ନୂଆଦିଲ୍ଲୀ : ଚୀନରେ ଜଜିଆଙ୍ଗ ପ୍ରାନ୍ତରେ ସୋସିଆଲ ମିଡ଼ିଆ ଓ ଫୋନ ଜରିଆରେ ଉଭୟ ପୁଅ ଓ ଝିଅ ଘନିଷ୍ଠ ହୋଇଥିଲେ l ସେମାନଙ୍କର ଘନିଷ୍ଠତା ଦିନକୁ ଦିନ ବଢିବାକୁ ଲାଗିଲା ତେଣୁ ଉଭୟ ଉଭୟଙ୍କ ସହିତ ସମ୍ନାସାମ୍ନି ଦେଖା କରିବାକୁ ଚାହିଁଲେ l ତାପରେ ଦୁଇଜଣ ଫୋନରେ କଥା ହୋଇ ଗୋଟିଏ ଭୋଜନାଳୟକୁ ବାଛିଲେ l ଏହା ଦୁଇଜଣଙ୍କର ପ୍ରଥମ ସାକ୍ଷାତ ଥିଲା l ନିର୍ଧାରିତ ସମୟ ଅନୁସାରେ ଯୁବକ ଜଣଙ୍କ ଭୋଜନାଳୟରେ ପହଞ୍ଚି ଗଲେ l ପହଞ୍ଚିବା ପରେ ସେଠାରେ ସେ ପ୍ରଥମ ସାକ୍ଷାତ ପାଇଁ ଖୁସିରେ କିଛିଟା ସାଜସଯ୍ୟ କଲେ l ଯୁବକ ଜଣଙ୍କର ପ୍ରେମିକ ସାକ୍ଷାତ କରିବାକୁତ ପହଞ୍ଚିଥିଲେ କିନ୍ତୁ ଏକୁଟିଆ ନୁହେଁ l
ସେ ନିଜ ସହିତ ସାଙ୍ଗ ଓ ପରିଜନଙ୍କୁ ମିଶାଇ ୨୩ ଜଣଙ୍କୁ ନେଇଥିଲେ l ଆରମ୍ଭରୁ ସବୁକିଛି ଠିକଠାକ ଚାଲିଲା l ଖିଆପିଆ ସହିତ ହସଖୁସି ମଧ୍ୟ ହେଲା l ଏହା ପରେ ଭୋଜନାଳୟ ପକ୍ଷରୁ ଯୁବକ ଜଣଙ୍କ ବିଲ ମାଗିଥିଲେ ,ବିଲ ଦେଖିଲା ପରେ ସେ ଡରି ଯାଇଥିଲେ l ଏହାପରେ ପ୍ରେମିକ ଜଣଙ୍କ ସେଠାରୁ ଫେରାର ହୋଇଗଲେ l ବିଲଟି ପାଖାପାଖି ଭାରତୀୟ ମୁଦ୍ରାରେ ୨ଲକ୍ଷ ୧୭ ହଜାର ଟଙ୍କାର ଥିଲା ,ଯାହା ଚୀନ ମୁଦ୍ରାରେ ୧୯୮୦୦ ୟୁଆନ ଅଟେ l ଯୁବକ ଜଣଙ୍କ ଏହି ବିଲକୁ ଦେଖି ସେଠାରୁ ପଳାଇବାକୁ ଉଚିତ ମାନେ କଲେ l ଯୁବକ ଜଣଙ୍କ ସେଠାରୁ ପଳାଇବା ପରେ ତାଙ୍କର ପ୍ରେମିକl ସମସ୍ତ ବିଲ ଦେଇଥିଲେ l
ପ୍ରେମିକ ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କର ଉଦାରତା ପରଖିବା ପାଇଁ ସମସ୍ତଙ୍କୁ ନେଇ ସାଙ୍ଗରେ ଆସିଥିଲେ l ଯୁବତୀ ଜଣଙ୍କ ତାଙ୍କ ପ୍ରେମିକାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ,ଏହା ପରେ ତାଙ୍କ ପ୍ରେମିକ ବିଲର ଅଧା ପଇସା ଦେବା ପାଇଁ ରାଜି ହୋଇଥିଲେ l