Odisha news

ଲୋକଙ୍କ ଭାଗ୍ୟ ବଦଳାଉଛି ଏହି ନଦୀ, ପ୍ରତିଦିନ ବାହାରୁଚି ପୁଳା ପୁଳା ସୁନା

0
ନୂଆଦିଲ୍ଲୀ : ଭାରତ ର ଏପରି ଗୋଟିଏ ନଦୀ ଯିଏ କି ନିଜର ନାମ କୁ ନେଇ ଜଣାଶୁଣା । ସେହିଭଳି ଗୋଟିଏ ନଦୀ ହେଉଛି ସୁବର୍ଣ୍ଣ ରେଖା ନଦୀ,ଯାହା ଝାରଖଣ୍ଡ ରୁ ବାହାରି ପଶ୍ଚିମ ବଙ୍ଗ ଓ ଓଡ଼ିଶା ଦେଇ ବହି ଯାଇଚି । ଏହି ନଦୀ କୁଳର ଅଧିବାସୀ ମାନେ ସକାଳୁ ଉଠି ଏହି ନଦୀ କୂଳ କୁ ଯାଇ ଥାଆନ୍ତି ଓ ବାଲି ରୁ ଛାଣି ସୁନା ଆଣୁ ଛନ୍ତି । ଏହି କାମ ରେ ସେମାନଙ୍କ ର ଅନେକ ପିଢ଼ି କାର୍ଯ୍ୟ କରୁଛନ୍ତି ।
ଏହି ନଦୀ ଟି ଝାରଖଣ୍ଡ ର ରାଞ୍ଚି ସହରରୁ ପ୍ରାୟ ୧୬ କିମି ଦୂର । ଏହି ନଦୀ ଟି ନିଜ ଉନ୍ମାଦ ସ୍ଥଳରୁ ବାହାରିବା ପରେ କୌଣସି ନଦୀ ସହିତ ସଂଯୋଗ ହେଉ ନାହିଁ । ସିଧାସଳଖ ପଶ୍ଚିମ ବଙ୍ଗ ରେ ଯାଇ ପଡିଥାଏ । ମିଳିଥିବା ସୂଚନା ଅନୁସାରେ ଏହି ନଦୀ ବଡ଼ ବଡ଼ ଚଟାଣ ଦେଇବହି ଯାଉଥିବା କାରଣରୁ ଏଥିରେ ସୁନା ଖଣ୍ଡମାନ ଭାସୁଛି । ନଦୀ ବାଲି ରୁ ସୁନା ଛାଣି ଆଣି ଲୋକ ମାନେ ନିଜର ଜୀବନ ଯାପନ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଦିନ ସାରା ବାଲି ଛାଣିବା ପରେ ସାମାନ୍ୟ କଣିକା ଟିଏ ପାଇ ଥାଆନ୍ତି କିମ୍ବା ଦୁଇଟି କଣିକା ପାଆନ୍ତି । ତାହାକୁ ବିକି ୮୦-୧୦୦ ଟଙ୍କା କମାନ୍ତି । ଯାହାଦ୍ଵାରା ଗୋଟିଏ ମାସର ଆୟ ୫ -୮ ହଜାର ଟଙ୍କା ପାଖାପାଖି ହୋଇଥାଏ ।
Leave A Reply