵ୍ୟନିଷ୍ଠ, ଛାତ୍ରବଚ୍ଛଳ ପ୍ରଧାନଶିକ୍ଷକଭାବରେ ସେ ଅଂଚଳରେ ଖ୍ୟାତି ଅର୍ଜନ କରିଥିବା ଜଣାଯାଇଛି l ପ୍ରକାଶଥାଉକି ସରକାରୀ ଟାଳଟୁଳ ନୀତିରେ ଏହି ବିଦ୍ୟାଳୟ ସରକାରୀ ଅନୁଦାନ ବଦଳରେ ବ୍ଲକଗ୍ରାଣ୍ଟ ବର୍ଗ ଭିତରେ ନିଷ୍ପେସିତ ହୋଇପଡିଛି l ଦୀର୍ଘ 30 ବର୍ଷର ଏହି କର୍ମମୟ ଜୀବନରେ ସରକାରୀ ଉଦାସୀନତା କାରଣରୁ ପ୍ରାୟ 20 ବର୍ଷ ବିନା ଦରମାରେ, 8 ବର୍ଷ ବ୍ଲକଗ୍ରାଣ୍ଟ ଶିକ୍ଷକ ଭାବେ ଓ 4 ବର୍ଷ ନୂତନ ଅନୁଦାନ ଭିତ୍ତିରେ ସେ ନିଜ କର୍ମ ଜୀବନରେ ଶେଷ କରି ବିନା ପେନସନ, ସରକାରୀ ସୁବିଧାରେ ରିକ୍ତ ହସ୍ତରେ ଘରବାହୁଡା଼ କରିଥିବାରୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ ମହଲରେ କ୍ଷୋଭ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା l ତାଙ୍କ ଅବସରପରେ ସେହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୈଳାଶପତି ଦାଶ ନୂତନ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି l ନୂତନ ଦାଇତ୍ୱ ତାଙ୍କୁ ଭାରାକ୍ରାନ୍ତ କରିବା ବଦଳରେ ଅଧିକ ଉତ୍ସlହିତ କରିବ ଓ ବିଦ୍ୟାଳୟର ଉର୍ନ୍ନତି ପାଇଁ ସେ ବଦ୍ଧପରିକର ଥିବା ନିଜ ପ୍ରତିକ୍ରିୟାରେ ସେ ପ୍ରକାଶ କରିଥିଲେ l