ଆମେ ଭାରତୀୟ ମାନେ ନିଜ ଦିନର ଆରମ୍ଭ ଗୋଟିଏ କପ ଚା ରୁ ହିଁ କରି ଥାଆନ୍ତି, ସମସ୍ତଙ୍କର ଅଲଗା ଅଲଗା ସୁଗନ୍ଧ ଯୁକ୍ତ ପସନ୍ଦ ହୋଇଥାଏ l କାହାକୁ ଗୁଜୁରାତି ଚା ପସନ୍ଦ ତ, ଆଉ କାହାକୁ ଅଦା ଓ ଗୋଲମରିଚ ପକା ଚା , ଆଉ କେହି ଲେମନ ଟି ପିଇବାକୁ ପସନ୍ଦ କରନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଦୁନିଆର ଦାମୀ ସବୁଠୁ ଦାମୀ ଚା ର କୋଉଟା ? ଆଜ୍ଞା ଯଦି ଆପଣ ଏହାର ମୂଲ୍ୟ ଆମେ ଜାଣିବା ତେବେ ଆଶ୍ଚର୍ଯ୍ୟ ହୋଇଯିବା l
ସାରା ବିଶ୍ୱରେ ରହିଛନ୍ତି ଚା ପ୍ରେମୀ –
ସାରା ବିଶ୍ୱରେ ଅନେକ ଲୋକ ଚା ପ୍ରେମୀ ରହିଛନ୍ତି, ଏହା କେବଳ ଗୋଟିଏ ସାମାନ୍ୟ ଡ୍ରିଙ୍କ ନୁହେଁ, ଏହା ସମ୍ପର୍କ ଓ ସମ୍ବନ୍ଧ ର ଗୋଟିଏ ବୁଷ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ l ଭାରତ ରୁ ନେଇ ଜାପାନ ପର୍ଯ୍ୟନ୍ତ ତ ଚୀନ ରୁ ନେଇ ତୁର୍କୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଚା ପ୍ରେମୀ l କିଛି ଦେଶରେ ଚାର ବିଶେଷ କିସମ ର ଚାଷ ମଧ୍ୟ କରାଯାଇ ଥାଏ, ଏବଂ ଯେତେବେଳେ ଏହି ଚା ମାର୍କେଟ କୁ ଆସେ ତାର ମୂଲ୍ୟ ଆକାଶ ଛୁଆଁ ହୋଇଯାଏ l
ଦୁନିଆର ସବୁଠୁ ଦାମୀ ଚା ଚୀନ ରେ ଉତ୍ପନ ହୋଇଥାଏ, ଏହି ଚା ର ନାମ ହେଉଛି ଦା -ହୋଙ୍ଗ -ପାଓ- ଟି , ଏହି ଚା କୁ ଚୀନ ର ଫୁଜିୟାନ ଅଂଚଳ ରୁ ପାହାଡ଼ ରୁ ଉତ୍ପନ କରାଯାଇ ଥାଏ l ଏହା ବିଶ୍ୱର ସବୁଠୁ ଦାମୀ ଚା ଅଟେ l ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ ରାଷ୍ଟୀୟ ଅର୍ଥ କୋଷ ବୋଲି ଘୋଷଣା କରାଯାଇଛି l
ଗୋଟିଏ କିଲୋ ଚା ର ମୂଲ୍ୟ ୯ କୋଟି ଟଙ୍କା –
ଏହି ଚା ର ମୂଲ୍ୟ ପାଖାପାଖି ୧.୨ ମିଲିୟନ ଡଲାର ଗୋଟିଏ କେଜି ର ମୂଲ୍ୟ l ଅର୍ଥାତ ୯ କୋଟି ରୁ ଅଧିକ ଗୋଟିଏ କେଜି ର ମୂଲ୍ୟ l ଏହି ଚା ୨୦୦୫ ରେ ଗୋଟିଏ ନୂଆ ରେକର୍ଡ ହୋଇଥିଲା l ଯାହାକି ଆଜିର କୌଣସି ଚା ରେ ମିଳିନାହିଁ l ୨୦ ଗ୍ରାମ ଚା ୩୦ ହଜାର ଡଲାର ରେ ବିକ୍ରୀ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ କୌଣସି ଚା ଏତିକି ମୂଲ୍ୟର ବିକ୍ରୀ ହୋଇନାହିଁ l ଚୀନ ର ମୀଗ ରାଜବଂଶ ସହିତ ଏହି ଚା ର ଇତିହାସ ଜଡିତ l
ଭାରତରେ ମଧ୍ୟ ରହିଛି ଦାମୀ ଚା –
ଚା ମାମଲାରେ ଭାରତ ମଧ୍ୟ ପଛରେ ନାହିଁ, ଏଠାରେ ମଧ୍ୟ ଦୁନିଆର ଦାମୀ ଚା ଉତ୍ପନ ହୋଇଥାଏ l ଦୁନିଆର ଚତୁର୍ଥ ଦାମୀ ଚା ଉତ୍ପନ ହେଉଥିବା ଦେଶ ହେଉଛି ଭାରତ, ଏହି ଦାମୀ ଚାର ନାମ ହେଉଛି ସିଲଭର ଟିପ୍ସ ଇମ୍ପିରିଆଲ ଟି l ଏହି ଚାର ବିଶେଷତା ହେଉଛି ଯେ ଏହି ଚା ଗଛ ରୁ ପତ୍ର କେବଳ ପୂର୍ଣିମା ରାତିରେ ତୋଳା ଯାଇଥାଏ l ତାହା ପୁଣି ବିଶେଷଜ୍ଞ ଙ୍କ ସୂଚନା ମୁତାବକ l ଯାହାର ଉତ୍ପାଦନ ଦାର୍ଜିଲିଂ ର ଢଲାନ ପାର୍ବତୀୟ ଅଂଚଳ ରେ ଚାଷ କରାଯାଇ ଥାଏ l ଏହାର ପତ୍ର ଗୁଡିକ ସିଙ୍ଗାପୁର ର ୟେଲୋ ଗୋଲଡ ଟି ବଡ଼ସ ଭଳି ଚାନ୍ଦି ଭଳି ଚମକି ଥାଏ l ଏହାର ସ୍ୱାଦ ମଧ୍ୟ ବିଶେଷ ପ୍ରକାରର ଏବଂ ଏହା ଭାରତର ସବୁଠୁ ଦାମୀ ଚା l