Odisha news

ଚୀନର ଆର୍ଥିକ ସାହାଯ୍ୟରେ ଶ୍ରୀଲଙ୍କା ଖୁସ : ଶ୍ରୀଲଙ୍କା କହିଲା ଚୀନ୍ ଆମର ଜଣେ ବିଶ୍ୱସ୍ତ ବନ୍ଧୁ

0

ବର୍ତମାନ ଚୀନ ଜାଲରେ ଆସ୍ତେ ଆସ୍ତେ ଶ୍ରୀଲଙ୍କା ଫସିବାକୁ ଯାଉଛି l ଚୀନ ସହିତ ବିଭିନ୍ନ ପ୍ରକଳ୍ପ ଓ ରୁଣ ମଧ୍ୟ ନେବାକୁ ପଛାଉନାହିଁ l ଶ୍ରୀଲଙ୍କା ଏଭଳି ପରିସ୍ଥିତିରେ ଲୋନ ନେଉଛି ଯେତେବେଳେ ତାର ଆର୍ଥିକ ସ୍ତିତି ବହୁତ ଖରାପ ଅଛି l କରୋନା କାରଣରୁ ଶ୍ରୀଲଙ୍କାର ଆର୍ଥିକ ସ୍ତିତି ଖରାପ ଥିଲାବେଳେ ଏହି ସୁଯୋଗର ଫାଇଦା ଚୀନ ନେବାକୁ ଚେଷ୍ଟା କରୁଛି l

ଏହି ବର୍ଷ ଶ୍ରୀଲଙ୍କା ଚୀନ ସହିତ ଭଲ ସମ୍ପର୍କ ରଖି ଦେଶର ଉନ୍ନତି ପାଇଁ ଚୀନ ସରକାର ଶ୍ରୀଲଙ୍କାକୁ ଲୋନ ଦେବାପାଇଁ ସାହାଯ୍ୟର ହାତ ବଢ଼ାଇଥିଲା ଯାହାଦ୍ୱାରା ଶ୍ରୀଲଙ୍କା ସରକାର ଖୁସିବ୍ୟକ୍ତ କରିଥିଲା କିନ୍ତୁ ହାମବନ୍ତୋଟା ବନ୍ଦର ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣରେ ଚୀନ୍ ଯେପରି ତାର ଏଜେଣ୍ଡା କାର୍ଯ୍ୟକାରୀ କରିଛି ତାହା ବିଶ୍ଳେଷକମାନେ ପ୍ରଶ୍ନ କରିଛନ୍ତି । ଅନେକ ବିଶ୍ଳେଷକ ବିଶ୍ୱାସ କରୁଛନ୍ତି ଚୀନ୍ ଶ୍ରୀଲଙ୍କାକୁ ଋଣ ଜାଲରେ ଫସେଇବାକୁ ଚେଷ୍ଟା କରୁଛି l

ପ୍ରକାଶ ଥାଉକି, ସୋମବାର, ଏହି ବିଶ୍ଳେଷକମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ ଯେତେବେଳେ ଶ୍ରୀଲଙ୍କା ରାଷ୍ଟ୍ରାୟତ୍ତ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଚାଇନା ସହିତ 50 କୋଟି ଡଲାର ରୂଣ ନେଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କରୋନା ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଶ୍ରୀଲଙ୍କାର ଆର୍ଥିକ ସ୍ଥିରତା ବଜାୟ ରଖିବା। ଗତ ମାସରେ ଶ୍ରୀଲଙ୍କା ଚୀନ୍ ସହିତ 1.5 ବିଲିୟନ ଡଲାରରେ ଚୁକ୍ତି କରିଥିଲା ​​

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବେଜିଂରେ ଥିବା ଶ୍ରୀଲଙ୍କା ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ଆମର ଜଣେ ବିଶ୍ୱସ୍ତ ବନ୍ଧୁ ଏବଂ କଠିନ ସମୟରେ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇ ଆମର ଦୃଢ ସମ୍ପର୍କକୁ ପ୍ରତିଫଳିତ କରିଛି।

ଆର୍ଥିକ ସହାୟତା ବ୍ୟତୀତ ଚୀନ୍ ଶ୍ରୀଲଙ୍କା ସରକାରଙ୍କ ସହ ଅନ୍ୟ ସବୁ ଦିଗରେ ସହଯୋଗ କରୁଛି। କିଛି ଦିନ ପୂର୍ବରୁ ଯେତେବେଳେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଥିଲା ସେତେବେଳେ ଚୀନ୍ ଏହାର ସମର୍ଥନ ଦେଇ ନଥିଲା। ତାମିଲ ପ୍ରସଙ୍ଗ ହେତୁ ଭାରତ ଏହି ଭୋଟ୍ ଠାରୁ ଦୂରେଇ ରହିଲା। ଚୀନ୍ କଲମ୍ବୋ ବିମାନବନ୍ଦରରେ ଏକ ଟର୍ମିନାଲ୍ ବିକାଶ କରୁଥିବାବେଳେ ଶ୍ରୀଲଙ୍କା ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ଟାଣି ନେଇଛି। ମୋଟ ଉପରେ ଚୀନ୍ ଶ୍ରୀଲଙ୍କାରେ ଭାରତକୁ କୂଟନୀତି ସ୍ତରରେ ପରାସ୍ତ କରୁଥିବା ଜଣାପଡିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୁଣ ଶ୍ରୀଲଙ୍କାକୁ ଏମିତି ସମୟରେ ଦିଆଯାଇଥିଲା ଯେଉଁ ସମୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମାର୍ଚ୍ଚ 2021 ରେ 4.05 ବିଲିୟନ ଡ଼ଲାରକୁ ଖସି ଆସିଥିଲା l

ଜଣାପଡେଯେ ଚୀନ୍ ଭଳି ଏକ ଅଣ-ଗଣତାନ୍ତ୍ରିକ ଦେଶ ମାଧ୍ୟମରେ ଶ୍ରୀଲଙ୍କା ନିଜର ଆଗ୍ରହ ଦେଖାଇବାକୁ ଚେଷ୍ଟା କରୁଛି କିନ୍ତୁ ବାସ୍ତବତା ହେଉଛି ଏହା ବେଜିଂର ରୁଣ ଜାଲରେ ଫସିବାକୁ ଯାଉଛି

Leave A Reply