ନୂଆଦିଲ୍ଲୀ : ହାଇଦ୍ରାବାଦର ଜଣେ ଲ ପଢ଼ୁଥିବା ଛାତ୍ରୀ ୪୦୪୨ ଟି ଚାଉଳ ଦାନାରେ ଭାଗବତ ଗୀତା ଲେଖିଛନ୍ତି l ଏହି କାର୍ଯ୍ୟକୁ କରିବା ପାଇଁ ଛାତ୍ରୀ ଜଣଙ୍କୁ ୧୫୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ଓ ତାଙ୍କର ୨ ହଜାର କଳାକୃତିର ସଂଗ୍ରହରେ ଆଉ ଗୋଟିଏ ଅଦ୍ଭୁତ କାର୍ଯ୍ୟ ଯୋଡି ହୋଇଗଲା l ରାମାଗିରି ସ୍ୱରିକା ନିଜକୁ ଦେଶର ପ୍ରଥମ ମାଇକ୍ରୋ ଆର୍ଟିଷ୍ଟ ମହିଳl ଭାବରେ ଦାବି କରିଛନ୍ତି l ସେ କହିଛନ୍ତି ମୋର ସବୁଠାରୁ ଉନ୍ନତ କାମ ହେଲା ଏହି ଚାଉଳରେ ଲେଖା ହୋଇଥିବା ଭାଗବତ ଗୀତା ,ଯାହାକୁ ସାରିବା ପାଇଁ ମତେ ୧୫୦ ଘଣ୍ଟା ସମୟ ଲାଗିଥିଲା l ମୁଁ ମାଇକ୍ରୋ ଆର୍ଟ ତିଆରି କରିବା ପାଇଁ ଅଲଗା ଲାଗ ଜିନିଷର ବ୍ୟବହାର କରିଥାଏ l
ସେଥିରେ ମୁଁ କ୍ଷୀର ,ପେପର ଓ ଅନ୍ୟ ଖାଦ୍ୟ ପଦାର୍ଥରେ କଳାକୃତି କରି ସାରିଛି l କିଛି ଦିନ ତଳେ ସ୍ୱରିକା ହେୟାର ଟ୍ରେଣ୍ଡ ଉପରେ ସମ୍ବିଧାନର ପ୍ରସ୍ତାବନା ଲେଖିଥିଲେ ,ସେଥିପାଇଁ ତାଙ୍କୁ ତେଲେଙ୍ଗାନାରେ ରାଜ୍ୟପାଳ ସମ୍ମାନିତ କରିଥିଲେ l ସେ କହିଛନ୍ତି ମୋର କଳା ଓ ସଂଗୀତରେ ରୁଚି ରହିଛି l ସେଥିପାଇଁ ପିଲାଟି ବେଳରୁ ମୁଁ ଅନେକ ପୁରସ୍କାର ପାଇଛି l ଚାରି ବର୍ଷ ପୂର୍ବରୁ ଚାଉଳ ଦାନାରେ ଭଗବାନ ଗଣେଶ ଙ୍କର ଚିତ୍ର ବନାଇ ମାଇକ୍ରୋ ଆର୍ଟର ଆରମ୍ଭ କରିଥିଲି l ଏହାପରେ ଗୋଟିଏ ଚାଉଳ ଦାନl ଉପରେ ଇଂରାଜୀ ସମସ୍ତ ବର୍ଣ୍ଣମାଳା ଲେଖିଥିଲି l
୨୦୧୭ ରେ ସ୍ୱରିକାଙ୍କୁ ଅନ୍ତରାଷ୍ଟ୍ରୀୟ ଓଡର ବୁକ ଅଫ ରେକର୍ଡରେ ସମ୍ମାନିତ କର ଯାଇଛି l ୨୦୧୯ ରେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା ଓ ଭାରତର ପ୍ରଥମ ମାଇକ୍ରୋ ଆର୍ଟିଟ୍ସ ଭାବରେ ମାନ୍ୟତା ଦିଆଯାଇଥିଲା l ଗୋଟିଏ ଲର ଛାତ୍ରୀ ହୋଇଥିବା କାରଣରୁ ସ୍ୱରିକା ଜଜ ହେବାକୁ ଚାହୁଁଛନ୍ତି l