Odisha news

ଧ୍ୱନିର ଚତୁର୍ଥ ସଂସ୍କରଣ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

0

• ଧ୍ୱନିର ଉଦଯାପନୀ ଦିବସରେ ଜଳବାୟୁ ପରିବର୍ତନ ଏବଂ ନିଷ୍ପତି ଗ୍ରହଣରେ ଯୁବବର୍ଗର ପ୍ରତିନିଧିତ୍ୱ ଆଲୋଚନାର କେନ୍ଦ୍ର ସ୍ଥଳ ଥିଲା
ଜାମସେଦପୁର/ଯାଜପୁର/ଭୁବନେଶ୍ୱର: ଭାରତର ବିଶିଷ୍ଟ ଚିନ୍ତାନାୟକ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ତାଙ୍କ ଆଭିମୁଖ୍ୟ-ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ସ୍ଥଳରେ ନ ପହଂଚିବା ପର୍ଯ୍ୟନ୍ତ ଅଟକ ନାହିଁର ପ୍ରତିଫଳନ ସହିତ ଧ୍ୱନିର ଦ୍ୱିତୀୟ ଦିବସ ଆରମ୍ଭ ହୋଇଥିଲା । ଝାଡ଼ଖଣ୍ଡ ଓ ଓଡ଼ିଶାର ୮ଟି ଅଂଚଳରୁ ୯୦୦ରୁ ଅଧିକ ଯୁବବର୍ଗ ଏହି ଡିଜିଟାଲ୍ କନ୍କ୍ଲେଭ୍ରେ ଯୋଗ ଦେଇଥିଲେ ।

“ଜଳବାୟୁ ପଦକ୍ଷେପ ପାଇଁ ଯୁବପିଢ଼ିଙ୍କ ନିୟୋଜନ’ ଉପରେ ରବି ଚୌଧୁରୀ ଓ ଅଞ୍ଜଳି ଡାଲମିଆ ଏକ ଅଧିବେଶନ ଆୟୋଜନ କରିଥିଲେ । ସ୍ଥାନୀୟ ସ୍ତରରେ ଯୁବବର୍ଗଙ୍କୁ ଏକଜୁଟ କରିବା ଏବଂ ବିକାଶ ସହିତ ଆଗକୁ ବଢ଼ିବା ପାଇଁ ପରିବେଶ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାର ଗୁରୁତ୍ୱ ଉପରେ ଏହି ଆଲୋଚନା ପର୍ଯ୍ୟବେସିତ ଥିଲା ।

ଶ୍ରୀଯୁକ୍ତ ପ୍ରବୀଣ ନିକମ, ପ୍ରତିଷ୍ଠାତା, ରୋଶନି ଫାଉଣ୍ଡେସନ ଓ ଜାତୀୟ ଯୁବ ପୁରସ୍କାର ବିଜେତା ୨୦୧୬ ଏହି କନ୍କ୍ଲେଭ୍ରେ ଯୁବବର୍ଗଙ୍କୁ ଉତ୍ସାହିତ କରିବା ସହ କହିଛନ୍ତି ଯେ, “ନିଜ ମନର ଡାକକୁ ସବୁ ବେଳେ ସନ୍ଧାନ କର, ନିଜ ଲକ୍ଷ୍ୟ ପଥରେ ନିରନ୍ତର କାର୍ଯ୍ୟ କର ଏବଂ ନିଜେ ଚୟନ କରିଥିବା କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବାକୁ ଉଦ୍ୟମ କର ।’’

“ପ୍ରମୁଖ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ପ୍ରତିନିଧିତ୍ୱ’ ଅଧିବେଶନ ଅବସରରେ ଓଡ଼ିଶାର ଢୁଙ୍କାପଡ଼ାର ପୂର୍ବତନ ସରପଂଚ ଆରତୀ ଦେବୀ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଯୁବବର୍ଗଙ୍କ ଭୂମିକା ଉପରେ ନିଜର ମତ ରଖିଥିବା ବେଳେ ଯୁବବର୍ଗ କିଭଳି ପାରମ୍ପରିକ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଯୋଗଦାନ ଦେଇପାରିବେ ତାହା ଝାଡ଼ଖଣ୍ଡର ପୁରୀହାସ ସ୍ଥିତ ମଝିବାବାର ଭକ୍ତ ହାଁସଦା ବର୍ଣ୍ଣନା କରିଥିଲେ । ଜାମଡୋବାର ପ୍ରିୟଙ୍କା କୁମାରୀ ଓ ୱେଷ୍ଟ ବୋକାରୋର ପ୍ରତିଭା କୁମାରୀ ନିଜ ଅଂଚଳରେ ମହିଳାଙ୍କ ଅଧିକାରକୁ ନେଇ ରହିଥିବା କମ୍ ସଚେତନତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

କଥାବାର୍ତା ଓ ଆଲୋଚନାର ଗୁରୁତ୍ୱ ବିଷୟରେ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ନିର୍ଦେଶକ, ଟାଟା ଷ୍ଟିଲ୍ ଫାଉଣ୍ଡେସନ କହିଛନ୍ତି ଯେ, “ମତ ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ସଠିକ ମଂଚରେ ଆମର ମତକୁ ଉପସ୍ଥାପନ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ପ୍ରଶାସନିକ ଓ ନୀତି ମଂଚରେ ଯୁବବର୍ଗଙ୍କ ସ୍ୱର ପାଇଁ ଅନେକ ସୁଯୋଗ ରହିଛି ଏବଂ ଦେଶ ଗଠନର ବତୀକୁ ଆଗକୁ ବଢ଼ାଇବା ଏବଂ ଦାୟିତ୍ୱ ଗ୍ରହଣ କରିବା ଯୁବବର୍ଗଙ୍କ ଉପରେ ନିର୍ଭର କରୁଛି ।

ଏହି କନ୍କ୍ଲେଭ୍ରେ ଯୁବପିଢ଼ିଙ୍କ ଆଭିମୁଖ୍ୟ ଓ ଭାବନା ନୁକଡ ନାଟକ, ନୃତ୍ୟ ପ୍ରଦର୍ଶନ ଓ ସ୍କିଟ୍ରେ ଦେଖିବାକୁ ମିଳିଥିଲା । ଏହି ଦୁଇଦିନିଆ କନକ୍ଲେଭ୍ ଆଲୋଚନା ପଛର ତତ୍ୱକୁ କଳିଙ୍ଗନଗରର ମଧୁସୂଦନ ମାଝି ଓ ମାନସ ନାୟକ କାନଭାସରେ ଅତି କଳାତ୍ମକ ଢଙ୍ଗରେ ତୋଳି ଧରିଥିଲେ ।
କନ୍କ୍ଲେଭ୍କୁ ଉଦଯାପନ କରିବା ଅବସରରେ ଶ୍ରୀଯୁକ୍ତ ସୌରଭ ରାୟ, ମୁଖ୍ୟ, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଏହା ହେଉଛି ଏଭଳି ଏକ ବର୍ଷ ଯେଉଁଥିରେ ଆଶାକୁ ସନ୍ଧାନ କରାଯାଇଛି ଏବଂ ଯୁବପିଢ଼ି ହେଉଛନ୍ତି ଏହାର ପ୍ରତୀକ । ଧ୍ୱନିର ବ୍ରିଜିଟାଲ୍ ବ୍ୟବସ୍ଥା ୯୦୦ରୁ ଅଧିକ ଯୁବପିଢ଼ିଙ୍କ ଆଭିମୁଖ୍ୟକୁ ଏକତ୍ରୀତ କରିଥିଲା ଯାହା ଆମର ଯୁବ ଅଭିଳାଷ ରିପୋର୍ଟରେ ସ୍ଥାନ ପାଇବ ।

Nalco
Leave A Reply