Odisha news

ଶ୍ରୀଲଙ୍କାର ବୁର୍ଖା ପ୍ରତିବନ୍ଧକକୁ ନେଇ ନୂଆ ଚାଲ୍ : ନା ପାକିସ୍ତାନକୁ ଭୟକରି ପଛକୁ ହଟାଉଛି ଶ୍ରୀଲଙ୍କା

ନୂଆଦିଲ୍ଲୀ :ଶ୍ରୀଲଙ୍କା ବୁର୍ଖା ପ୍ରତିବନ୍ଧକୁ ଘୋଷଣା କରିବା ପରେ ସେ ପଛକୁ ହଟିଥିବାର ଦେଖା ଦେଇଛି l ବର୍ତ୍ତମାନ ଶ୍ରୀଲଙ୍କା ନିଜ ସଫେଇରେ କହିଛି ଯେ ତରବରିଆ ଭବରେ ବୁର୍ଖାକୁ ନେଇ ପ୍ରତିବନ୍ଧକ ଲଗାଯିବ ଆବଶ୍ୟକ ନୁହେଁ l ମଙ୍ଗଳବାର ଦିନ ଶ୍ରୀଲଙ୍କାର କ୍ୟାବିନେଟର ପ୍ରବକ୍ତା କେହେଲିଆ କହିଛନ୍ତି ଏହା ଏକ ଗମ୍ଭୀର ସମସ୍ୟା ଏହା ଉପରେ ନିଷ୍ପତି ନେବା ପୂର୍ବରୁ ପରାମର୍ଶର ଆବଶ୍ୟକତା ରହିଛି l ଏହି ନିଷ୍ପତି ଉପରେ ମୁସଲ୍ମାନ ସଂଗଠନର ପରାମର୍ଶ ଓ ସହମତି ପରେ ଲାଗୁ କରାଯିବ l ଆମେ ଏହି ପ୍ରସ୍ତାବକୁ ନେଇ କୌଣସି ତରବରିଆ ପଦକ୍ଷପ ନେବାକୁ ଚାହୁଁନାହୁଁ l

ଶ୍ରୀଲଙ୍କାର ଏହି ବୟାନ ସେତେବେଳେ ଆସିଲା ଯେତେବେଳେ କଲମ୍ବ ସ୍ଥିତ ପାକିସ୍ତାନୀ ଦୂତାବାସର ଅଧିକାରୀ ଏହି ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l ପାକିସ୍ତାନ କହିଥିଲା ଏହା ବିଭାଜନକାରି ନିଷ୍ପତି ଅଟେ ଓ ଏହା ଦ୍ୱାରା ଶ୍ରୀଲଙ୍କା ସହିତ ଦୁନିଆରେ ଥିବା ସମସ୍ତ ମୁସଲ୍ମାନ ଭାବନା ଆହତ ହେବ l ପାକିସ୍ତାନୀ ଦୂତାବାସର ଅଧିକାରୀ କହିଥିଲେ କରୋନା ମହାମାରୀ କାରଣରୁ ଶ୍ରୀଲଙ୍କା ପୂର୍ବରୁ ଆର୍ଥିକ ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହୋଇଛି ଓ ଅନ୍ତର୍ଜାତୀୟ ମଞ୍ଚରେ ଶ୍ରୀଲଙ୍କାକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି l

ଏପରି ପରିସ୍ଥିତିରେ ଆର୍ଥିକ ଅସୁବିଧା ପରେ ସୁରକ୍ଷା ନାମରେ ଏଭଳି ବିଭାଜନକାରୀ ପଦକ୍ଷପ ଉଠାଇବା ଦ୍ୱାରା ଅଳ୍ପ ସଂଖ୍ୟକ ମାନଙ୍କ ପାଇଁ ଏକ ଆହ୍ୱାନ ହୋଇଯିବ l ଗତମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ସମୟରେ ଶ୍ରୀଲଙ୍କାର ନିଷ୍ପତିକୁ ସ୍ୱାଗତ କରିଥିଲେ ,କାରଣ କରୋନା ମହାମାରୀରେ ମୃତ୍ୟୁବରଣ କରୁଥିବା ମୁସଲ୍ମାନ ମାନଙ୍କର ଶବକୁ ପୋତିବାପାଇଁ ଅନୁମତି ଦିଅ ଯାଇଥିଲା l ଅଧିକାଂଶ ବୁଦ୍ଧିଜୀବୀ ମତ ଦେଇଛନ୍ତି ଯେ ପାକିସ୍ତାନର କଡା ମନଭାବ ଯୋଗୁ ଶ୍ରୀଲଙ୍କା ବୁର୍ଖା ବ୍ୟାନକୁ ନେଇ ପଛକୁ ହଟାଇଛି l

Comments are closed.