Odisha news

ସୋରରେ ଚୋରା ମଦ ବିକ୍ରି ଆଡ୍ଡାରେ ପୁଲିସ ଚଢ଼ାଉ : ଚୋରା ମଦ ଜବତ,ବେପାରୀ ଫେରାର

0

ସୋର : ସୋର ପୁଲିସ ପକ୍ଷରୁ ମ୍ୟୁନିସିପାଲିଟି ଅନ୍ତର୍ଗତ ୨ଟି ସ୍ଥାନରେ ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ନିଦେ୍ର୍ଦଶରେ ଚଢ଼ାଉ କରାଯାଇ ଚୋରା ମଦ ଜବତ କରାଯାଇଥିବା ବେଳେ ବେପାରୀ ଫେରାର ହୋଇଯାଇଛି । ସୋର ସହରସ୍ଥ ୩ନଂ ୱାର୍ଡ ଡିପାସାହିରେ ଚୋରା ମଦ ବ୍ରିକ୍ରି ହେଉଥିବା ଖବର ପାଇ ସୋର ପୁଲିସ ଚଢ଼ାଉ କରିଥିଲା ।

ଏହି ସାହିର ପଣ୍ଡା ଟୁଡୁ ଘରେ ଚଢ଼ାଉ କରାଯାଇଥିବା ବେଳେ ଘର ପଛ ପଟେ ଏକ ଅପନ୍ତରା ସ୍ଥାନରେ ଥିବା ଏକ ପରିତ୍ୟକ୍ତ କୁଣ୍ଡ ମଧ୍ୟରୁ ୨୦ ଲିଟରରୁ ଉଦ୍ଧ୍ୱର୍ ଚୋରା ଦେଶୀ ମଦ ଜବତ କରାଯାଇଥିଲା ।

ବେପାରୀ ଫେରାର ହୋଇଯାଇଥିବା ବେଳେ ଚୋରା ମଦ ଜବତ କରି ମାମଲା ରୁଜୁ କରାଯାଇଛି । ସେହି ପରି ମଧÿୁସୂଦନପୁର ପଞ୍ଚାୟତ ଆଗିରିଆ  ଗ୍ରାମର ଅଜୟ କୁମାର ବେହେରା ବିଦେଶୀ ଠିପି ବନ୍ଦ ସେଲ୍ କଉଣ୍ଟରରୁ ଅଧିକ ପରିମାଣର ମଦ ନେଉଥିବା ବେଳେ ପୁଲିସ ତାକୁ ପିଛା କରି କଲେଜ ଛକ ନିକଟରୁ ମଦ ଜବତ କରିଥିଲା । ଦୁଇ ଦିନ ତଳେ ସୋର ନିକଟ ଜାତୀୟ ରାଜପଥ ପାଶ୍ୱର୍ ହୋଟେଲ ଜଗତ ଜନନୀ ଓ ଅତିଥିରୁ ଚୋରା ମଦ ଜବତ କରାଯାଇ ମାମଲା ରୁଜୁ କରାଯାଇଛି । ଏସ୍ଆଇ ଚନ୍ଦ୍ରଶେଖର ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ ।

Leave A Reply