ନୂଆଦିଲ୍ଲୀ : ବିଶ୍ୱରେ ଏପରି ଗୋଟିଏ ସ୍ଥାନ ରହିଛି ଯେଉଁଠି ୬୫ ଦିନ ପର୍ଯ୍ୟନ୍ତ ଅନ୍ଧକାର ରହିବ l ଏହାର ଅର୍ଥ ହେଲା ୬୫ ଦିନ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଦେଖାଯିବେ ନାହିଁ l ଆପଣଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ l ଆମେରିକାରେ ଏପରି ଗୋଟିଏ ସହର ରହିଛି ଯେଉଁଠାରେ ଲୋକମାନେ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଦେଖି ପାରିବେ ନାହିଁ ,ଏହି ସହରଟିର ନାମ ହେଲା ଆଲାସ୍କା l
ଏହି ସହରରେ ଜାନୁଆରୀ ୨୩ ତାରିଖ ଦିନ ସ୍ଥାନୀୟ ସମୟ ଅନୁସାରେ ମାଧ୍ୟାନ ୧ ଟା ବେଳେ ସୂର୍ଯ୍ୟ ଉଦୟ ହେବ l ସରକାର ଏଠାରେ ଉପଚାରିକା ଭାବରେ ୬୫ ଦିନ ପର୍ଯ୍ୟନ୍ତ ଅନ୍ଧାର ରହିବ ବୋଲି ଘୋଷଣା କରିଛନ୍ତି l
ଆଲାସ୍କା ଧୃବୀୟ ଅଞ୍ଚଳରେ ରହିଛି l ଉତର ଧ୍ରୁବରେଖାରେ ରହିଥିବା କାରଣରୁ ଥଣ୍ଡା ଦିନରେ କିଛି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ଛୋଟ ଦିନ ହେତୁ ଦେଖା ଯାଇନଥାଏ l ଏଠାରେ ଶୀତଦିନେ ଦିନବେଳା ମଧ୍ୟ ଅନ୍ଧାର ରହିଥାଏ l କାରଣ ଆର୍କଟିକ ସର୍କଲର ଉଚରେ ରହିଥିବା ହେତୁ ସୂର୍ଯ୍ୟଙ୍କ କିରଣ ଏଠାକୁ ଆସି ପରେ ନାହିଁ l ଏହି ସ୍ଥିତିକୁ ପୋଲାର ନାଇଟ କୁହାଯାଏ l
ସ୍ଥାନୀୟ ଖବର ଅନୁସାରେ ନଭେମ୍ବର ୧୮ ତାରିଖ ଦିନ ଆଲାସ୍କାରେ ଅନ୍ତିମ ସୂର୍ଯ୍ୟାସ୍ତ ହୋଇଥିଲେ l ୪ ହଜାର ଜନସଂଖ୍ୟ ବିଶିଷ୍ଟ ଏହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ବିନା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହିଥାଏ l ଅଧିକାଂଶ ସମୟ ତାପମାତ୍ରା -୧୦ ରୁ ୨୦ ଡିଗ୍ରୀ ମଧ୍ୟ ହୋଇଯାଇଥାଏ l ପୋଲାର ନାଇଟର ସ୍ଥିତି ଆମେରିକାର ଆଲାସ୍କା ବ୍ୟତୀତ ରୁଷ ,ସୁଇଡେନ ,ଫିନଲ୍ୟାଣ୍ଡ ,ଗ୍ରୀସ ଓ କାନାଡ଼ାର କିଛି ସହରରେ ଦେଖା ଦେଇଥାଏ l