ସୋର : ଗତମାସ ୨୬ରୁ ଆରମ୍ଭ ହୋଇଥିବା ୨ ଦୁନିଆ ଲଗୁଚାପ ଜନିତ ଲଗାଣ ବର୍ଷାରେ ତଳିଆ ଜମିରେ ପାଣି ଜମି ରହିବାରୁ ହଜାର ହଜାର ହେକ୍ଟର ଜମିରେ ତଳି ରୁଆ ଧାନ ପଚି ଯାଇଥିଲା । ବନ୍ୟା କ୍ଷତିରେ ଚାଷୀ ଚିନ୍ତାରେ ଥିବା ବେଳେ ଚାଷ ଜମିରେ ଜଳାଭାବ ପାଇଁ ଚାଷ ଉଜୁଡିଯିବାକୁ ବସିଛି ।
ଏଥର କରୋନା ସଂକ୍ରମଣ ଭୟରେ ସହର ଠାରୁ ଗ୍ରାମାଞ୍ଚଳର ହଜାର ହଜାର ପ୍ରବାସୀ ଘରକୁ ଫେରି ଚାଷ କରି ପରିବାର ପ୍ରତିପୋଷଣର ଆଶା ରଖିଥିଲେ । ଏଥର ଖରିଫ୍ ଚାଷରେ ଘର ଫେରନ୍ତା ପ୍ରବାସୀଙ୍କ ପ୍ରାୟ ପଡିଆ ବିଲ ଦେଖିବାକୁ ମିଳୁନଥିବା ବେଳେ ମୈାସୁମୀ କାଳ ହୋଇଛି । ମୈାସୁମୀର ଲୁଚକାଳି ଖେଳ ଚାଷୀର ଅଣ୍ଟା ଭାଙ୍ଗି ଦେଇଛି । ଏବେ ଧାନ କିଆରି ଫାଟି ଆଁ । ଜମି ସନ୍ନିକଟ ନାଳ, ଖାତରୁ ଅଯଥା ଖର୍ଚ୍ଚାନ୍ତ ହୋଇ ମୋଟର ପମ୍ପରେ ପାଣି ଉଠାଇ କିଆରିରେ ମଡାଇବା ପରେ ଦିନେ ଦୁଇ ଦିନରେ ପ୍ରବଳ ଖରାରେ ସେହି ପୂର୍ବାବସ୍ଥା ।
ସୋର ବ୍ଲକର ପାହାଡ ତଳ ଠାରୁ ତଳିଆ ଅଞ୍ଚଳ ଜମି ମରୁଡି ଆକ୍ରାନ୍ତ । ସୋର ବ୍ଲକରେ ପ୍ରାୟ ୧୪ ହଜାର ହେକ୍ଟର ଖରିଫ୍ ଧାନ ଚାଷରୁ ୭୫ ପ୍ରତିଶତ ଜମିରେ ପାଣି ନାହିଁ । ଆଗାମୀ ସପ୍ତାହ ମଧ୍ୟରେ ଏକ ବଡ ଧରଣର ବର୍ଷା ନହେଲେ ଆଉ ଅମଳର ଆଶା ରହିବନି । ଏବେ ସୋର ବ୍ଲକରେ ପାଖାପାଖି ୨୫୦ ଉଠା ଜଳ ସେଚନ ପଏଣ୍ଟ ବିନା ବ୍ୱିଦ୍ୟୁତ୍ ସଂଯୋଗ ଓ ଚାଷୀଙ୍କ ସହ ଜଳସେଚନ ବିଭାଗର ଅସମନ୍ୱୟ ଅଭାବରୁ ଅଧିକାଂଶ ଅଚଳ । ଏଥି ସହ ସୋର ଉଠା ଜଳ ସେଚନ ଉପଖଣ୍ଡ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଦେ ଏହି ଉପଖଣ୍ଡ ଅଧୀନ ୩ଟି ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱରେ ଅଛନ୍ତି । ଜଣେ ମାତ୍ର ଇଲେକ୍ଟି୍ରସିଆନ୍ଙ୍କୁ ନେଇ ଚାଲିଛି ପ୍ରକଳ୍ପ କାର୍ଯ୍ୟକ୍ରମ । ଏଇ ଅବେଳରେ ଚାଷୀଙ୍କୁ କିଛିଟା ସହଯୋଗ କରିଥିବାକୁ ଥିବା ଉଠାଜଳ ସେଚନର ଅବ୍ୟବସ୍ଥା ଚାଷୀଙ୍କୁ ହତାଶ କରିଛି । ଭଗବାନଙ୍କ ଭରଷାରେ ଚାଷୀ ଉପରକୁ ହାତ ଟେକି ଦେଇଛି ।