କୋଣାର୍କ ,ସବ୍ୟୁ କୋଣାର୍କ ହୋଟେଲ ଆସୋସିଏସନ ପକ୍ଷ ରୁ ସମସ୍ତ ହୋଟେଲ ମାଲିକ ମାନଙ୍କର ନିଷ୍ପତ୍ତି କ୍ରମେ କୋଣାର୍କ ଏନଏସି ର ପୂର୍ବତନ କାଉନସିଲର ତଥା ରାଜ୍ୟ କଂଗ୍ରସ ମିଡ଼ିଆସେଲ ର ସମ୍ପାଦକ ସୁବାସ ଚନ୍ଦ୍ର ନାୟକ (ନେତୁ) ଙ୍କୁ ଆସୋସିଏସନ ର ସଭାପତି ଭାବରେ ମନୋନୀତ କରାଯାଇଛି ।ଉପସଭାପତି ଭାବେ ଲଲାଟେନ୍ଧୁ ବେଉରା ,ସାଧାରଣ ସମ୍ପାଦକ ରବିନାରାୟଣ ପତି ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ସ୍ବାଇଁ ଓ ଜମ୍ବେଶ୍ୱର ସାହୁ ଙ୍କୁ ଚୟନ କରାଯାଇଛି ସେହି ପରି ହୋଟେଲ ଆସୋସିଏସନ ର କାର୍ଯ୍ୟକାରି କମିଟିକୁ ସୁଶାନ୍ତ କୁମାର ମହାନ୍ତି ,ସଞ୍ଜୟ କୁମାର ବେଉରା ,ବିଭୁପ୍ରସାଦ ବେଉରା ,ଅର୍ଣ୍ଣବ କର ,ସୁଧୀର କୁମାର ସେନାପତି ,ଉମାକାନ୍ତ ସାହୁ ଓ ସଞ୍ଜୟ ବିଶ୍ୱାଳ ପ୍ରମୁଖ ଙ୍କୁ ନିଆଯାଇଥିବା ସଭାପତି ଶ୍ରୀ ସୁବାସ ନାୟକ ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ କୋଣାର୍କ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ହୋଟେଲ ମାନଙ୍କରେ ସମସ୍ତ ପ୍ରକାର ଆତିଥ୍ୟ ପ୍ରଦାନ ସହ ସେମାନଙ୍କର ସୁରକ୍ଷା ପ୍ରତି ବେଶେଷ ଗୁରୁତ୍ୱ ଦିଆଯିବ ବୋଲି ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।