ସୋର, ୨୬/୫- ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ଛାତ୍ରୀ ଆୟୁଶୀ ଅଗ୍ରୱାଲ ସର୍ବାଧିକ ୫୩୯ ରଖି ମହାବିଦ୍ୟାଳୟର ଟପର ହୋଇଛନ୍ତି । ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗ୍ରାମର ଚିନୁ ଅଗ୍ରୱାଲ ଏବଂ ସୁରେଖା ଅଗ୍ରୱାଲଙ୍କ ଝିଅ ଆୟୁଶୀ ସୋର ହେପିହୋମ ସ୍କୁଲରୁ ୯୦ ପ୍ରତିଶତ ନମ୍ବର ରଖି ମ୍ୟାଟ୍ରିକ୍ ପାସ କରିବା ପରେ ବାଣିଜ୍ୟ ପଢ଼ିବା ପାଇଁ ନିଷ୍ପତ୍ତ୍ି ନେଇଥିଲେ । ଆଗାମୀ ଦିନରେ ଜଣେ ଚାଟାର୍ଡ଼ଏକାଉଟେଣ୍ଡ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଏହି ସଫଳତା ପାଇଁ ସେ ପ୍ରଥମେ ୍ତାଙ୍କର ବାପା ଓ ମା ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅରୁଣ କୁମାର ପାଢ଼ୀଙ୍କୁ ଶ୍ରେୟ ଦେଇଛନ୍ତି ।