Odisha news

ଶିକ୍ଷକ ସାଜିଲେ ନିଜ କନ୍ୟାର ଭକ୍ଷକ : ସହଯୋଗ କରୁଥିଲେ ପତ୍ନୀ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କ ଦ୍ୱାରା ନିଜର ୧୬ ବର୍ଷୀୟା ଝିଅର ହାତଗୋଡ ବାନ୍ଧି ବଳାତ୍କାର କରୁଥିବା ଘଟଣା ସାମ୍ନାକୁ ଆସିଛି l ମୁରେନା ଜିଲ୍ଲାରେ ଏହି ଘଟଣାଟି ଚାଞ୍ଚଲ୍ୟ ଖେଳାଇ ଦେଇଛି l ଏହି ଘଟଣାରେ ଆରୋପି ଶିକ୍ଷକଙ୍କୁ ତାଙ୍କର ପତ୍ନୀ କଥିତ ଭାବରେ ସାହାଯ୍ୟ କରୁଥିଲେ l ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫ କରିଛି l SDOP ଅଭିନାଶ ବଂଶଲ ଗୁରୁବାର ଦିନ କହିଛନ୍ତି ଯେ ଏହି ଘଟଣାର ପ୍ରାଥମିକ ଯାଞ୍ଚ ପରେ ତଥ୍ୟ ସାମ୍ନାକୁ ଆସିଲେ ପୋଲିସ ଆରୋପିଙ୍କ ଉପରେ ମାମଲା ଦର୍ଜ କରି ଗିରଫ କରିଛି l ପୀଡିତ ଓ ତାଙ୍କର ଆରୋପି ପିତା ଉଭୟଙ୍କର ମେଡିକାଲ ଯାଞ୍ଚ କରାଯାଇଛି l ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏହି ଘଟଣା ଘର ବାହାରେ କେହି ନଜାଣି ପରନ୍ତୁ ବୋଲି ଝିଅଟିକୁ ଘରେ ବନ୍ଦ କରି ରଖାଯାଇଥିଲା l

ଝିଅଟି ନିଜ ବିବାହିତା ବଡ ଭଉଣୀଙ୍କୁ ଏହି ବିଷୟରେ ଜଣାଇଥିଲା ,ଏହା ପରେ ତାର ବଡ ଭଉଣୀ ଶିଶୁ ସୁରକ୍ଷା ସେଲକୁ ଏବିଷୟରେ ଜଣାଇଥିଲା l ଶିଶୁ ସୁରକ୍ଷା ସେଲର ସଦସ୍ୟ କିଶୋରୀଟିକୁ ମଙ୍ଗଳବାର ଦିନ ଉଦ୍ଧାର କରିଥିଲେ ଓ ପୋଲିସ କୁ ଏବିଷୟରେ ଜଣାଇଥିଲେ l ଏହାପରେ ପୋଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି ପଚରାଉଚରା ଚଳାଇଛି l ବିଶେଷ ସୂତ୍ରରୁ ଜଣାପଡିଛି ଯେ ପୀଡିତl  ଜଣଙ୍କ କହିଛନ୍ତି ଯେ ଶିକ୍ଷକ ପିତା ତାଙ୍କ ସହିତ ୨ଥର ମାର୍ଚ୍ଚ ୨୬ ଓ ଅପ୍ରେଲ ୧୦ ତାରିଖ ଦିନ ଦୁଷ୍କର୍ମ କରିଥିଲେ ଓ ଦୁଷ୍କର୍ମ କରିବା ପୂର୍ବରୁ ତାଙ୍କର ହାତଗୋଡ ବାନ୍ଧି ଦେଉଥିଲେ l ପୀଡ଼ିତାଙ୍କ ମା ମଧ୍ୟ ଆରୋପି ପିତାଙ୍କୁ ସାହାଯ୍ୟ କରୁଥିଲେ l ଏବଂ ତାଙ୍କୁ ଘରେ ବନ୍ଦ କରି ରଖୁଥିଲେ l

ସେ କହିଛନ୍ତି ଯେ ଦୁଷ୍କର୍ମକୁ ବିରୋଧ କରିବା ଦ୍ୱାରା ତାଙ୍କୁ ଉଲଘଂନ କରି ମାଡ ମାରୁଥିଲେ l ଯୁବତୀଙ୍କ ଶରୀରରେ କାମୁଡିବା ଦାଗ ମଧ୍ୟ ଦେଖିବାକୁ ମିଳିଥିଲା l ଏହି ଘଟଣାକୁ ନେଇ ମୁରେନା ଜିଲ୍ଲାପାଳ ପ୍ରିୟଙ୍କା ଦାସ କହିଛନ୍ତି ଶିକ୍ଷକଙ୍କ ଦ୍ୱାରା ନିଜ କନ୍ୟାଙ୍କୁ ଦୁଷ୍କର୍ମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ l ପ୍ରଶାସନ ଆରୋପି ଶିକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଯଥାଶୀଘ୍ର ଶିକ୍ଷକ ପଦବୀରୁ ନିଲମ୍ବିତ କରିବା l ଏହା ଶିକ୍ଷକ ପଦର ଗରିମାକୁ ଲଜିତ କରିଛି l

Leave A Reply