Odisha news

ତାଜମହଲ ର ୨୨ଟି ଗୃହରେ ଲୁଚି ରହିଛି ଅନେକ ରହସ୍ୟ, ୮୮ ବର୍ଷ ପୂର୍ବରୁ ଖୋଲା ଯାଇଥିଲା ଏହି କୋଠରୀ ଗୁଡିକ

0
ନୂଆଦିଲ୍ଲୀ : ତାଜମହଲ ର ୨୨ଟି କୋଠରୀକୁ ଖୋଲିବା କୁ ନେଇ ଆଲ୍ହାବାଦ ହାଇକୋର୍ଟ ର ଲଖନୋ ବେଞ୍ଚ ରେ ଭାଜପା ନେତା ଡ଼. ରଜନିଷ ସିଂହ ଗୋଟିଏ ଯାଚିକା ଦାୟର କରିଛନ୍ତି l ଏହି ପିଟିସନ ଦାୟର ହେବା ପରେ ଏହି ୨୨ଟି କୋଠରୀର ରହସ୍ୟକୁ ନେଇ ଲୋକମାନେ ଉତ୍ସୁକତା ର ସହିତ ଅପେକ୍ଷା କରିଛନ୍ତି l ଯଦି ଏହି ପିଟିସନ ଟି ସ୍ୱୀକାର କରାଗଲା ଓ ଭବିଷ୍ୟତ ରେ ଏହି ୨୨ଟି କୋଠରୀ କୁ ଖୋଲାଯାଏ କଣ ତେବେ କିଛି ରହସ୍ୟ ଲୋକ ଲୋଚନକୁ ଆସି ପାରିବ କି ? ଏହା ବର୍ତମାନ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ର ବିଷୟ ଅଟେ l
ତାଜମହଲ ର ଏହି ୨୨ଟି କୋଠରୀ କୁ ଖୋଲିବା ପାଇଁ ଓ ଏହାର ଯାଞ୍ଚ ପାଇଁ ଗୋଟିଏ ସମିତି ଗଠନ ପାଇଁ ଦାବି କରି ପିଟିସନ ଦାୟର କରାଯାଇଛି l ପିଟିସନ ଦାୟର ହେବାପରେ ଆଉଥରେ ତାଜମହଲ ଚର୍ଚ୍ଚା କୁ ଆସିଛି l ବିଶିଷ୍ଟ ଇତିହାସ କାର ରାଜକିଶୋର ରାଜେ କହିଛନ୍ତି ତାଜମହଲ ରେ ମୁଖ୍ୟ ସ୍ଥାନ ତଳେ ୨୨ଟି କୋଠରୀ ରହିଛି l ଯାହାକୁ ବନ୍ଦ କରିଦିଅ ଯାଇଛି l ୧୯୩୪ ରେ ଶେଷ ଥର ପାଇଁ ଏହି କୋଠାରୀ ଗୁଡ଼ିକୁ ଖୋଲା ଯାଇଥିଲା ।
Leave A Reply