ଅନ୍ତରୀକ୍ଷରେ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ରେ ଫସିଥିବା ଅନ୍ତରୀକ୍ଷ ଯାତ୍ରୀ ସୁନିତା ଉଇଲିଅମ ଏବଂ ବୁଚ ବିଲମୋର ଚଳିତଥର କ୍ରିସମାସ କୁ ବିଶେଷ ଅନ୍ଦାଜ ରେ ପାଳନ କରିଛନ୍ତି, ସାଣ୍ଟାକ୍ଲଜ ଟୋପୀ ସହିତ ସୁନ୍ଦର ସାଜସଜା ମଧ୍ୟରେ ଅନ୍ତରୀକ୍ଷ ଯାତ୍ରୀ ଙ୍କର ଫଟୋ ନିକଟରେ ସାମ୍ନା କୁ ଆସିଛି , ଯେଉଁଥିରେ ଉଭୟ ଗୋଟିଏ ଉତ୍ସବ ମୁଡ଼ ରେ ଦେଖା ଯାଉଛନ୍ତି, ଯେଉଁଠି ଉଭୟ ଙ୍କ ଖୁସି ଦେଖି ଲୋକଙ୍କ ମନରେ ଉତ୍ସାହ ଆସିଥିଲା, ସେଠାରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି, ଏହା ପୂର୍ବରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ବାସି ଧନ୍ୟବାଦ ଦିବସ ମଧ୍ୟ ଅନ୍ତରୀକ୍ଷ ରେ ଧୁମ୍ଧାମ୍ରେ ରେ ପାଳନ କରିଥିଲେ, ବର୍ତମାନ କ୍ରିସମାସ ଓ ନୂତନ ଦିବସ ପାଳନ କରୁଛନ୍ତି l ସୁନିତା ଓ ବୁଚ କେବଳ ୮ଡିନ ପାଇଁ ଯାତ୍ରା କରିଥିଲେ, କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଅନ୍ତରୀକ୍ଷ ରେ ପାଖାପାଖି ଏକ ବର୍ଷ ବିତାଇ ସାରିଲେଣି, ତେଣୁ ସେମାନେ ୨୦୨୫ ରେ ଫେରିବେ ବୋଲି ନାସା ପକ୍ଷରୁ ସୂଚନା ମିଳିଛି l
ସୁନିତା ଓ ବୁଚ ଙ୍କ କ୍ରିସମାସ ପାଳନ ଫଟୋ ଯେମିତି ସାମ୍ନାକୁ ଆସିଲା, ସୋସିଆଲ ମିଡ଼ିଆ ରେ ଲୋକେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ, ଅନେକ ୟୁଜର୍ସ ପଚାରିଛନ୍ତି ଯେ ଜଣ ସାଣ୍ଟାକ୍ଲଜ କ୍ରିସମାସ ଟୋପୀ ଓ ସାଜସଜା ଜିନିଷ ସାଙ୍ଗରେ ନେଇ ଯାଇଥିଲେ, ନା ସେମାନେ ଏହାକୁ ସେଠାରେ ପ୍ରସ୍ତୁତ କଲେ, ଜୁନ ମାସରେ ୮ଡିନ ମିଶନ ରେ ଯାଇଥିଲେ କିନ୍ତୁ ବର୍ତମାନ ସୁଧା ଫେରିଲେ ନାହିଁ, ଏହା ପଛରେ କୌଣସି ବଡ଼ ଷଡଯନ୍ତ୍ର ଅଛି ?
ନାସା ପକ୍ଷରୁ ଏହି ଆରୋପ କୁ ଖାରଜ କରାଯାଇଛି –
ନାସା ଆରୋପ କୁ ଖାରଜ କରି ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ କୁ ପଠାଯାଇଥିବା ଜିନିଷ ମଧ୍ୟରେ କ୍ରିସମାସ ସାଜସଜା ବସ୍ତୁ, ବିଶେଷ ଉପହାର ଏବଂ ବିଶେଷ ଭୋଜନ ସାମିଲ ଥିଲା, ଏବଂ ଡେଲିଭେରି ନଭେମ୍ବର ଶେଷ ଆଡକୁ ସ୍ପେସ ଏକ୍ସ ଜରିଆରେ କରାଯାଇ ଥିଲା, ପ୍ରତ୍ୟେକ ବର୍ଷ ନାସା ପକ୍ଷରୁ ସତେଜ ଖାଦ୍ୟ ସାମଗ୍ରୀ ସହିତ ପର୍ବ ପର୍ବାଣି ପାଇଁ ବିଶେଷ ଜିନିଷ ପଠାଯାଇ ଥାଏ l
ବର୍ତମାନ ଅନ୍ତରୀକ୍ଷ ମିଶନ କିଛି ବଡ଼କଥା ନୁହେଁ, କିନ୍ତୁ ସୁନିତା ଉଇଲିଅମ ଓ ବୁଚ ଙ୍କ ଯିବାଟା ସମ୍ଭବ ହୋଇଥିଲେ ସୁଧା ଅନିଶ୍ଚିତ ଭିତରେ ରହି ଯାଇଛି ଫେରିବା, ଏବଂ ଏହାଛଡା ଦୀର୍ଘ ସମୟ ଅନ୍ତରୀକ୍ଷରେ ରହିବା ଯାତ୍ରୀ ଭାବରେ ମଧ୍ୟ ମାନ୍ୟତା ହାସଲ କରିଛନ୍ତି l