ସୋର : ଆଜି ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗିଭଅଁରା ଗ୍ରାମର ଜଣେ ଯବାନ ଗତ ଜୁନ୍ ମାସରେ ଅବସର ଗ୍ରହଣ କରି ଘରକୁ ଫେରିଥିଲେ । ସେ ୧୪ ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାପରେ ତାଙ୍କର ସ୍ୱାବ୍ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ଗ୍ରାମର ବ୍ୟକ୍ତି ଜଣକ ରାଜସ୍ଥାନରେ ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ ।
ଗତ ଜୁନ୍ ୩୦ ତାରିଖରେ ସେ ଅବସର ଗ୍ରହଣ କରିଥିଲେ । ୧୫ ଦିନ ତଳେ ସେ ଘରକୁ ଫେରି ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ତାଙ୍କର କରୋନା ଲକ୍ଷଣ ଜଣାପଡ଼ିବାରୁ ଗତ ୨ ଦିନ ତଳେ ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା । ସେଥିରେ ପଜିଟିଭ୍ ଥିବା ଆଜି ଜଣା ପଡ଼ିବା ପରେ ତାଙ୍କୁ ପ୍ରଶାସନ ତରଫରୁ ବାଲେଶ୍ୱର କୋଭିଡ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କର ଆସନ୍ତାକାଲି ସ୍ୱାବ ପରୀକ୍ଷା ପାଇଁ ଯିବା ସହିତ ଆଜି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।