Odisha news

ସୁପ୍ରିମକୋର୍ଟଙ୍କ ଶୁଣାଣି : ଗଙ୍ଗୁବାଇ କାଠିଆବାଡିର ପରିବର୍ତନ ହୋଇପାରେ ନାମ? କୋର୍ଟଙ୍କ ଭନସାଲିଙ୍କୁ ପ୍ରଶ୍ନ

0

ନୂଆଦିଲ୍ଲୀ : ସିନେମା ହଲ ରେ ରିଲିଜ ହେବାକୁ ଥିବା ୨ଦିନ ପୂର୍ବରୁ ଆଲିଆ ଭଟ୍ଟ ଙ୍କ ଚଳଚିତ୍ର ଗଙ୍ଗୁବାଇ କାଠିଆବାଡି ଦ୍ୱନ୍ଦ୍ୱ ରେ ଫସି ଯାଇଛି l ଚଳଚିତ୍ରକୁ ନେଇ ଉଠିଥିବା ଝଡ଼ ଯାଇ ସୁପ୍ରିମକୋର୍ଟ ରେ ପହଂଚିଛି l ଜଷ୍ଟିସ ଇନ୍ଦୋର ବାନାର୍ଜୀ ଓ ଜଷ୍ଟିସ ଜିକେ ମାହେଶ୍ୱରୀ ଙ୍କ ଖଣ୍ଡପୀଠ ଏହାର ନିର୍ମାତା ସଞ୍ଜୟ ଲୀଲା ଭନସାଲି ଙ୍କୁ କହିଛନ୍ତି ଯେ ଏହି ଚଳଚିତ୍ରର ନାମ କଣ ପରିବର୍ତନ ହୋଇ ପାରିବ l

ଅଦାଲତ ଙ୍କ ପକ୍ଷରୁ ଏହି ମତ ଏଥିପାଇଁ ଦିଆ ଯାଇଥିଲା କାରଣ ଦୀର୍ଘ ସମୟ ଧରି ଚାଲିଛି l ସୁପ୍ରିମ୍କୋର୍ଟ ରେ ଦୀର୍ଘ ୨ଘଣ୍ଟା ଧରି ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ ଲୀଲା ଙ୍କୁ ପଚାରିଥିଲେ କଣ ଏହି ଚଳଚିତ୍ର ର ନାମ ପରିବର୍ତନ ହୋଇ ପାରିବ l ଏହି ଚଳଚିତ୍ରକୁ ନେଇ ଗଙ୍ଗୁବାଇ ଙ୍କ ଧରମ ପୁତ୍ର ବାବୁଜି ରାଓଜୀ ସାହ ଏହି ଚଳଚିତ୍ରର ନାମ ଓ ବିଭିନ୍ନ କାରଣକୁ ନେଇ ଚଳଚିତ୍ର ରିଲିଜ କୁ ନେଇ ରୋକ ଲଗାଇ ଛନ୍ତି l

ଏହାକୁ ନେଇ ଗୁରୁବାର ଦିନ ଶୁଣାଣି କରାଯିବ l ଗଙ୍ଗୁବାଇ ଙ୍କ ଧରମ ପୁଅ ମୁମ୍ବାଇ ହାଇ କୋର୍ଟ ରେ ଫିଲ୍ମ ନିର୍ମାତା,ନାୟିକା ର ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଆଲିଆ ଭଟ ଓ ଉପନ୍ୟାସ ର ଲେଖକ ଙ୍କ ବିରୁଦ୍ଧରେ ଅନେକ ଗୁଡିଏ ଅଭିଯୋଗ ଦାଖଲ କରିଛନ୍ତି l ବମ୍ବେ ହାଇକୋର୍ଟ ସାହ ଙ୍କ ଅଭିଯୋଗ କୁ ଖାରଜ କରିବାରୁ ସେ ସୁପ୍ରିମ୍କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l

Leave A Reply