ନୂଆଦିଲ୍ଲୀ : ଭାରତର ଏଭଳି ଗୋଟିଏ ଗାଁ ଅଛି ଯେଉଁଠାରେ ଗ୍ରାମବାସୀ ମାନେ ନିଜ ଗ୍ରାମ ପାଇଁ ବିଜୁଳି ଉତ୍ପାଦନ କରିବା ସହିତ ଭାରତ ସରକାରଙ୍କୁ ମଧ୍ୟ ବିଜୁଳି ବିକ୍ରି କରିଥାନ୍ତି l ଏହି ଗାଁ ଟି ତାମିଲନାଡୁର କୋୟମ୍ବଟୁର ଓଡାନଥୁରାଇ ଅଟେ l ଏହି ଗାଁ ଭାରତ ବର୍ଷର ସ୍ମାର୍ଟ ଗାଁ ଭାବରେ ଜଣାଶୁଣା l ଏହି ଗ୍ରାମର ନିଜସ୍ୱ ୩୫୦ କିଲୋ ଭୋଲ୍ଟର ବିଜୁଳି ଉତ୍ପନ କରିବା ପାଇଁ ଡ୍ୟାମ ରହିଛି l ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗାଁ ୨ ଲକ୍ଷ ୟୁନିଟର ବିଜୁଳି ବିକ୍ରି କରି ସାରିଛି l ଗ୍ରାମ ପଞ୍ଚାୟତ କାରଣରୁ ଗାଁରେ ଗ୍ରାମବାସୀ ମାନେ ପଞ୍ଚାୟତର ସହାୟତାରେ ବିଜୁଳି ଉତ୍ପାଦନ କରିବା ପାଇଁ ସକ୍ଷମ ହୋଇଛନ୍ତି l ପଞ୍ଚାୟତ ୪୦ ଲକ୍ଷ ଟଙ୍କା ଗ୍ରାମବାସୀଙ୍କୁ ସହଯୋଗ ଦେଇଥିଲା ,ବାକି ୧.୧୫ କୋଟି ଟଙ୍କା ଲୋନ ନେଇଥିଲା l
ଏହି ଲୋନ ୨୦୦୫ ମସିହାରେ ନିଆ ଯାଇଥିଲା l ପଞ୍ଚାୟତ ପଖିଭାରୁ ଏହି ଋଣକୁ ସୁଝାଯାଇ ସାରିଲାଣି l ପଞ୍ଚାୟତର ବିକାଶ ପାଇଁ ଓ ଗାଁର ବିକାଶ ପାଇଁ ବର୍ତମାନ ସମସ୍ତ ଅର୍ଥ କାର୍ଯ୍ୟରେ ଲାଗୁଛି l ପଞ୍ଚାୟତ ରାଜ୍ୟ ସରକାରଙ୍କ ଗ୍ରୀନ ହାଉସ ଯୋଜନା ଅନୁସାରେ ଗ୍ରାମବାସୀ ମାନଙ୍କ ପାଇଁ ପକା ଘର ଯୋଗାଇ ଦେଇଛି l ଏହି ଗାଁରେ ଭଲ ଉଚ ମାନର ବିଦ୍ୟାଳୟ ସହିତ ସମସ୍ତ ଶିକ୍ଷା ଓ ଡାକ୍ତରୀ ସୁବିଧା ରହିଛି l ଏହି ଗ୍ରାମବାସୀ ନିଜ ଗ୍ରାମରେ ମଧ୍ୟ ସୁପର ମାର୍କେଟ ,କଲେଜ ଓ ମଲ ମଧ୍ୟ ସ୍ଥାପନ କରିଛନ୍ତି l ଯଦି କୌଣସି ବିଦେଶୀ ପର୍ଯ୍ୟଟକ ତାମିଲନାଡୁ ଯାଇଥାନ୍ତି ତେବେ ଏହି ଗ୍ରାମକୁ ଦେଖିବାକୁ ନିଶ୍ଚିନ୍ତ ଯାନ୍ତି l ଏହି ଗ୍ରାମର ଚାରି ପାଖରେ ସବୁଜ ରଙ୍ଗର ଗଛଲତା ଭର୍ତି ହୋଇଛି ଯାହା ସମସ୍ତଙ୍କ ମନ କିଣୁଛି l