ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଯଦି କାହାର ଅଧିକ ଥର ନାମ ଶୁଣିବାକୁ ମିଳୁଥିଲା ସେ ହେଲେ ବଲିଉଡର କଳାକାର ସୋନୁ ସୁଦ l ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥିଲେ l ଏହି ସମୟରେ ସାରା ଦେଶରୁ ସୋନୁ ସୁଦଙ୍କୁ ପ୍ରସଂସାର ବାର୍ତା ମିଳିଥିଲା l କେବଳ ଏତିକି ନୁହେଁ ଗରିବ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଠାରୁ ଆରମ୍ଭ କରି ଡାକ୍ତରୀ ଚିକିତ୍ସା ପର୍ଯ୍ୟନ୍ତ ସବୁଥିରେ ସାହାଯ୍ୟ କରି ଚାଲିଛନ୍ତି l
କିନ୍ତୁ ଏପରି କିଛି ଟ୍ୱିଟର ୟୁଜର ଅଛନ୍ତି ଯେଉଁମାନେ ତାଙ୍କର ଅଦ୍ଭୁତ ସମସ୍ୟା ସୋନୁ ସୁଦଙ୍କୁ ଟ୍ୱିଟର ଜରିଆରେ ଜଣାଉଛନ୍ତି l ସୋନୁ ସୁଦଙ୍କୁ ଜଣେ ଟ୍ୱିଟର ୟୁଜର ନିକଟରେ ଟ୍ୱିଟ କରି କହିଥିଲେ ଯେ ତାଙ୍କର ଜନ୍ମ ଦିନ ଶାହରୁଖ ଖାନଙ୍କ ଭଳି ପାଳନ କରିବା ପାଇଁ l ୟୁଜର ଜଣଙ୍କ ଟ୍ୱିଟ କରିଥିଲେ “ସୋନୁ ସାର ନଭେମ୍ବର ୫ ତାରିଖରେ ମୋର ଜନ୍ମଦିନ ଅଟେ ଦୟାକରି ମୋର ଜନ୍ମଦିନକୁ ଡୁବାଇର ବୃଜ ଖଲିଫାରେ ପାଳନ କରାଇ ଦିଅନ୍ତୁ l”
ସୋନୁ ସୁଦ ମଧ୍ୟ ୟୁଜରଙ୍କର ଏହି ଟ୍ୱିଟର ଜବାବ ଦେଇ ଲେଖିଲେ “ଆପଣଙ୍କ ଜନ୍ମଦିନ ମାତ୍ର ତିନିଦିନ ଲେଟ ହେଇଗଲା ଭାଇ l ଠିକ ଅଛି ଆଉଟିକେ ପରିଶ୍ରମ କର ଓ ଯଶ ଅର୍ଜନକର l ତାହେଲେ ଯାଇ ଦେଖିବା ଜୀବନ କଣ l ବୃଜ ଖଲିଫା ଏକ ସାଧାରଣ ଜିନିଷ ଆକାଶରେ ତମ ନାଁ ଦେଖିବା ସାରା ଦୁନିଆ l “ସୋନୁ ସୁଦଙ୍କର ଏହି ଟ୍ୱିଟ ପରେ ଲୋକମାନେ ଅନେକ ଋଆକ୍ସନ ଦେଇଛନ୍ତି l ନିକଟରେ ଶାହରୁଖ ଖାନ ନିଜର ୫୫ ତମ ଜନ୍ମ ଦିବସ ପାଳନ କରିଥିଲେ l ଏହି ସମୟରେ ଦୁବାଇର ବୃଜ ଖଲିଫା ରଙ୍ଗ ବେରଂଗ ଆଲୋକରେ ଶାହରୁଖଙ୍କୁ ଶୁଭ କାମନା ଜଣାଇବା ପାଇଁ ସଯ ଯାଇଥିଲା l କେବଳ ଏତିକି ନୁହେଁ ଶାହରୁଖଙ୍କର ଅନେକ ଫଟୋ ମଧ୍ୟ ସେଠାରେ ଦର୍ଶକ ମାନଙ୍କୁ ଦେଖାଯାଇଥିଲା l