Odisha news

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଚାଷ କାମ ପାଇଁ ଯୋଡ଼ା ଅଂଚଳରେ ସୌର ଶକ୍ତି ଚାଳିତ ପାଣି ପମ୍ପ ସ୍ଥାପନ

ଖାଦ୍ୟ ଉତ୍ପାଦନରେ ବୃଦ୍ଧି ଓ କାର୍ବନ୍ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବା ଲକ୍ଷ୍ୟ 

0
ଯୋଡା, ମଇ 26, 2024: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ କୃଷି ଉତ୍ପାଦନ ରେ ବିବିଧତା ଓ କୃଷକଙ୍କ ଜୀବିକାରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଇଛି ।
ଏକ ପାଇଲଟ୍ ପ୍ରକଳ୍ପ ଅଧୀନରେ ନିକଟସ୍ଥ ଲହଣ୍ଡା, ରାମଚନ୍ଦ୍ରପୁର, ଜଗନ୍ନାଥପୁର ଓ ଶଙ୍କରପୁର ଗ୍ରାମର ଚାଷୀଙ୍କୁ ସୌର ଚାଳିତ ପାଣି ପମ୍ପ ବଣ୍ଟନ କରାଯାଇଛି ଯାହା ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ସାମଗ୍ରିକ କାର୍ବନ ଫୁଟପ୍ରିଣ୍ଟ
କୁ ହ୍ରାସ କରିବ ବୋଲି ଆଶା କରାଯାଉଛି ।
ଏହି ପମ୍ପ ଯୋଗୁଁ, ନିଜର ପ୍ରାୟ ଏକ ରୁ ଚାରି ଏକର ଜମି ଥିବା ଗଙ୍ଗାଧର ମୁଣ୍ଡା, ପରବିନ୍ଦର ମହାନ୍ତ, ପ୍ରସାନ୍ଦ ଚନ୍ଦ୍ର ବାରିକ, ଦିବାଳକ ମାଝୀ ଓ ଡମ୍ବରୁ ମହାନ୍ତ ପ୍ରମୁଖ ଖର୍ଚ୍ଚ କାଟ, ଅମଳ ବୃଦ୍ଧି ଓ ଉନ୍ନତମାନର କୃଷି ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଏହି ପମ୍ପଗୁଡ଼ିକ କେବଳ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ଏବଂ ଆର୍ଥିକ ବୋଝକୁ ଯଥେଷ୍ଟ ହ୍ରାସ କରିନାହିଁ, ବରଂ ସେମାନଙ୍କୁ ଫସଲରେ ବିବିଧତା ଆଣିବା ଏବଂ ଉତ୍ପାଦନ ରେ ବୃଦ୍ଧି କରିବା ପାଇଁ ମଧ୍ୟ ସାହାଯ୍ୟ କରିଛି I ଯୋଡା ଅଞ୍ଚଳ ର ହିତାଧିକାରୀ ଗଙ୍ଗାଧର ମୁଣ୍ଡା ଏ ସମ୍ପର୍କରେ କହନ୍ତି, “ମୋର ଚାରି ଏକର ଚାଷ ଜମିକୁ ଜଳସେଚନ କରିବା ପାଇଁ ମୋ ଡିଜେଲ ମୋଟରର ଖର୍ଚ୍ଚ ବାସ୍ତବରେ ଅତ୍ୟଧିକ ଥିଲା । ନିଶ୍ଚିତ ଭାବେ ଟିଏସଏଫର ଏହି ପଦକ୍ଷେପ ମୋ ପାଇଁ ଆଶା ଆଣିଦେଇଛି ।’’ ସୌର ଶକ୍ତି ଚାଳିତ ପମ୍ପ ସାହାଯ୍ୟରେ ଗଙ୍ଗାଧର ଆର୍ଥିକ ଚାପରୁ ମୁକ୍ତି ପାଇଛନ୍ତି  ଯାହା ତାଙ୍କୁ ଏହି ଗ୍ରୀଷ୍ମଋତୁରେ କାକୁଡ଼ି, ସୁଇଟ୍ କର୍ଣ୍ଣ (ମିଠା ମକା) ଏବଂ କଲରା ଭଳି ଚାଷ କରିବା ପାଇଁ ପ୍ରେରଣା ଦେଇଥିଲା I ସେହିପରି ଲହଣ୍ଡା ଗ୍ରାମ ର  ପରବିନ୍ଦର ମହାନ୍ତ ଟିଏସଏଫକୁ କୃତଜ୍ଞତା ଜଣାଇ କହିଛନ୍ତି,  “ପ୍ରତିଦିନ ମୁଁ ମୋ ଫସଲ ପାଇଁ କୂଅରୁ ପାଣି ଆଣିବା ଖର୍ଚ୍ଚ ସହିତ ଏକାକୀ ଲଢ଼େଇ କରିବା ପରି ଅନୁଭବ କରୁଥିଲି । କିନ୍ତୁ ଏବେ ସେ  ଚିନ୍ତା ନାହିଁ । ଏଥିପାଇଁ ମୁଁ ଟିଏସଏଫକୁ ଧନ୍ୟବାଦ ଜଣାଉଛି’’ । ପମ୍ପର ଦକ୍ଷତା ରେ ଉତ୍ସାହିତ ହୋଇ ସେ ଏବେ ସମଗ୍ର ଜମିରେ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି Iଗଙ୍ଗାଧର ମୁଣ୍ଡା, ପରବିନ୍ଦର ମହାନ୍ତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସଫଳତାର କାହାଣୀ ଯୋଡା ଅଞ୍ଚଳର ସ୍ଥାୟୀ କୃଷି, ପରିବେଶ ରକ୍ଷଣାବେକ୍ଷଣ ଏବଂ କୃଷକମାନଙ୍କ କଲ୍ୟାଣ ବୃଦ୍ଧି ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରଚେଷ୍ଟା ର ପ୍ରକୃତ ପ୍ରଭାବଉପରେ ଆଲୋକପାତ କରିଛି
Leave A Reply