ସଫଳତାର ପୁଞ୍ଜି : ନିଜର ଶକ୍ତି , ସାମର୍ଥ୍ୟ ଓ ସମୟ ପ୍ରତି ଏକାଗ୍ରତା କୁ ଧ୍ୟାନ ଦେଇ ଠିକ୍ ରେ ପରଖି ପାରିଲେ ମିଳିବ ସଫଳତା
ସଫଳତା ପାଇଁ ଭୟ , ସଙ୍କୋଚ , ଭାବୁକତା ଓ ହିନଭାବନା ଭଳି ଖରାପ୍ ଗୁଣ ବାଧକ ସଜିଥାଏ । ତେଣୁ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆତ୍ମ ଆକଳନ ନିହାତି ଜରୁରୀ ଅଟେ । ନିଜର ଶକ୍ତି , ସାମର୍ଥ୍ୟ ଓ ସମୟ ପ୍ରତି ଏକାଗ୍ରତା କୁ ଧ୍ୟାନ ଦେଇ ଠିକ୍ ରେ ପରଖି ପାରିଲେ ନିଶ୍ଚିତ ଭାବରେ ମିଳିବ ସଫଳତା । ଯଦି କୌଣସି କାର୍ଯ୍ୟରେ ଅସଫଳ ହେଉଛନ୍ତି ତେବେ ତାକୁ ପୁନର୍ବାର ନିଷ୍ଠାର ସହ କଲେ ନିଶ୍ଚିତ ଭାବରେ ସଫଳତା ପାଇବେ ।
* ସମୟର ମୂଲ୍ୟକୁ ସଫଳତା ପାଇଁ ବୁଝିବା ନିହାତି ଆବଶ୍ୟକ । ସବୁ ମଣିଷଙ୍କ ଜୀବନରେ ଭଲ ସମୟ ଥରେ ନିଶ୍ଚିତ ଭାବରେ ଆସିଥାଏ । ତେଣୁ ସେହି ସମୟରେ ସମୟକୁ ଠିକ୍ ରେ ବୁଝି କାର୍ଯ୍ୟ କରିବା ଆବଶ୍ୟକ । ଯଦି ସଫଳ ନାହାଉଛନ୍ତି ତେବେ ଚିନ୍ତା କରି ଅଶ୍ରୁ ଗଡ଼ାଇ ସମୟ ନଷ୍ଟ କରନ୍ତୁ ନାହିଁ । ଲକ୍ଷ ନିର୍ଧାରଣ କରି ସଫଳତା ଆଡ଼କୁ ବଢିବା ଉଚିତ୍ ।
* ଯଦି ଆପଣଙ୍କ ଜୀବନରେ ଗୋଟିଏ ରୁ ଅଧିକ ଲକ୍ଷ ରହିଛି ତେବେ ପ୍ରଥମେ ପ୍ରାଥମିକତା ଦୃଷ୍ଟିରୁ ପ୍ରଥମ କାର୍ଯ୍ୟ କୁ ଗୁରୁତ୍ଵ ଦେବା ଉଚିତ୍ । ନିଷ୍ଠା ଓ ଲଗ୍ନ ସହକାରେ ଆଗକୁ ବଢ଼ିବା ଆବଶ୍ୟକ । ଏହା ଠିକ୍ କଥା ଯେ କିଛି ପାଇବା ପାଇଁ କିଛି ହରାଇବାକୁ ପଡିଥାଏ । ତେଣୁ ଏହି ଜୀବନରେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଠିକ୍ ଭାବରେ ନିଷ୍ପତି ନେବା ଆବଶ୍ୟକ ।