ନୂଆଦିଲ୍ଲୀ : ବିଶ୍ୱରେ ଆପଣ ଅନେକ ମଡେଲଙ୍କୁ ଦେଖିଥିବେ ଯେଉଁମାନେ ନିଜ କାମକୁ ନେଇ ପ୍ରସିଦ୍ଧି ଲାଭ କରିଛନ୍ତି l ସେହି ଭଳି ଅନେକ ଥର କୁହାଯାଇଥାଏ ଯେ ମଡେଲ ମାନେ ଅଧିକ ଜ୍ଞାନୀ ହୋଇ ନଥାନ୍ତି l କିନ୍ତୁ ଏହି ଭ୍ରମକୁ ଭୁଲ ପ୍ରମାଣିତ କରିଛନ୍ତି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ l ଯିଏ ଆଜିକାଲି ଖୁବ ଚର୍ଚାର ରହିଛନ୍ତି l ତାଙ୍କୁ ଦୁନିଆର ସବୁଠୁ ସୁନ୍ଦର ଶିକ୍ଷକ ଭାବରେ ଗଣନା କରାଯାଉଛି l
ଏହି ଗଣିତ ଶିକ୍ଷକଙ୍କ ନାମ ହେଉଛି ପିଏତ୍ର ,ତାଙ୍କର ବୟସ ୩୨ ବର୍ଷ ଅଟେ l ସେ ପିଲାମାନଙ୍କୁ ପଢ଼ିବା ସହିତ ମଡେଲିଂ ମଧ୍ୟ କରିଥାନ୍ତି l ମେକାନିକାଲ ଇଞ୍ଜିନିୟରିଂ ରେ ଡକ୍ଟରେଟ ମଧ୍ୟ କରିଛନ୍ତି l ସେ ଇଣ୍ଟରନେଟରେ ଗଣିତର ମଡେଲ ବୋଲି ପ୍ରସିଦ୍ଧ ଅଟନ୍ତି l ୨୦୧୬ ରେ ସେ ଅଚାଙ୍କ ଇଣ୍ଟରନେଟରେ ପ୍ରସିଦ୍ଧି ଲାଭ କରିଥିଲେ l ତାଙ୍କର ଗୋଟିଏ ଛାତ୍ର ତାଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଇଥିଲା l ଯାହାପରେ ତାଙ୍କର ଫଟୋ ଭାଇରାଲ ହୋଇଗଲା l ଏହା ପରେ ମଡେଲିଂ ଜଗତରେ ତାଙ୍କର ଛିଡା ମଧ୍ୟ ବଢିଗଲା l
ଯେତେବେଳେ ସେ ୧୫ ବର୍ଷ ବୟସର ଥିଲେ ତାଙ୍କ ଅଭିଭାବକଙ୍କୁ କହିଲେ ଯେ ମୋର ଗଣିତ ପ୍ରତି ଅଧିକ ଦୁର୍ବଳତା ରହିଛି l ତା ପରେ ତାଙ୍କର ଅଭିଭାବକ ଗଣିତରେ ଉଚ ଶିକ୍ଷା ଦେବାକୁ ଚାହିଁଲେ l ସେ ମେକାନିକାଲ ଇଞ୍ଜିନିୟର ହୋଇଥିଲା ମଧ୍ୟ ଗଣିତକୁ ନିଜର ପେସା ଭାବରେ ଗ୍ରହଣ କରିଛି l କାରଣ ମତେ ସବୁବେଳେ ବିଭିନ୍ନ ପ୍ରକାରର ଅସୁବିଧାକୁ ସମାଧାନ କରିବାକୁ ଭଲ ଲାଗିଥାଏ l ଯାହାର ଉପଯୋଗ କରିବା ପାଇଁ ମୁଁ ଗଣିତକୁ ମୋର ପେଶା କଲି l