Odisha news

ଅକ୍ଟୋବର ୧୩ ତାରିଖ ଦିନ ଅନ୍ତରୀକ୍ଷରେ ଏପରି ଏକ ଦୃଶ୍ୟ ଦେଖାଯିବ ଯାହା ଆଉଥରେ ୨୦୩୫ ଆପଣ ଦେଖିବାକୁ ପାଇବେ

0

ନୂଆଦିଲ୍ଲୀ : ମାତ୍ର ଦୁଇଦିନ ପରେ ଅକ୍ଟୋବର ୧୩ ତାରିଖ ଦିନ ଅନ୍ତରୀକ୍ଷରେ ଏପରି ଏକ ଦୃଶ୍ୟ ଦେଖାଯିବ ଯାହା ଆଉଥରେ ୨୦୩୫ ଆପଣ ଦେଖିବାକୁ ପାଇବେ ସେଥିପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ l ସେହି ଦିନ ମଙ୍ଗଳ ଗ୍ରହ ପୃଥିବୀର ସବୁଠୁ ନିକଟରେ ହେବ ଓ ବଡ ଆକାରର ଦେଖାଯିବ l ଭୂଗୋଳ ବୈଜ୍ଞାନିକ ମାନେ ଓ ମଙ୍ଗଳ ଗ୍ରହକୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ଖୁସିର ଖବର l ଏହି ଦିନ ଅଳ୍ପ ସମୟ ପାଇଁ ମଙ୍ଗଳ ଗ୍ରହ ପୃଥିବୀର ନିକଟରେ ହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି l ଏହା ସେହି ସମୟରେ ହେବେ ଯେତେବେଳେ ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କର ବିପରୀତ ଦିଗରେ ରହିବ ଓ ପୃଥିବୀ ସିଧା ସଳଖ ସୂର୍ଯ୍ୟ ଓ ମଙ୍ଗଳଙ୍କ ମଧ୍ୟରେ ରହିବ l

ମଙ୍ଗଳ ଓ ପୃଥିବୀଙ୍କ ପରିକ୍ରମା ଏକ ସାଙ୍ଗରେ ହୋଇଥିବା କାରଣରୁ ମଙ୍ଗଳ ସୂର୍ଯ୍ୟସ୍ଥ ସମୟରେ ଆକାଶରେ ଦେଖାଯିବ l ସେହି ସମୟରେ ଗ୍ରହ ଗୁଡିକ ଚମକୁଥାନ୍ତି ଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅଧିକ ବଡ ଓ ସ୍ପଟ ଦେଖା ଯାଆନ୍ତି l ବୈଜ୍ଞାନିକ ମାନେ କହିଛନ୍ତି ଯେ ମଙ୍ଗଳ ଗ୍ରହ ଅକ୍ଟୋବର ୬ ତାରିଖ ଦିନ ପୃଥିବୀର ନିକଟତର ଥିଲା ,କିନ୍ତୁ ଅନ୍ୟ ଗ୍ରହ ଗୁଡିକ କକ୍ଷ ମାଧ୍ୟଙ୍କ ଆସିବା କାରଣରୁ ଦେଖାଯାଇନଥିଲା l ଏହି ଜାଗତିକ ଦୂର୍ଷ୍ୟ ଦେଖିବା ପାଇଁ ଆକାଶ ସନ୍ଧ୍ୟା ସମୟରେ ସଫା ରହିବ ଆବଶ୍ୟକ l ଯଦି ଆକାଶ ସଫା ଥିବା ତେବେ ଆପଣ ପୂର୍ବ ଦିଗରେ ଏହାକୁ ଦେଖି ପାରିବେ l

ମଙ୍ଗଳ ଗ୍ରହ ନିଜର ଉଜ୍ୱଳତା ଓ ନାରଙ୍ଗୀ ରଙ୍ଗ ଯୋଗୁ ଚମତ୍କାର ଦେଖାଯାଇଥାଏ l ସେହିଦିନ ମଧ୍ୟ ନାରଙ୍ଗୀ ରଙ୍ଗର ଦେଖାଯିବ l ମଙ୍ଗଳ ରାତିଅଧ ବେଳକୁ ଦକ୍ଷିଣ ଦିଗକୁ ଚାଲିଯିବ l ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଉଚ୍ଚ ଗୁଣବର୍ତ୍ତl ଯୁକ୍ତ ଦୂରବୀକ୍ଷଣ ଯନ୍ତ୍ର ରହିଛି ତେବେ ଆପଣ ଦକ୍ଷିଣ ଦିଗରେ ମଧ୍ୟ ଦେଖି ପାରିବେ l ଯେଉଁ ଗ୍ରହ ଖାଲି ଆଖିରେ ତାର ଭଳି ଦେଖାଯାଏ ତାହା ଚନ୍ଦ୍ରମା ଭଳି ସ୍ପଟ ଭାବରେ ଦେଖାଯିବ l

Leave A Reply