ସୋର,୩/୬: ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଗ୍ରାମର ଜଣଙ୍କ ଘର ନିକଟରୁ ଏକ ୧୨ ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇ କୁଳଢ଼ିଆ ଜଙ୍ଗଲରେ ଛଡା ଯାଇଛି। ଆଜି ସନ୍ଧ୍ୟାରେ ଏହି ଗ୍ରାମର ରାସବିହାରୀ ବାରିକଙ୍କ ବାଡ଼ିରେ ବାର ଫୁଟ ଲମ୍ବର ଏକ ବିଶାଳକାୟ ଅହିରାଜ ସାପ ଘରକୁ ପ୍ରବେଶ କରୁଥିବା ପରିବାର ଲୋକେ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।ଖବରପାଇ ଖୁଣ୍ଟା ପାଟଣା ସେକ୍ସନର ବନରକ୍ଷୀ ଫୁଲମଣୀ ମୁର୍ମୁ, ଦେବେନ୍ଦ୍ର ରାଉତ, ବସନ୍ତ ସେଠୀ ସାପ ଧରାଳି କାର୍ତ୍ତିକ ସେଠୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାପ ଧରାଳି ଶ୍ରୀ ସେଠୀ ସାପ ଟିକୁ ଧରି ବନ କର୍ମଚାରୀଙ୍କ ସହାୟତାରେ କୁଳଢ଼ିଆ ଅଭୟାରଣ୍ୟରେ ଛାଡିଥିବା ସୂଚନା ମିଳିଛି। ସାପଟିର ଲମ୍ବ ବାର ଫୁଟ ହୋଇଥିବା ବେଳେ ଓଜନ ୧୫ କିଲୋ ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି।