Odisha news

ଏନଟିପିସି ରେଲୱେଫାଟକ ମରାମତି ନେଇ ୪ଦିନ ଜାତୀୟ ରାଜପଥ ବନ୍ଦ ପ୍ରଭାବିତ ହେବେ ଯାତ୍ରୀ ସହ ସର୍ବସାଧାରଣ

0

ତାଳଚେର ତା ୦୯/୦୫ – ତା ୧୦/୦୫/୨୦୨୩ ରିଖ ଠାରୁ ତା ୧୪/୦୫/୨୦୨୩ରିଖ ପର୍ଯ୍ୟନ୍ତ ରାତ୍ରୀ ସମୟରେ ଏନଏଚ ୧୪୯ ବାଙ୍କଧରା ଛକ ଠାରେ ଏନଟିପିସି ରେଳଫାଟକ କାର୍ଯ୍ୟପାଇଁ ରାସ୍ତା ବନ୍ଦ ରହିବ ବୋଲି ଜିଲ୍ଳା ପ୍ରଶାସନ ଅନୁଗୋଳ ପକ୍ଷରୁ ଘୋଷଣା କରାଯାଇଛି । ତା ୧୦/୦୫/୨୦୨୩ ରାତ୍ରୀ ୮ଘଂଟା ସମୟରୁ ସକାଳ ୭ଘଟିକା ପର୍ଯ୍ୟନ୍ତ ପାଲହଡ଼ା ଠାରୁ ତାଳଚେର ଦେଇ ବଅଁରପାଳ ଆସୁଥିବା ଭାରୀଯାନକୁ ଛାଡ଼ି ୪ଚକିଆ ଓ ଦୁଇଚକିଆ ଯାନ ଗୋଡ଼ିବନ୍ଧ ଚକ ଠାରୁ କେନାଲ ରାସ୍ତାଦେଇ ତାଳଚେର କଲେଜ ସ୍ଥିତ ଏନଏଚ ରାସ୍ତାଦେଇ ଯିବାଆସିବା କରି ପାରିବେ । ତା ୧୧/୦୫/୨୦୨୩ ରାତ୍ରୀ ୧୦ଘଟିକା ସମୟରୁ ସକାଳ ୬ଘଟିକା ପର୍ଯ୍ୟନ୍ତ ତାଳଚେର ଠାରୁ ଖମାର, ପାଲହଡ଼ା ଯାଉଥିବା କମରସିଆଲ ଓ ଯାତ୍ରୀବାହୀଯାନ ବହ୍ଲରଛକ ଦେଇ ପିତିରି ରାସ୍ତାରେ ଯିବା ଆସିବା କରିବେ । ତା ୧୨/୦୫/୨୦୨୩ ରାତ୍ରୀ ୧୦ଘଟିକା ସମୟରୁ ସକାଳ ୬ଘଟିକା ପର୍ଯ୍ୟନ୍ତ ସମସ୍ତ ଏମସିଏଲ କୋଲଡ଼ମ୍ଫର (ହାଇୱା) ନିର୍ଦ୍ଦେଶ ସମୟରେ କୋଲକରିଡ଼ର ପଂଏଟ୍ ଠାରେ ବନ୍ଦ ରହିବ । ତା ୧୩/୦୫/୨୦୨୩ ସନ୍ଧ୍ୟା ୭ଘଟିକା ସମୟରୁ ରାତ୍ରୀ ୯ଘଟିକା କୋଇଲା ଲୋର୍ଡ଼ କରିବାକୁ ନିର୍ଦ୍ଦିଷ୍ଟ ଖାଲି ଡ଼ମ୍ଫର ଗୁଡ଼ିକ ପ୍ରତିବନ୍ଧକ ଅବଧି ମଧ୍ୟରେ ବହ୍ଲର ଓ ଗୋଡ଼ିବନ୍ଧ ଛକ ନିକଟରେ ବନ୍ଦ କରାଯିବ ବୋଲି ଜିଲ୍ଳା ପ୍ରଶାସନ ଘୋଷଣା କରିବା ସହ ବିଭିନ୍ନ ସ୍ଥାନ ମାନଙ୍କରେ ପୋଷ୍ଟର ମରାଯାଇଛି । ତେବେ ଏହି ଜାତୀୟ ରାଜପଥଟି ମାତ୍ରାଧିକ ଭାରୀଯାନ ଚଳପ୍ରଚଳ ଜନିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଥିଲେ ମଧ୍ୟ ଏହି ଜାତୀୟ ରାଜପଥଟିକୁ ୪ଥାକିଆ କରିବାକୁ କାହାରି ହେଲେ ଦୃଷ୍ଟି ପଡ଼ୁନଥିବା ଦୁର୍ଭଗ୍ୟ ଜନକ ବିଷୟ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାତୀୟ ରାଜପଥଟି ପୂର୍ବରୁ ପିଡ଼ବ୍ଲୁଡ଼ି ଅଧିନରେ ଥିଲା ଏବଂ ସେହି ସମୟରେ ଅତ୍ୟଧିକ ଯାନବାହାନ ଚଳାଚଳ କରୁନଥିଲା । ମାତ୍ର ଯାନବାହାନ ବୃଦ୍ଧିକୁ ନଜରରେ ରଖି ପରବର୍ତୀ ସମୟରେ ଏହି ରସ୍ତାଟିକୁ ଏନଏଚ ରେ ଘୋଷଣା କରାଗଲା । ଆଇନଗତ ଏନଏଚ ଉପରେ କୌଣସି ରେଳଫାଟକ ରହିବା କଥା ନୁହେଁ । କିନ୍ତୁ ଏହି ରେଳଫାଟକ ରହିବା ଯୋଗୁଁ ବିଭିନ୍ନ ସମୟରେ ଯାତ୍ରୀମାନେ ରେଳଫାଟକ ବାରମ୍ବାର ପଡ଼ି ରହିଥିବାରୁ ହନ୍ତସନ୍ତ ହେବା ସହ ଟ୍ରାଫିକ୍ ଜାମ୍ ହୋଇଥାଏ ଏବଂ ଉତେଜନାପୂର୍ଣ୍ଣ ଅବସ୍ଥା ସୃଷ୍ଟି କରିଥାଏ । ଦୀର୍ଘବର୍ଷରୁ ଏହି ରେଳଫାଟକ ଉପରେ ଏକ ଓଭରବ୍ରିଜ୍ ନିର୍ମାଣ କରିବାକୁ ଦାବି ହେଉଥିଲେ ମଧ୍ୟ ଜିଲ୍ଳା ପ୍ରଶାସାନ ଓ ରାଜନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ଓଭରବ୍ରିଜ୍ ହୋଇପାରୁ ନଥିବାରୁ ଦୁର୍ଘଟଣା ଘଟି ଅକାଳରେ ବହୁମୂଲ୍ୟବାନ୍ ଜୀବନ ଚାଲିଯାଉଛି ବୋଲି ଅଭିଯୋଗ ହୋଇଥାଏ ।

Leave A Reply