Odisha news

ସୁପ୍ରିମ କୋର୍ଟଙ୍କର କେନ୍ଦ୍ର ସରକାରଙ୍କୁ ନୋଟିସ : ପୋଷ୍ୟ ସନ୍ତାନ ଗ୍ରହଣ କରିବାର ନିୟମ କରାଯାଉ ସରଳ

0

ନୂଆଦିଲ୍ଲୀ : ଅଧିକାଂଶ ଲୋକଙ୍କର ଅଭିଳାଷ ରହିଥାଏ ଯେ ସେମାନେ ଏପରି ଗୋଟିଏ ଶିଶୁକୁ ଲାଳନ ପାଳନ କରନ୍ତୁ ଯାହାର ମାତାପିତା ନଥିବେ l ଅଧିକାଂଶ ସମୟରେ ସନ୍ତାନ ହିଁ ହୋଇଥିବା କାରଣରୁ ମଧ୍ୟ ମାତାପିତା ଇଛା କରି ଥାଆନ୍ତି ଗୋଟିଏ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ l କିନ୍ତୁ ଭାରତରେ ଏହା ଚିନ୍ତା କରିବା ଯେତେ ସହଜ ସତ୍ୟତା ଖୁବ କଷ୍ଟ ଦାୟକ l କାରଣ ଭାରତରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପ୍ରଣାଳୀ ଖୁବ ଜଟିଳ ଅଟେ l ବର୍ତମାନ ଏହି ନିୟମ କୁ ସରଳ କରିବା ପାଇଁ ସୁପ୍ରିମ କୋର୍ଟ ସ୍ଥିର କରିଛନ୍ତି l ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି l

ସୁପ୍ରିମ କୋର୍ଟ ରେ ଗୋଟିଏ ଯାଚିକା ଏନଜିଓ ଟେମ୍ପଲ ଅଫ ହିଲିଙ୍ଗ ପକ୍ଷରୁ ସେକ୍ରେଟାରୀ ପିୟୁଷ ସକସେନା ଙ୍କ ଦ୍ୱାରା ଦାଖଲ କରାଯାଇଛି l ଏହି ଯାଚିକା ରେ କୁହାଯାଇଥିଲା ଯେ ଦେଶରେ ପ୍ରାୟ ୩କୋଟି ଲୋକ ନିଃସନ୍ତାନ ଅଛନ୍ତି l ଏଥି ମଧ୍ୟରୁ ଅଧିକାଂଶ ଲୋକ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛନ୍ତି l ଏହି ଲୋକ ମାନଙ୍କ ଅନୁସାରେ ଦେଶରେ ପ୍ରାୟ ତିନିକୋଟି ଅନାଥ ସନ୍ତାନ ଅଛନ୍ତି l କିନ୍ତୁ ନିୟମ ଏତେ କଠିନ ଯେ ପ୍ରତି ବର୍ଷ ପ୍ରାୟ ୪ ହଜାର ଶିଶୁ ଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଉଛି l

ସେଣ୍ଟ୍ରାଲ ଆଡ଼ପସନ ରିସୋର୍ସ ଅଥରିଟି ଅନୁସାରେ ୨୦୨୦ ରୁ ୨୧ ମଧ୍ୟରେ ୩୧୪୨ ପିଲାଙ୍କୁ କେବଳ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇଛି l ଷୋମବାର ଦିନ ଯାଚିକା କର୍ତ୍ତାଙ୍କ ଓକିଲ ଦଲିଲ ଦେଇଥିଲେ ଯେ ଦେଶରେ ଅନେକ ମାତ୍ରାରେ ଲୋକମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଛନ୍ତି , କିନ୍ତୁ ସେମାନଙ୍କ ନିକଟରେ ସଠିକ ମାତ୍ରାରେ ତଥ୍ୟ ନାହିଁ l ସରକାରଙ୍କୁ ଏହି ବାବଦରେ ସୂଚନା ଦିଆ ଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ଆକ୍ସନ ନିଆ ଯାଇ ନଥିଲା l ଏହାକୁ ନେଇ ସୁପ୍ରିମ କୋର୍ଟ ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି l

Leave A Reply