Odisha news

ଟାଟା କମ୍ପାନୀକୁ ବିଦ୍ୟୁତ ବିଭାଗ ଗଲାପରେ ଘନ ଘନ ବିଜୁଳିକାଟ : ଲୋକେ ଛଟପଟ , କାର୍ଯ୍ୟ ନ ହୋଇ କାର୍ଯ୍ୟ ଶେଷର ମେସେଜ ଆସୁଛି

0

ନିରାକାରପୁର : ସେସୁର ମାଲିକାନା ଟାଟା କମ୍ପାନୀ ହାତକୁ ଯିବା ପରେ ଲୋକେ ଭାବିଥିଲେ ବିଦ୍ୟୁତ ସରବରାହରେ ପରିବର୍ତ୍ତନ ଆସିବ ଜନସାଧାରଣ ଠିକରୂପେ ବିଦ୍ୟୁତ ପାଇ ପାରିବେ । କିନ୍ତୁ ଟାଟା ନେବା ଦିନଠାରୁ ଘନ ଘନ ବିଜୁଳି କାଟ ହେଉଛି । ମନଇଛା ରାତି ଦିନ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ଉପଭୋକ୍ତାମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଯଦିବା ଅଘୋଷିତ ବିଦ୍ୟୁତ କାଟ ହେଉଛି । ସେ ସମ୍ବନ୍ଧରେ ଅଭିଯୋଗ କରିବା ପାଇଁ ଉପଭୋକ୍ତା କାହାକୁ ଫୋନ କରିବେ ସେ କଥା ବି ଜାଣିପାରୁନାହାଁନ୍ତି । ଯାହାକୁ ଫୋନ କଲେ ଆମ ଦାୟିତ୍ୱରେ ଆଉ ସେ ନାହିଁ କହୁଥିବାବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀ ଫୋନ କଲ ଉଠାଉ ନାହାଁନ୍ତି । ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଜାଣିଶୁଣି ରାତିରେ ମୋବାଇଲ ସୁଇଚ ଅପ ରଖୁଛନ୍ତି ।

ଟାଟା କମ୍ପାନୀ ଅଭିଯୋଗ ଫୋନକୁ ଫୋନ କରି ଅଭିଯୋଗ କରିଲେ ପ୍ରଥମେ କନ୍ଜ୍ୟୁମର ନମ୍ବର ମାଗୁଛନ୍ତି । ତହାକୁ ଦେଲା ପରେ ରାତିରେ କହୁଛନ୍ତି ଯେ ଜେଇ ଫୋନ ଉଠାଉନାହାଁନ୍ତି ତେଣୁ ଅପେକ୍ଷା କରନ୍ତୁ । ବେଳେ ବେଳେ ଅଭିଯୋଗ ପାଇବା ପରେ କାର୍ଯ୍ୟ କରାନଯାଇ କାର୍ଯ୍ୟ ହୋଇଯାଇଥିବାର ମେସେଜ ମଧ୍ୟ ଫୋନକୁ ଆସୁଛି । ଖୋର୍ଦ୍ଧା ବିଦ୍ୟୁତ ଡ଼ିଭିଜନ ଜଙ୍କିଆ ଉପଖଣ୍ଡ ଅଧୀନସ୍ଥ ନିରାକାରପୁର ଅଞ୍ଚଳରେ ବହୁ ସମୟରେ ଏହି ତ୍ରୁଟି ଦେଖିବାକୁ ମିଳୁଛି । ତେଣୁ ତୁରନ୍ତ ବିଭାଗ ଏହି ସମସ୍ୟାର ସମାଧାନ କରି ନିରବଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହେଉଛି । ନଚେତ ନିକଟ ଭବିଷ୍ୟତରେ ଏକ ଜନ ଆନେ୍ଦାଳନ ମୁଣ୍ଡ ଟେକିବାର ସୂଚନା ମିଳୁଛି ।

Leave A Reply