ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗର ହୁଗୁଳୀ ରୁ ଗୋଟିଏ ଅଦ୍ଭୁତ ଘଟଣା ସାମ୍ନା କୁ ଆସିଛି l ଯେଉଁଠାରେ ସ୍କୁଲ ଅନେକ ଦିନରୁ ବନ୍ଦ ରହିଥିବା ପରେ ଖୋଲି ଥିଲା l ସ୍କୁଲ ଖୋଲିବା ଖୁସିରେ ଜଣେ ଛାତ୍ର ସେଲିବ୍ରେସନ କରୁ ଥିଲେ l ଏହି କଥାକୁ ନେଇ ଶିକ୍ଷକ କ୍ରୋଧିତ ହୋଇଥିଲେ ଓ ସେ ଛାତ୍ରଟି କୁ କାନ ଉପରକୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ l ଏହାପରେ ଛାତ୍ରଟିକୁ ଡାକ୍ତର ଖାନା ନେବାକୁ ପଡିଲା l
ମିଳିଥିବା ସୂଚନା ଅନୁସାରେ ଉତ୍ତରପଡା ର ଅମରେନ୍ଦ୍ର ବିଦ୍ୟା ପୀଠରେ ୧୦ମ ଶ୍ରେଣୀ ରେ ପଢ଼ୁଥିବା ଶୁଭଜିତ ମାନ୍ନା ୨୦ ମାସ ପରେ ସ୍କୁଲ ଖୋଲିବା ଖୁସିରେ ଖାଇବା ଛୁଟି ସମୟରେ ନିଜର ଟିଫିନ ବଜାଉ ଥିଲେ l ଏହାକୁ ଦେଖି ଶିକ୍ଷକ ଅସନ୍ତୁଷ୍ଟ ହୋଇଥିଲେ ଓ ତାକୁ ପିଟିବାକୁ ଲାଗିଲେ l ଏହାକୁ ନେଇ ଛାତ୍ର ଜଣଙ୍କ ପ୍ରିନ୍ସପାଲ ଙ୍କୁ ଅଭିଯୋଗ କରିଥିଲେ ,ଏହାପରେ ସେ ଅଭିଯୋଗ କରି ବାହାରିବା ସମୟରେ କ୍ରୋଧିତ ଶିକ୍ଷକ ଜଣଙ୍କ ଛାତ୍ରଟିର କର୍ଣ୍ଣ ଉପରକୁ ଆଉ ଗୋଟିଏ ଚାପୁଡ଼ା ମାରି ଥିଲେ l
ପୁନର୍ବାର ଚାପୁଡ଼ା ମାରିବା ତାର କାନ ରୁ ଯନ୍ତ୍ରଣା ଅନୁଭବ ହୋଇଥିଲା l ଏହାପରେ ଛାତ୍ର ଜଣଙ୍କ ଏହି ସମସ୍ତ କଥା ନିଜ ଘରେ ଯାଇ ଶୁଣାଇ ଥିଲେ l ଏହାପରେ ତାଙ୍କ ମାତାପିତା ତାଙ୍କୁ ଡାକ୍ତର ପାଖକୁ ନେଇଥିଲେ l ଏହାପରେ ଡାକ୍ତର ପୀଡିତ ଛାତ୍ରଙ୍କୁ ୬ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କରିବା ପରେ ସେ ବର୍ତମାନ ଶୁଣିବାକୁ ଲାଗିଲେଣି l ଇଣ୍ଡିଆ ଟୁଡ଼େ ରୁ ମିଳିଥିବା ସୂଚନା ଅନୁସାରେ ପୀଡିତ ଛାତ୍ରଙ୍କର ସର୍ଜରୀ କରିବାକୁ ମଧ୍ୟ ପଡିପାରେ l ଛାତ୍ରଙ୍କ ମାତାପିତା ଙ୍କ ପକ୍ଷରୁ ଥାନାରେ କେଶ ଦର୍ଜ କରାଯାଇଛି l ସ୍କୁଲ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯିବ ତାହା ଅପେକ୍ଷା ରହିଛି l