ଗ୍ରୀଷ୍ମ ଋତୁ ଆସିବା ମାତ୍ରକେ ଆମେ ବିଭିନ୍ନ ପ୍ରକାର ଜୁସ ପିଇବାକୁ ଓ ଆଇସକ୍ରିମ ଖାଇବାକୁ ଇଛା କରିଥାଉ l ଆମକୁ ବିଶେଷ ଭାବରେ ଥଣ୍ଡା ଜିନିଷ ଅଧିକ ସେବନ କରିବାକୁ ଭଲ ଲାଗିଥାଏ l ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଅଧିକ ରୁ ଅଧିକ ପାଣି ପିଇବା ଉଚିତ l କିନ୍ତୁ କୋଲ୍ଡ ଡ୍ରିଂକ୍ସ ଠାରୁ ଦୁରେଇ ରହିବା ନିହାତି ଆବଶ୍ୟକ l କାରଣ ଏଥିରେ ଥିବା କେମିକାଲ ଶରୀର କୁ କ୍ଷତି ଘଟାଇ ଥାଏ l କୋଲ୍ଡ ଡ୍ରିଂକ୍ସ ରେ ଏପରି ଅନେକ ତତ୍ୱ ଭରି ରହିଥାଏ ଯାହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ l ଯାହାଦ୍ୱାରା ଓଜନ ବୃଦ୍ଧି, ତଂଟି ରେ ବିଭିନ୍ନ ସମସ୍ୟା ଓ ଥଣ୍ଡା ଜ୍ୱର ଇତ୍ୟାଦି ଲାଗି ରହିଥାଏ l ତେଣୁ ପ୍ରାକୃତିକ ପାନୀୟ ନିହାତି ପିଇବା ଉଚିତ l
ତେଣୁ ଗ୍ରୀଷ୍ମ ଋତୁରେ ପ୍ରାକୃତିକ ପାନୀୟ ଓ ପୋଷାକ ତତ୍ତ୍ୱରେ ଭରପୁର ଅଟେ ଆଖୁ ରସ –
– ଇମ୍ୟୁନିଟି ବୁଷ୍ଟ କରିଥାଏ : ଆଖୁ ରସ ଆଣ୍ଟି ଆକ୍ସିଡେଣ୍ଟ ଓ ଫୋଟୋପ୍ରୋଟେକ୍ଟିଭ ରେ ଭରପୁର ଅଟେ l ଯାହାଦ୍ୱାରା ଶରୀର ର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ ଓ ଭାଇରାଲ ଇମ୍ଫେକ୍ସନ ରୁ ରକ୍ଷା ମିଳିଥାଏ l
– ଏନର୍ଜି ଦେଇଥାଏ : ଗ୍ରୀଷ୍ମ ଋତୁରେ ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ସୂର୍ଯ୍ୟ ଙ୍କ ଉତାପ ଦ୍ୱାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ l ତେଣୁ ଆମକୁ ଥକା ଲାଗିଥାଏ l ଯଦି ଏପରି ସମୟରେ ଆପଣ ଆଖୁରସ ପିଇବେ ତେବେ ଶରୀରକୁ କାର୍ବୋହାଇଡ୍ରେଟ ମିଳିଥାଏ ଓ ଏନର୍ଜି ଲେବଲ ବୁଷ୍ଟ ହୋଇଥାଏ l
– ଡିହାଇଡ୍ରେସନ ଦୂର ହୋଇଥାଏ : ଗ୍ରୀଷ୍ମ ଋତୁରେ ଝାଳ ଅଧିକ ବୋହିବା ଦ୍ୱାରା ଶରୀର ଡିହାଇଡ୍ରେସନ ର ସମୁଖୀନ ହୋଇଥାଏ l ତେଣୁ ପାଚନ ଶକ୍ତିରେ ବାଧା ଉପୁଜିଥାଏ l ତେଣୁ ଏହି ସମୟରେ ଆଖୁ ରସ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୁଏ l
– ମଧୁମେହ ପାଇଁ ହିତକର : ପ୍ରାୟ ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ ମିଠା ଠାରୁ ଦୁରେଇ ରୁହନ୍ତି l କିନ୍ତୁ ଆଖୁ ରସ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ନୁହେଁ l ଆଖୁ ରେ ଥିବା ଆଇସୋମାଲଟୋଜ ନାମକ ପଦାର୍ଥ ବ୍ଲଡ଼ ସୁଗାର ସ୍ତର କୁ ନିୟନ୍ତ୍ରିତ କରିଥାଏ l
– ଓଜନ ହ୍ରାସ କରିଥାଏ : ଆଖୁ ରସ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ଏଥିରେ ଡାଇଟାରି ଫାଇବର ରହିଥାଏ ଯାହାଦ୍ୱାରା ପେଟ ଭରି ହୋଇ ରହିଥାଏ l ଗବେଷକ ଙ୍କ ମତରେ ସକାଳୁ ଖାଲି ପେଟରେ ଆଖୁ ରସ ପିଇବା ଦ୍ୱାରା ଓଜନ ହ୍ରାସପାଇଁ ସୁବିଧା ହୋଇଥାଏ l