Odisha news

ସୋର : ଦୁର୍ଘଟଣାଗ୍ରସ୍ତ ଷଣ୍ଢକୁ ଘରେ ରଖି ଚିକିତ୍ସା ଦାୟିତ୍ୱ ନେଲେ ଭାରତଭୂଷଣ , ଅପରେସନ୍ ପରେ ୩ ଗୋଡରେ ଛିଡା ହେଲା ଷଣ୍ଢ

0

ସୋର, ୪/୭- ଏବେ ବସ୍ତୁବାଦୀ ଦୁନିଆରେ ମଣିଷ ଅନ୍ୟର ଦୁଃଖ ଦେଖି କୈାଣସି ଆଳରେ ମୁହଁ ବୁଲାଇ ଚାଲି ଯାଉଥିବା ବେଳେ ଅଜଣା ଗାଡି ଧକ୍କାରେ ରାସ୍ତା କଡରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଏକ ଷଣ୍ଡକୁ ଘରକୁ ନେଇ ଅପରେସନ୍ କରାଇ ସୁସ୍ଥ କରିଛନ୍ତି ଭାରତଭୂଷଣ । ଏମିତି ଏକ ମାନବୀୟ କାର୍ଯ୍ୟ କରିଛନ୍ତି ସୋର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ଗଞ୍ଜ ଗ୍ରମର ଭାରତଭୂଷଣ । ଗତ ମାସ ୨୮ ତାରିଖରେ ଜାତୀୟ ରାଜପଥ ନଟାପଡା ଛକରେ ଏକ ଅଜଣା ଗାଡି ଧକ୍କାରେ ଷଣ୍ଡଟିଏ ଗୁରୁତର ଆହତ ହୋଇ ରାସ୍ତାକଡରେ ମୁମୁର୍ଷ ହୋଇପଡିଥିଲା । ଦେଖଣାହାରୀ ଏହି ଘଟଣାକୁ ଗୁରୁତ୍ୱ ଦେଉନଥିବା ବେଳେ ଭାରତଙ୍କ ହୃଦୟ ବ୍ୟଥିତ ହୋଇଥିଲା ।

ଏକ ଅଟୋରେ ଷଣ୍ଢକୁ ପଶୁଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଏକ ଜରୁରୀ ଅପରେସନ୍ ଆବଶ୍ୟକ ଥିବା ଡାକ୍ତରଙ୍କ ପରାମର୍ଶରେ ସେ ଷଣ୍ଢକୁ ଘରକୁ ନେଇ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଘର କରି ସେବାସୁଶ୍ରୁଷା ଆରମ୍ଭ କରିଥିଲେ । କିଛି ଦିନ ପରେ ଡାକ୍ତର ବିଜୟ କୁମାର ପଟ୍ଟନାୟକ , ସହାୟକ ଗୋଲକ ପାତ୍ର ଓ ଉପେନ୍ଦ୍ର ସେଠୀ ଷଣ୍ଢର ନଷ୍ଟ ହୋଇଥିବା ଗୋଡ କାଟି ଅଲଗା କରିଥିଲେ । ଏବେ ଷଣ୍ଢଟି ସଂପୂର୍ଣ୍ଣ ସୁସ୍ଥ ହୋଇ ୩ ଗୋଡରେ ଠିଆ ହୋଇ ଧିରେ ଧିରେ ଚାଲିବା ଆରମ୍ଭ କରିବା ଦୃଶ୍ୟ ଭାରତଙ୍କୁ ଯତେଷ୍ଟ ଆତ୍ମସନ୍ତୋଷ ଦେଉଛି । ସ୍ଥାନୀୟ ଲୋକେ ଭାରତଙ୍କ ଏହି ମହନୀୟତାରେ ଏବେ ଶତମୁଖ ।

Har Ghar Tiranga

Leave A Reply